କେବେ ଜୋରିମାନା ଦେବ କମିଶନରେଟ୍ ପୁଲିସ୍?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରତି କଥାରେ ଇଂରାଜୀ କହୁଥିବା ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଥରେ ଓଡ଼ିଆଙ୍କୁ ହତାଦର କରିଛନ୍ତି। ନୂଆ ମୋଟର ଭେଇକିଲ୍ ଆକ୍ଟ ନିକଟରେ କଡ଼ାକଡ଼ି ହୋଇଥିଲା। ବେପରୁଆ ଗାଡ଼ି ଚାଳକଙ୍କୁ ସାବାଡ୍ କରିବା ଉଦ୍ଦେଶ୍ୟରେ ସରକାର ଏହି ସମୟରେ ଅନେକ ଲୋକଙ୍କ ପାଖରୁ ଜୋରିମାନା ଆଦାୟ କରିଛନ୍ତି। ସେହିପରି ମଦୁଆଙ୍କୁ ସାବାଡ୍ କରିବା ପାଇଁ ପୁଲିସ୍ ଡ଼ିଜି ପ୍ରେସ କନଫରେନସ କରି କହିଲେ ମଦ ପିଇ ଗାଡ଼ି ଚାଳକ ଧରାପଡ଼ିଲେ ସିଧା […]

traffic ad

traffic ad

Subhransu Sekhar
  • Published: Sunday, 15 September 2019
  • Updated: 15 September 2019, 03:33 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରତି କଥାରେ ଇଂରାଜୀ କହୁଥିବା ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଥରେ ଓଡ଼ିଆଙ୍କୁ ହତାଦର କରିଛନ୍ତି। ନୂଆ ମୋଟର ଭେଇକିଲ୍ ଆକ୍ଟ ନିକଟରେ କଡ଼ାକଡ଼ି ହୋଇଥିଲା। ବେପରୁଆ ଗାଡ଼ି ଚାଳକଙ୍କୁ ସାବାଡ୍ କରିବା ଉଦ୍ଦେଶ୍ୟରେ ସରକାର ଏହି ସମୟରେ ଅନେକ ଲୋକଙ୍କ ପାଖରୁ ଜୋରିମାନା ଆଦାୟ କରିଛନ୍ତି। ସେହିପରି ମଦୁଆଙ୍କୁ ସାବାଡ୍ କରିବା ପାଇଁ ପୁଲିସ୍ ଡ଼ିଜି ପ୍ରେସ କନଫରେନସ କରି କହିଲେ ମଦ ପିଇ ଗାଡ଼ି ଚାଳକ ଧରାପଡ଼ିଲେ ସିଧା ଜେଲ୍ ଯିବେ। ଏଥିପାଇଁ ଟୋଲ୍ ଗେଟ୍ ଗୁଡ଼ିକରେ ମଧ୍ୟ ପୁଲିସ ଚେକିଂ କରିବ ବୋଲି କହିଥିଲେ।

ବେପରୁଆ ଗାଡ଼ି ଚାଳକ ଏବଂ ନିଶାଡ଼ି ତ ସାବାଡ୍ ହେଉଛନ୍ତି ଆଇନ ଉଲ୍ଲଂଘନ କରି। ଏବେ ଯେଉଁମାନେ ଓଡ଼ିଆ ଭାଷା ଆଇନକୁ ଉଲ୍ଲଂଘନ କରୁଛନ୍ତି ସେମାନେ କେବେ ଦଣ୍ଡିତ ହେବେ ବା ଜୋରିମାନା ଦେବେ? ଏବେ ଖୋଦ୍ କମିଶନରେଟ ପୁଲିସ୍ ଓଡ଼ିଆ ଭାଷା ଆଇନ ନିୟମ ଭାଙ୍ଗିଥିବା ଦେଖିବାକୁ ମିଳିଛି। ନୂଆ ମୋଟର ଆଇନର ନିୟମ ବାବଦରେ ସଚେତନ କରିବାକୁ ଯାଇ କମିଶନରେଟ ପୁଲିସ୍ ଲୋକଙ୍କ ଅବଗତି ନିମନ୍ତେ କିଛି ବିଜ୍ଞାପନ ହୋର୍ଡିଂ ରାସ୍ତାକଡ଼ ଖୁଣ୍ଟରେ ମାରିଛି। ଏସବୁ ସମ୍ପୂର୍ଣ୍ଣ ଇଂରାଜୀରେ ଲେଖା ହୋଇଛି। ଏଠି କ’ଣ କମିଶନରେଟ ପୁଲିସ୍ ଭାଷା ଆଇନକୁ ଉଲ୍ଲଂଘନ କରିନି କି? ରାଜ୍ୟର ଖୋଦ୍ ଗୃହମନ୍ତ୍ରୀ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ବାବଦରେ ନିଜେ ଅବଗତ ଅଛନ୍ତି ତ? ନା ସେତେବେଳେ ଓଡ଼ିଆଙ୍କ ହୃଦୟ ଜିତିବା ପାଇଁ ଓଡ଼ିଆ ଭାଷା ଆଇନକୁ କଡ଼ାକଡ଼ି କରି ଦେଇଥିଲେ।

