ମହାପ୍ରଭୁ ବାହାରକୁ ଆସିଲେ କରୋନା ଭୟ ଚାଲିଯିବ: ଜଗନ୍ନାଥଙ୍କ ବାଡ଼ଗ୍ରାହୀ

ପୁରୀ(ଓଡ଼ିଶା ରିପୋର୍ଟର): କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଜଗନ୍ନାଥଙ୍କୁ ରଥଯାତ୍ରା ହେବ ନା ହେବନି, ତାକୁ ନେଇ ସସ୍‌ପେନ୍ସ ଜାରି ରହିଛି। ତେବେ ବିଳମ୍ୱରେ ହେଉ ପଛେ କେନ୍ଦ୍ର ସରକାରଙ୍କ ଗାଇଡ୍‌ଲାଇନ୍‌ ଅନୁସାରେ ରଥ ନିର୍ମାଣ ଆରମ୍ଭ ହୋଇଛି। ଯଦି ରଥଯାତ୍ରା ନହେବ, ତାହାହେଲେ କଣ ହେବ? ବଡ଼ଠାକୁର ବଳଭଦ୍ରଙ୍କ ବାଡ଼ଗ୍ରାହୀଙ୍କ ପରେ ଆଜି ଏ ସମ୍ପର୍କରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାଡଗ୍ରାହୀ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ଜଗନ୍ନାଥ ଥରେ ବାହାରକୁ ଆସିଲେ ଜଗତରୁ ‘କରୋନା’ […]

jagannath

jagannath

Manoranjan Sial
  • Published: Tuesday, 12 May 2020
  • Updated: 12 May 2020, 06:07 PM IST

Sports

Latest News

ପୁରୀ(ଓଡ଼ିଶା ରିପୋର୍ଟର): କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଜଗନ୍ନାଥଙ୍କୁ ରଥଯାତ୍ରା ହେବ ନା ହେବନି, ତାକୁ ନେଇ ସସ୍‌ପେନ୍ସ ଜାରି ରହିଛି। ତେବେ ବିଳମ୍ୱରେ ହେଉ ପଛେ କେନ୍ଦ୍ର ସରକାରଙ୍କ ଗାଇଡ୍‌ଲାଇନ୍‌ ଅନୁସାରେ ରଥ ନିର୍ମାଣ ଆରମ୍ଭ ହୋଇଛି। ଯଦି ରଥଯାତ୍ରା ନହେବ, ତାହାହେଲେ କଣ ହେବ? ବଡ଼ଠାକୁର ବଳଭଦ୍ରଙ୍କ ବାଡ଼ଗ୍ରାହୀଙ୍କ ପରେ ଆଜି ଏ ସମ୍ପର୍କରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାଡଗ୍ରାହୀ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ଜଗନ୍ନାଥ ଥରେ ବାହାରକୁ ଆସିଲେ ଜଗତରୁ ‘କରୋନା’ ଭୟ ଚାଲିଯିବ।

ରଥଯାତ୍ରା ନେଇ ମହାପ୍ରଭୁ ଜଗନ୍ନାଥଙ୍କ ବାଡ଼ଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର ଓରଫ ଜଗୁନି କହିଛନ୍ତି, ରଥଯାତ୍ରା ବନ୍ଦ ହୋଇଗଲେ ରାଜ୍ୟ ସରକାରଙ୍କ ପାଇଁ କଳଙ୍କ ହେବ। ରାଜ୍ୟ ସରକାର ରଥଯାତ୍ରା ବନ୍ଦ କରିଦେଲେ ବହୁ ଅସୁବିଧା ହେବ। ରଥଯାତ୍ରା ବନ୍ଦ ହେଲେ ସାରା ସଂସାର ପାଇଁ ଅମଙ୍ଗଳ ହେବ। ଥରେ ରଥଯାତ୍ରା ବନ୍ଦ ହେଲେ, ଆଉ ୧୨ ବର୍ଷ ପାଇଁ ରଥଯାତ୍ରା ହୋଇପାରିବନି।”

ସେ ଆହୁରି କହିଛନ୍ତି-“କରୋନା ପାଇଁ ଲକ୍‌ଡାଉନ୍‌ ଥିଲେ କେହି ପୁରୀ ଆସନ୍ତୁନି। ଟିଭିରେ ମହାପ୍ରଭୁଙ୍କ ରଥଯାତ୍ରା ଦେଖନ୍ତୁ। ସରକାରଙ୍କ କଥା ମାନିବା, ଦୂରତ୍ୱ ରକ୍ଷା କରିବା। ଯେଉଁଠି ଶହେ ସେବାୟତ ଲୋଡ଼ା, ସେଠି ୫୦ ନେଇ କାମ ହେଉ। ଯାହାର ସେବା ଅଛି ସେମାନେ ଆସନ୍ତୁ, ଅନ୍ୟମାନେ ଘରେ ରୁହନ୍ତୁ। ଜଗନ୍ନାଥ ଥରେ ବାହାରକୁ ଆସିଲେ ସବୁ କରୋନା ଭୟ ଚାଲିଯିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos