ଓଡ଼ିଶାରେ କେବେ ଚାଲିବ ବସ୍‌? କାଲି ନିଷ୍ପତ୍ତି ନେବ ସଂଘ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କେବେ ଚାଲିବ ଘରୋଇ ବସ୍‌? ସେନେଇ ଆସନ୍ତାକାଲି ନିଷ୍ପତ୍ତି ହେବ।  କାଲି ବସ ମାଲିକ ସଂଘର ସାଧାରଣ ପରିଷଦ ବୈଠକରେ ଏ ନେଇ ନିଷ୍ପତ୍ତି ନିଆଯିବ। ଆଜି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଓ ବସ୍‌ ମାଲିକ ସଂଘ ମଧ୍ୟରେ ବୈଠକ ହୋଇଥିଲା। ଯାହା ସକାରାତ୍ମକ ହୋଇଥିବା ମାଲିକ ସଂଘର ସଂପାଦକ କହିଛନ୍ତି। ବୈଠକରେ ସରକାରଙ୍କ ଆଗରେ ମାଲିକ ସଂଘ ୩ଟି ଦାବି ରଖିଛି।  ଏଗୁଡ଼ିକ ହେଲା ଏପ୍ରିଲ, ମେ’ ଓ ଜୁନ୍ […]

bus-7--1

Manoranjan Sial
  • Published: Tuesday, 26 May 2020
  • , Updated: 26 May 2020, 08:01 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କେବେ ଚାଲିବ ଘରୋଇ ବସ୍‌? ସେନେଇ ଆସନ୍ତାକାଲି ନିଷ୍ପତ୍ତି ହେବ।  କାଲି ବସ ମାଲିକ ସଂଘର ସାଧାରଣ ପରିଷଦ ବୈଠକରେ ଏ ନେଇ ନିଷ୍ପତ୍ତି ନିଆଯିବ। ଆଜି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଓ ବସ୍‌ ମାଲିକ ସଂଘ ମଧ୍ୟରେ ବୈଠକ ହୋଇଥିଲା। ଯାହା ସକାରାତ୍ମକ ହୋଇଥିବା ମାଲିକ ସଂଘର ସଂପାଦକ କହିଛନ୍ତି। ବୈଠକରେ ସରକାରଙ୍କ ଆଗରେ ମାଲିକ ସଂଘ ୩ଟି ଦାବି ରଖିଛି।  ଏଗୁଡ଼ିକ ହେଲା ଏପ୍ରିଲ, ମେ’ ଓ ଜୁନ୍ ମାସ ପାଇଁ ରୋଡ୍ ଟ୍ୟାକ୍ସ ଛାଡ଼, ଇନସ୍ୟୁରାନ୍ସ ଦେୟ ଅବଧି ବୃଦ୍ଧି ଓ ଋଣ କିସ୍ତି ଛାଡ଼। ଏସବୁ ଦାବି ଉପରେ ଫଳପ୍ରଦ ଆଲୋଚନା ହୋଇଥିବା ବସ ମାଲିକ ସଂଘ ସଂପାଦକ ଦେବେନ୍ଦ୍ର ସାହୁ କହିଛନ୍ତି। ଅନ୍ୟପଟେ ପରିବହନ ମନ୍ତ୍ରୀ କହିଛନ୍ତି ବସ ମାଲିକ ସଂଘର ଟ୍ୟାକ୍ସ ଛାଡ଼ ଦାବି ସରକାର ମାନିଛନ୍ତି।

ମହାମାରୀ ‘କରୋନା’ ପାଇଁ ଦିଆଯାଇଥିବା ଲକ୍‌ଡାଉନ୍‌ ଯୋଗୁଁ ରାଜ୍ୟରେ ବସ୍‌ ଚଳାଚଳ ବନ୍ଦ ରହିଛି। ତେବେ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ରେ ରାଜ୍ୟ ସରକାର କେତେକ ସର୍ତ୍ତରେ ବସ୍‌ ଚଳାଇବାକୁ ଅନୁମତି ଦେଇଥିଲେ। କୌଣସି ବସ୍‌ରେ ଯାତ୍ରୀମାନେ ଠିଆ ହୋଇଯାଇପାରିବେ ନାହିଁ। ଏହାଛଡ଼ା ଅନ୍ୟାନ୍ୟ ବହୁ ସର୍ତ୍ତ ରଖିଥିଲେ। ଯାହାକୁ ବିରୋଧ କରିଥିଲା ବସ୍‌ ମାଲିକ ସଂଘ। ବସ୍‌ ଷ୍ଟାଣ୍ଡରେ ସ୍କିନିଂ ଓ ସାନିଟାଇଜିଂ ବ୍ୟବସ୍ଥା କରିବାକୁ ସଂଘ ଦାବି କରିଥିଲା। ସେହିପରି ଦୀର୍ଘ ସମୟ ଧରି ଗାଡ଼ି ଚଳାଚଳ ବନ୍ଦ ରହିଥିବାରୁ କ୍ଷତି ସହୁଥିବା ମାଲିକଙ୍କୁ ରୋଡ୍ ଟ୍ୟାକ୍ସ ଛାଡ଼, ଇନସ୍ୟୁରାନ୍ସ ଦେୟ ଅବଧି ବୃଦ୍ଧି ଓ ଋଣ କିସ୍ତି ଛାଡ଼ କରିବାକୁ ସଂଘ ଦାବି କରିଛି।

Related story