ରାସ୍ତାରେ ଯାଉଥିବା ସମସ୍ତ ଗାଡ଼ି ଚାଳକଙ୍କ ପାଇଁ ଏହି ସଚେତନତା ବିଜ୍ଞାପନ ଉଦ୍ଦିଷ୍ଟ ରହିଛି। ନିୟମ ଗୁଡ଼ିକ ଇଂରାଜୀରେ ଲେଖା ହୋଇଛି। ସମସ୍ତ ଓଡ଼ିଆ ଏହି ଇଂରାଜୀର ଅର୍ଥ ବୁଝିପାରିବେ ତା’ର କିଛି ମାନେ ନାହିଁ। ଆଉ ଯେଉଁମାନେ ଇଂରାଜୀ ବୁଝୁଛନ୍ତି ସେମାନେ ଶିକ୍ଷିତ ନିଶ୍ଚିତ ଏବଂ ସରକାରଙ୍କ ଆଇନ ବାବଦରେ ସେମାନେ ପ୍ରାୟତଃ ଅବଗତ। ଜୋରିମାନେ ଯେତେବେଳେ କଟା ହେଉଥିଲା ସେତେବେଳେ ଜୋରିମାନା ଅଧିକ ଦେଉଥିଲେ ସାଧାରଣ ଲୋକ। ବଡ଼ ବଡ଼ିଆଙ୍କୁ ଆଇନ ଫାଙ୍କିବା ବାଟ ଓ ସଂପର୍କ ମାଲୁମ। ତେଣୁ ପୁଲିସ କମିଶନରଙ୍କ ପକ୍ଷରୁ ଇଂରାଜୀରେ ଜାରି ହୋଇଥିବା ଏହି ଟ୍ରାଫିକ୍ ସଚେତନତା ବିଜ୍ଞାପନ କେତେ ଯୁକ୍ତିଯୁକ୍ତି ଚିନ୍ତା କରିବାର ଆବଶ୍ୟକ ରହିଛି।

ଏବେ କମିଶନରେଟ୍ ପୁଲିସ୍ ଜୋରିମାନା ଦେବ ତ ତାହା ଏବେ ପ୍ରଶ୍ନ ଘେରରେ। କାରଣ ଗତବର୍ଷ ନବୀନ ସରକାର ଭାଷା ଆଇନରେ ସଂଶୋଧନ କରିଥିଲେ। ଯେଉଁଥିରେ ଉଲ୍ଲେଖ ରହିଥିଲା ଯିଏ ଭାଷା ଆଇନକୁ ଉଲ୍ଲଂଘନ କରିବ ସିଏ ଜୋରିମାନା ଗଣିବ। ତେଣୁ ଉଭୟ ବ୍ୟବସାୟ ପ୍ରତିଷ୍ଠାନ, ଶିକ୍ଷାନୁଷ୍ଠାନ ଏବଂ ସରକାର ମଧ୍ୟ ଶାସନ ଓଡ଼ିଆରେ କରିବେ ବୋଲି ନିୟମ ରହିଥିଲା।

ସୂଚନାଯୋଗ୍ୟ, ମେ ୧୪, ୨୦୧୮ରେ ସଚିବାଳୟରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ବସିଥିଲା। ଯେଉଁଥିରେ ଓଡ଼ିଆ ସରକାରୀ ଭାଷା ଆଇନରେ ସଂଶୋଧନ ହୋଇଥିଲା। ନିୟମ ଅନୁସାରେ ଓଡ଼ିଆର ନାମ ଫଳକ ଲେଖି ନଥିଲେ ପ୍ରଥମ ଥର ଧରାପଡ଼ିଲେ ୧ ହଜାରରୁ ୫ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିବ। ଦ୍ୱିତୀୟ ଥର ଧରାପଡ଼ିଲେ ୨ରୁ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିବ। ଏବେ ପୁଲିସ୍ କମିଶନର କେତେ ଜୋରିମାନା ଦେବ ତାହା ଏବେ ସରକାର ନିଷ୍ପତ୍ତି ନେବା ଦରକାର। କାରଣ କମିଶନରେଟ୍ ପୁଲିସ ଭୁବନେଶ୍ୱରର ଅନେକ ସ୍ଥାନରେ ଏହି ଇଂରାଜୀର ସଚେତନତା ହୋର୍ଡିଂ ଲଗାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story