କେବେ ଖୋଲିବ ସିନେମା ହଲ୍ ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଭୁଶୁଡ଼ି ପଡ଼ିଛି ସିନେମା ଶିଳ୍ପ। ହଲରେ ଝୁଲୁଛି ତାଲା, ଜୀବୀକା ହରାଇଛନ୍ତି ପ୍ରେକ୍ଷାଳୟ ମାଲିକ। କର୍ମଚାରୀଙ୍କ ସମେତ ହଲ ଉପରେ ନିର୍ଭରଶୀଳ ବ୍ୟବସାୟୀ।  କରୋନା ସଂକ୍ରମଣ ସାଙ୍ଗକୁ ଲକ୍‌ଡାଉନ ଛଡ଼ାଇ ନେଇଛି ଦାନାପାଣି।  କେବେ ଖୋଲିବ ହଲ, ଲୋକଙ୍କ ମନୋରଂଜନ ସହ ନିଜ ଭୋକ ମେଣ୍ଟିବ ସେ ଚିନ୍ତାରେ ଏବେ ଏହି ଶିଳ୍ପକୁ ବେଉସା କରିଥିବା ହଜାର ହଜାର ଲୋକେ। ସିନେମା ହଲ ଦୁଆରେ ତାଲା।  ନୂଆ ଫିଲ୍ମ ରିଲିଜ ହେଉ ହେଉ ଯେଉଁଠି […]

725565-1-1

Tapas Behera
  • Published: Monday, 25 May 2020
  • , Updated: 25 May 2020, 09:20 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଭୁଶୁଡ଼ି ପଡ଼ିଛି ସିନେମା ଶିଳ୍ପ। ହଲରେ ଝୁଲୁଛି ତାଲା, ଜୀବୀକା ହରାଇଛନ୍ତି ପ୍ରେକ୍ଷାଳୟ ମାଲିକ। କର୍ମଚାରୀଙ୍କ ସମେତ ହଲ ଉପରେ ନିର୍ଭରଶୀଳ ବ୍ୟବସାୟୀ।  କରୋନା ସଂକ୍ରମଣ ସାଙ୍ଗକୁ ଲକ୍‌ଡାଉନ ଛଡ଼ାଇ ନେଇଛି ଦାନାପାଣି।  କେବେ ଖୋଲିବ ହଲ, ଲୋକଙ୍କ ମନୋରଂଜନ ସହ ନିଜ ଭୋକ ମେଣ୍ଟିବ ସେ ଚିନ୍ତାରେ ଏବେ ଏହି ଶିଳ୍ପକୁ ବେଉସା କରିଥିବା ହଜାର ହଜାର ଲୋକେ।

ସିନେମା ହଲ ଦୁଆରେ ତାଲା।  ନୂଆ ଫିଲ୍ମ ରିଲିଜ ହେଉ ହେଉ ଯେଉଁଠି ଗହଳି ଲାଗୁଥିଲା ସେଠି ଏବେ ଖାଁ ଖାଁ । କଟକର ଜୟଶ୍ରୀ, ଗ୍ରାଣ୍ଡ ହେଉ କି ସଙ୍ଗମ ହଲ । ଭୁବନେଶ୍ୱରର କେଶରୀ ହେଉ କି ଶ୍ରୀୟା, ସ୍ୱାତୀ, ସ୍ତୁତି କମ୍ପ୍ଲେକ୍ସ। ସବୁଠି ଅସମ୍ଭବ ନିରବତା। ଲକ୍‌ଡାଉନ ପୂର୍ବରୁ ଅର୍ଥାତ ୩ ମାସରୁ ଅଧିକ ହେଲାଣି ବନ୍ଦ ରହିଛି ପ୍ରେକ୍ଷାଳୟ।

କେବେ ଖୋଲିବ ତା ଉତ୍ତର ବି କାହା ପାଖରେ ନାହିଁ । କରୋନା ସଂକ୍ରମଣ ଭୟ ସାଙ୍ଗକୁ ଲକ୍‌ଡାଉନ ଯୋଗୁ ବନ୍ଦ ରହିଛି ସୁଟିଂ । ଯଦି ବି ସରକାର ହଲ ଖୋଲିବାକୁ ନିଷ୍ପତ୍ତି ନିଅନ୍ତି ତେବେ ପରଦାକୁ ଆଣିବାକୁ ପାଖରେ ସିନେମା ନାହିଁ । ଏଭଳି ସ୍ଥିତିରେ ହଲ ଖୋଲିଲେ ବି ପରିବାର ସହ ଫିଲ୍ମ ଦେଖିବାକୁ ଯେ କିଏ ଆସିବେ,ଏ ବିଶ୍ୱାସ ବି ହେଉନି ବୋଲି କହିଛନ୍ତି ହଲ ମାଲିକ।  ତେବେ ସିନେପ୍ରେମୀଙ୍କ କହିବା କଥା ସାମାଜିକ ଦୂରତ୍ୱ ପାଳନ କରି ହଲ ଚାଲିଲେ ଭଲ ହୁଅନ୍ତା ବୋଲି ମତ ପ୍ରକାଶ ପାଇଛି।

Related story