ପୁରୀ(ଓଡ଼ିଶା ରିପୋର୍ଟର):ଶ୍ରୀଜୀଉଙ୍କ ନବ ଦିନାତ୍ମକ ଯାତ୍ରାର ଆଜି ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଦିବସ ହେରା ପଞ୍ଚମୀ। ରଥଯାତ୍ରାରେ ପ୍ରଭୁ ଜଗନ୍ନାଥ, ପ୍ରାଣପ୍ରିୟା ଲକ୍ଷ୍ମୀ ସାଆନ୍ତାଣିଙ୍କୁ ସାଙ୍ଗରେ ଆଣି ନଥିବାରୁ ଅଭିମାନିନୀ ମହାଲକ୍ଷ୍ମୀ ଆଜି ଶ୍ରୀମନ୍ଦିରରୁ ଗୁଣ୍ଡିଚା ମନ୍ଦିରକୁ ଆସିବେ। ସେଠାରେ ମହାଲକ୍ଷ୍ମୀ ନନ୍ଦିଘୋଷ ରଥ ଭାଙ୍ଗିବାର ପରମ୍ପରା ରହିଛି । ମହାଲକ୍ଷ୍ମୀ ବିମାନରେ ଶ୍ରୀଗୁଣ୍ଡିଚା ମନ୍ଦିର ଆସିବା ପରେ ପ୍ରଥମେ ନନ୍ଦିଘୋଷ ରଥ ନିକଟରେ ରହିଥାନ୍ତି।
ସେଠାରେ ମହାଲକ୍ଷ୍ମୀଙ୍କୁ ବନ୍ଦାପନା ନୀତି କରାଯାଇଥାଏ। ପରେ ଲକ୍ଷ୍ମୀ ଜୟ ବିଜୟ ଦ୍ୱାର ନିକଟରେ ବିଜେ ହେବା ପରେ ତାଙ୍କୁ ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ଆଜ୍ଞାମାଳ ପ୍ରଦାନ କରାଯାଇଥାଏ। ଏହାପରେ ନାକଚଣା ଦ୍ୱାର ଦେଇ ମହାଲକ୍ଷ୍ମୀ ହେରା ଗୌରୀ ସାହିବାଟେ ଶ୍ରୀମନ୍ଦିରକୁ ଯାଇଥାନ୍ତି।
ଶ୍ରୀଗୁଣ୍ଡିଚା ମନ୍ଦିରରେ ଭକ୍ତଙ୍କ ନାହିଁ ନ ଥିବା ଗହଳି ପରିଲକ୍ଷିତ ହୋଇଛି। ଜନ୍ମବେଦୀରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ। ଚତୁର୍ଦ୍ଧାମୂରତିଙ୍କ ଦର୍ଶନ ଲାଗି ପୁରୀ ଗୁଣ୍ଡିଚା ମନ୍ଦିରରେ ଭକ୍ତଙ୍କ ଗହଳି ଲାଗି ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Events & Festivals
ନୂଆ ବର୍ଷରୁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ, ଖୁବ୍ ଶୀଘ୍ର ହେବ ପରୀକ୍ଷାମୂଳକ ବ୍ୟବସ୍ଥା
ବର୍ଷ ଆରମ୍ଭରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ଧାଡ଼ି ଦର୍ଶନ ପ୍ରକ୍ରିୟା। ଏହା ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆସନ୍ତା ୨୮ କିମ୍ବା ୨୯ ତାରିଖରେ ପରୀକ୍ଷାମୂଳକ ବ୍ୟବସ୍ଥା କରାଯିବ ।
Crime
ବିଲରେ ଧାନ ଗଜା ଦେଖି ସହି ପାରୁନି ଚାଷୀ; ଜଣେ ଝୁଲି ପଡ଼ିଲେ, ଜଣେ ଟଳିପଡ଼ିଲେ
ଦୁଇ ଦିନ ହେଲା ବର୍ଷା ଯୋଗୁ ବିଲରେ ପାଚିଲା ଧାନ ଗଜା ହେଲାଣି। ଓଦା ଧାନକୁ ଦେଖି ଚାଷୀର ଆଖି ବି ଓଦା ହୋଇ ଯାଉଛି।
Crime
ବିବାହିତ ହୋଇ ବି ପାଲଟିଥିଲେ ପ୍ରେମ ପକ୍ଷୀ; ଦେଖାଦେଲା ଝଡ଼, ମିଳିଲା ଝୁଲନ୍ତା ମୃତଦେହ
ଘର ସଂସାର ଥାଇ ବି ଅନ୍ୟ ପ୍ରେମରେ ହେଉଥିଲେ ମତୁଆଲା। ମାତ୍ର ଦୁନିଆ ଏହି କଳଙ୍କିତ ପ୍ରେମକୁ ଗ୍ରହଣ କରି ନ ଥିଲା। ଫଳରେ ଉଭୟ ଫେରାର ହୋଇ ଯାଇଥିଲେ। ଆଉ ଫେରାର ହେବାର ପ୍ରାୟ ସପ୍ତାହେ ପରେ ମିଳିଛି ଉଭୟଙ୍କ ଝୁଲନ୍ତା ମୃତଦେହ।
Crime
ଭିଜିଲାନ୍ସ ପଞ୍ଝାରେ ARI; ୮ଟି ସ୍ଥାନରେ ଚାଲିଛି ଚଢାଉ
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବୋରିଗୁମ୍ମା ତହସିଲ ARI ସୁରେନ୍ଦ୍ର କୁମାର ତନ୍ତିଙ୍କ ଘରେ ହୋଇଛି ଭିଜିଲାନ୍ସ ରେଡ୍ ।
Accident
୩୦ଫୁଟ ତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ୍, ଚାପି ହୋଇଗଲେ ଡ୍ରାଇଭର
୩୦ଫୁଟ୍ ରାସ୍ତା ତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ୍ । ଟ୍ରକ ଭିତରେ ଚାପି ହୋଇ ରହିଛି ଚାଳକଙ୍କ ମୃତଦେହ ।