ତୈଳ ଦର: କେନ୍ଦ୍ର ଦେଲା ଆଶ୍ୱସ୍ତି, କେବେ ଟିକସ କମାଇବ ଓଡ଼ିଶା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ର ସରକାର ତୈଳ ଦର ଉପରେ ଉତ୍ପାଦ ଶୁଳ୍କ ହ୍ରାସ କରିବାକୁ ନିଷ୍ପତ୍ତି ନେବା ପରେ ଆସନ୍ତାକାଲିଠୁ ପେଟ୍ରୋଲ ସାଢ଼େ ୯ଟଙ୍କା ଓ ଡିଜେଲ ୭ଟଙ୍କା ଶସ୍ତା ହେବାକୁ ଯାଉଛି । କିନ୍ତୁ ରାଜ୍ୟବାସୀଙ୍କ ସ୍ୱାର୍ଥ କଥା କହୁଥିବା ବିଜେଡି ସରକାର ତୈଳ ଦର ଉପରେ ନେଉଥିବା ଟିକସକୁ ହ୍ରାସ କରିବା ଦିଗରେ ଏପର୍ଯ୍ୟନ୍ତ ଘୋଷଣା କରିନି । ଏପରିକି କରୋନା ମହାମାରୀ ପୂର୍ବରୁ(୨୦୨୦ ମେ’ ମାସ) ଓଡ଼ିଶା ସରକାର ତୈଳ ଦର ଉପରେ […]

cm-naveen-patnaik

cm-naveen-patnaik

Ordigital Desk
  • Published: Saturday, 21 May 2022
  • Updated: 21 May 2022, 09:19 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ର ସରକାର ତୈଳ ଦର ଉପରେ ଉତ୍ପାଦ ଶୁଳ୍କ ହ୍ରାସ କରିବାକୁ ନିଷ୍ପତ୍ତି ନେବା ପରେ ଆସନ୍ତାକାଲିଠୁ ପେଟ୍ରୋଲ ସାଢ଼େ ୯ଟଙ୍କା ଓ ଡିଜେଲ ୭ଟଙ୍କା ଶସ୍ତା ହେବାକୁ ଯାଉଛି । କିନ୍ତୁ ରାଜ୍ୟବାସୀଙ୍କ ସ୍ୱାର୍ଥ କଥା କହୁଥିବା ବିଜେଡି ସରକାର ତୈଳ ଦର ଉପରେ ନେଉଥିବା ଟିକସକୁ ହ୍ରାସ କରିବା ଦିଗରେ ଏପର୍ଯ୍ୟନ୍ତ ଘୋଷଣା କରିନି । ଏପରିକି କରୋନା ମହାମାରୀ ପୂର୍ବରୁ(୨୦୨୦ ମେ’ ମାସ) ଓଡ଼ିଶା ସରକାର ତୈଳ ଦର ଉପରେ ଯେତିକି ପ୍ରତିଶତ ଭ୍ୟାଟ୍ ନେଉଥିଲେ ଏବେବି ତା’ଠୁ ଅଧିକ ଟିକସ ନେବାକୁ ପଛାଇ ନାହାନ୍ତି । ଯଦିଓ ବର୍ଦ୍ଧିତ ତୈଳଦର ବୋଝରୁ ନିଜ ରାଜ୍ୟର ଲୋକମାନଙ୍କୁ ଆଶ୍ୱସ୍ତି ଦେବା ପାଇଁ ରାଜ୍ୟ ସରକାରମାନେ ଟିକସ ହ୍ରାସ କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତମାସରେ ସବୁ ମୁଖ୍ୟମନ୍ତ୍ରୀମାନଙ୍କୁ ଏକ ଉଚ୍ଚସ୍ତରୀୟ ବୈଠକରେ ଅନୁରୋଧ କରିଥିଲେ ।

ସୂଚନା ଅନୁସାରେ, କେନ୍ଦ୍ର ସରକାର ଏକ ତୈଳ ଦର ଉପରେ ଉତ୍ପାଦ ଶୁଳ୍କ ହ୍ରାସ କରି ସିଧାସଳଖ ସାଧାରଣ ଲୋକଙ୍କୁ ସାମାନ୍ୟ ଆଶ୍ୱସ୍ତି ଦେଇଥିବାବେଳେ ଓଡ଼ିଶା ସରକାର ଏବେବି ନିଜର ଟିକସ ହ୍ରାସ ଦିଗରେ କୌଣସି ଘୋଷଣା କରିନାହାନ୍ତି । ଯଦିଓ ୨୦୨୦ ମେ’ ମାସରେ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ୍ ଉପରେ ଉତ୍ପାଦ ଶୁଳ୍କ ଲିଟର ପିଛା ଯଥାକ୍ରମେ ୧୦ ଓ ୧୩ଟଙ୍କା ବୃଦ୍ଧି କରିଥିଲେ । ଆଉ କେନ୍ଦ୍ର ସରକାରଙ୍କ ଆଳ ଦେଖାଇ ଓଡ଼ିଶା ସରକାର ପେଟ୍ରୋଲ ଉପରେ ଭ୍ୟାଟ୍ ୨୬ରୁ ୩୨% ଓ ଡିଜେଲରେ ୨୬ରୁ ୨୮% କୁ ବୃଦ୍ଧି କରିଥିଲେ । ଯଦିଓ ସେତେବେଳେ କରୋନା ମହାମାରୀକୁ ଦୃଷ୍ଟିରେ ରଖି ଅନ୍ୟ ରାଜ୍ୟଗୁଡ଼ିକ ଲୋକଙ୍କୁ ଆଶ୍ୱସ୍ତି ଦେବା ପାଇଁ ତୈଳ ଉପରେ ଟିକସ ହ୍ରାସ କରିବା ଭଳି ପଦକ୍ଷେପ ନେଇଥିବା ଦେଖିବାକୁ ମିଳିଥିଲା ।

