ହ୍ୱିଲ୍‌ ଚେୟାର ଫେନ୍ସିଂକୁ ଅବହେଳା: ନିଜ ଖର୍ଚ୍ଚରେ ବିଦେଶୀ କୋଚଙ୍କୁ ଆଣି ଟ୍ରେନିଂ ନେଉଛନ୍ତି ଦିବ୍ୟାଙ୍ଗ ଖେଳାଳି

Ordigital Desk
  • Published: Thursday, 15 February 2018
  • , Updated: 15 February 2018, 12:07 PM IST
<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଳିଙ୍ଗ ଷ୍ଟାଡ଼ିୟମର ବାରଣ୍ଡାରେ ଚାଲିଛି ହ୍ୱିଲ୍ ଚେୟ୍ୟାର ଫେନସିଙ୍ଗର ପ୍ରଶିକ୍ଷଣ ଶିବିର। ଟାର୍ଗେଟରେ ରହିଛି ୨୦୧୮ ବିଶ୍ୱ ହ୍ୱିଲ୍ ଚେୟ୍ୟାର ଫେନସିଙ୍ଗ, ପାରା ଏସିଆନ ଗେମ୍ସ ଏବଂ ଜାତୀୟ ହ୍ୱିଲ ଚେୟ୍ୟାର ଫେନସିଙ୍ଗ ଚାମ୍ପିଅନସିପ। ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରର ପ୍ରତିଯୋଗିତାରେ ଭାଗ ନେଇ ରାଜ୍ୟ ପାଇଁ ମେଡାଲ ଜିତିବା ପାଇଁ ଚାଲିଛି ଜୋରଦାର ଅଭ୍ୟାସ। ଓଡ଼ିଶାର ଦୁଇ &nbsp;&nbsp;&nbsp; ଅନ୍ତର୍ଜାତୀୟ ହ୍ୱିଲ ଚେୟାର ଫେନସର୍ସ ଭି.ରମେଶ ରାଓ ଏବଂ ରାଖଲ ସେଠୀଙ୍କ ସମେତ ବହୁ ଦିବ୍ୟାଙ୍ଗ ଫେନସର୍ସ ପ୍ରଶିକ୍ଷଣ ନେଉଛନ୍ତି।</p> <p>ଓଡ଼ିଶାର ଦୁଇ ଅନ୍ତର୍ଜାତୀୟ ହ୍ୱିଲ ଚେୟ୍ୟାର ଫେନସର୍ସ ଭି.ରମେଶ ରାଓ ଏବଂ ରାଖଲ ସେଠୀ ନିଜ ଖର୍ଚ୍ଚରେ ଗ୍ରେଟ ବ୍ରିଟେନରୁ ବିଦେଶୀ କୋଚଙ୍କୁ ଆଣି ପ୍ରଶିକ୍ଷଣ ନେଉଛନ୍ତି। କୋଚ ବାଳଦୀପ ସୋହତା ଦେଉଛନ୍ତି ଟ୍ରେନିଂ। ମାର୍ଚ୍ଚ ୨ତାରିଖ ପର୍ଯ୍ୟନ୍ତ ଏହି ବିଦେଶୀ କୋଚ୍ ପ୍ରଶିକ୍ଷଣ ଦେବେ।</p> <p>ରାଜ୍ୟ ସରକାର ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଖେଳ ଆୟୋଜନ କରି ବାହା ବାହା ନେଉଛନ୍ତି। କିନ୍ତୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ରାଜ୍ୟ ପାଇଁ ମେଡାଲ ଜିତି ଗୌରବ ଆଣୁଥିବା ଏହି ଭିନ୍ନକ୍ଷମ ଫେନସର୍ସ ମାନଙ୍କୁ ମିଳୁନି ପ୍ରୋତ୍ସାହନ।</p>

Related story