ସେହିପରି ତୈଳଦର କ୍ରମାଗତ ଭାବେ ବୃଦ୍ଧି ପାଇବା ପରେ ଗତବର୍ଷ ନଭେମ୍ବର ପ୍ରଥମ ସପ୍ତାହରେ କେନ୍ଦ୍ର ସରକାର ପେଟ୍ରୋଲ ଉପରେ ୫ଟଙ୍କା ଓ ଡିଜେଲ ଉପରେ ୧୦ଟଙ୍କାର ଉତ୍ପାଦ ଶୁଳ୍କ ହ୍ରାସ କରିଥିଲେ । ଆଉ ଏହି ଘୋଷଣାକୁ ୨୪ଘଣ୍ଟା ନପୁରୁଣୁ ପଂଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖିô ଓଡ଼ିଶା ସରକାର ଉଭୟ ପେଟ୍ରୋଲ ଓ ଡିଜେଲ ଉପରେ ୩ଟଙ୍କା ଭ୍ୟାଟ୍ ହ୍ରାସ କରିଥିଲେ । ଯାହାଫଳରେ ପେଟ୍ରୋଲ ଓ ଡିଜେଲ ଉପରେ ପ୍ରାୟ ୪% ଭ୍ୟାଟ୍ ହ୍ରାସ ହୋଇଥିଲା । କିନ୍ତୁ ଏହି ଭ୍ୟାଟ୍ ହ୍ରାସ ୨୦୨୦ ମେ’ ମାସ ପୂର୍ବରୁ ରାଜ୍ୟ ସରକାରଙ୍କ ଦ୍ୱାରା ତୈଳ ଉପରେ ନିଆଯାଉଥିବା ଭ୍ୟାଟ୍ (ଟିକସ)ଠୁ ଅଧିକ ରହିଛି । ଏବେବି ପେଟ୍ରୋଲ ଉପରେ ଓଡ଼ିଶା ସରକାର ୨୮% ଭ୍ୟାଟ୍ ନେଉଛନ୍ତି ( ୨୦୨୦ ମେ’ ପୂର୍ବରୁ ୨୬% ଭ୍ୟାଟ୍ ନେଉଥିଲେ) ।

ଆଜି ରାଜ୍ୟରେ ପେଟ୍ରୋଲ ଲିଟର ପିଛା ୧୧୨.୪୯ଟଙ୍କାରୁ ୧୧୮.୫୧ ଟଙ୍କା ମଧ୍ୟରେ ବିକ୍ରି ହେଉଥିବାବେଳେ ଡିଜେଲ ଲିଟର ପିଛା ୧୦୨ରୁ ୧୦୮ ଟଙ୍କା ମଧ୍ୟରେ ବିକ୍ରି ହେଉଛି । କେନ୍ଦ୍ର ସରକାରଙ୍କ ଦ୍ୱାରା ଉତ୍ପାଦ ଶୁଳ୍କ ହ୍ରାସ ପରେ ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ଦର ଆସନ୍ତାକାଲିଠୁ ହ୍ରାସ ପାଇବ ସତ, କିନ୍ତୁ ରାଜ୍ୟ ସରକାର ନିଜର ଲୋକମାନଙ୍କୁ ଅଧିକ ଆଶ୍ୱସ୍ତି ଦେବା ଭଳି କୌଣସି ପଦକ୍ଷେପ ନନେବା ପରିତାପର ବିଷୟ । ରାଜ୍ୟ ସରକାର ଚାହିଁଲେ ନିଜସ୍ୱ ଭ୍ୟାଟ୍ ହ୍ରାସ କରି ପେଟ୍ରୋଲ ଦର ଲିଟର ପିଛା ୧୦୦ଟଙ୍କା ତଳକୁ ହ୍ରାସ ପାଇପାରନ୍ତା, ଯାହା ସାଧାରଣ ଲୋକଙ୍କ ପାଇଁ ଆଶ୍ୱସ୍ତିକରଣ ହୋଇପାରନ୍ତା । ଅଲଇଣ୍ଡିଆ ପେଟ୍ରାଲିୟମ ଡିଲର୍ସ ଆସୋସିଏସନ୍ ମଧ୍ୟ ଓଡ଼ିଶାରେ ତୈଳ ଉପରେ ଭ୍ୟାଟ୍ ହ୍ରାସ ହେବା ଉଚିତ୍ ବୋଲି ମତ ଦେଇସାରିଛି । ତେବେ ସାଧାରଣ ଲୋକଙ୍କ ଉପରେ ତୈଳ ଦରବୋଝ ହ୍ରାସ ପାଇଁ ପ୍ରଧାନମନ୍ତ୍ରୀଙ୍କ ଅପିଲକୁ ଅଣଦେଖା କରିଥିବା ଓଡ଼ିଶା ଏବେ କେନ୍ଦ୍ରର ଉତ୍ପାଦ ଶୁଳ୍କ ହ୍ରାସ ପରେ କିପ୍ରକାରର ଜନମଙ୍ଗଳ ନିଷ୍ପତ୍ତି ନେଉଛି ତାହା ଉପରେ ସମସ୍ତଙ୍କ ନଜର ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos