କଳାହାଣ୍ଡିକୁ କେବେ ମିଳିବ 'ଇନ୍ଦ୍ରାବତୀ'ର ବିଜୁଳି ?

ଧର୍ମଗଡ଼(ଇଙ୍ଗିତ ପଣ୍ଡା): ମରୁଡ଼ି ଓ ପିଲା ବିକ୍ରିକୁ ନେଇ ଏକଦା ସାରା ବିଶ୍ୱରେ ଚର୍ଚ୍ଚାରେ ଥିବା କଳାହାଣ୍ଡି ଜିଲ୍ଲାକୁ ଏହି ଅପଖ୍ୟାତିରୁ ମୁକ୍ତି ଦେବା ପାଇଁ ୧୯୯୯ ମସିହାରେ ଆରମ୍ଭ ହୋଇଥିଲା ଏସିଆ ମହାଦେଶର ଦ୍ୱିତୀୟ ସର୍ବବୃହତ୍ ଇନ୍ଦ୍ରାବତୀ ନଦୀ ବନ୍ଧ ବହୁମୁଖୀ ପ୍ରକଳ୍ପ। ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା, ମରୁଡି ପ୍ରପୀଡିତ କଳାହାଣ୍ଡି ଜିଲ୍ଲାକୁ ସବୁଜିମାରେ ଭରିବା ଓ ବିଜୁଳି ଚାହିଦା ପୂରଣ କରିବା। ଇନ୍ଦ୍ରାବତୀ ଯୋଗୁ ଜିଲ୍ଲାର ୭ରୁ୮ ଟି ବ୍ଲକ ସବୁଜିମା ହୋଇଛି […]

kalahandi

kalahandi

Manoranjan Sial
  • Published: Wednesday, 30 September 2020
  • Updated: 30 September 2020, 05:07 PM IST

Sports

Latest News

ଧର୍ମଗଡ଼(ଇଙ୍ଗିତ ପଣ୍ଡା): ମରୁଡ଼ି ଓ ପିଲା ବିକ୍ରିକୁ ନେଇ ଏକଦା ସାରା ବିଶ୍ୱରେ ଚର୍ଚ୍ଚାରେ ଥିବା କଳାହାଣ୍ଡି ଜିଲ୍ଲାକୁ ଏହି ଅପଖ୍ୟାତିରୁ ମୁକ୍ତି ଦେବା ପାଇଁ ୧୯୯୯ ମସିହାରେ ଆରମ୍ଭ ହୋଇଥିଲା ଏସିଆ ମହାଦେଶର ଦ୍ୱିତୀୟ ସର୍ବବୃହତ୍ ଇନ୍ଦ୍ରାବତୀ ନଦୀ ବନ୍ଧ ବହୁମୁଖୀ ପ୍ରକଳ୍ପ। ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା, ମରୁଡି ପ୍ରପୀଡିତ କଳାହାଣ୍ଡି ଜିଲ୍ଲାକୁ ସବୁଜିମାରେ ଭରିବା ଓ ବିଜୁଳି ଚାହିଦା ପୂରଣ କରିବା। ଇନ୍ଦ୍ରାବତୀ ଯୋଗୁ ଜିଲ୍ଲାର ୭ରୁ୮ ଟି ବ୍ଲକ ସବୁଜିମା ହୋଇଛି ସତ, ହେଲେ ଆଜି ଯାଏ ବିଜୁଳି ପାଇବାରୁ ବଞ୍ଚିତ ହେଉଛନ୍ତି। ଏଠାରୁ ଉତ୍ପାଦିତ ହେଉଥିବା ବିଜୁଳିକୁ ରାଜ୍ୟ ବାହାରକୁ ପଠାଯାଉଛି। ଯାହାକୁ ନେଇ ଜିଲ୍ଲାବାସୀଙ୍କ ମଧ୍ୟରେ ବିଭିନ୍ନ ସମୟରେ ଅସନ୍ତୋଷ ମଧ୍ୟ ପ୍ରକାଶ ପାଇଛି।

୧୯୭୭ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମୋରାରଜୀ ଦେଶାଇ ଇନ୍ଦ୍ରାବତୀ ବହୁମୁଖୀ ପ୍ରକଳ୍ପର ଶୁଭ ଦେଇଥିଲେ। ୧୯୯୯ରେ ପ୍ରକଳ୍ପର ଟ୍ରାଏଲ୍‌ ରନ ଆରମ୍ଭ ହୋଇଥିଲା ଏବଂ ୨୦୦୧ରେ ଏହା ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଥିଲା। ଏଠାରୁ ୪ଟି ଟର୍‌ବାଇନ ଯୋଗେ ଦୈନିକ ୨୦୦ରୁ ୨୫୦ ମେଗାୱାଟ୍‌ ବିଜୁଳି ଉତ୍ପାଦନ ହେଉଛି। ତେବେ ଇନ୍ଦ୍ରାବତୀରୁ ଉତ୍ପାଦିତ ବିଜୁଳି ରାଜ୍ୟ ବାହାରକୁ ଯାଉଛି। ଆଉ ଥେରୁବାଲିରୁ ଆସୁଥିବା ବିଜୁଳି ଜିଲ୍ଲାବାସୀଙ୍କୁ ଯୋଗାଇ ଦିଆଯାଉଛି। ଏହା ମଧ୍ୟ ଜିଲ୍ଲା ପାଇଁ ପର୍ଯ୍ୟାପ୍ତ ହେଉନଥିବାରୁ ଏଠାରେ ସବୁବେଳେ ମିଞ୍ଜିମିଞ୍ଜି ହୋଇ ବଲ୍‌ଭ ଜଳୁଛି।

ବର୍ତ୍ତମାନ ଜୟପାଟଣା ବ୍ଲକ୍‌ର ବାନେରଠାରେ ଗୋଟିଏ ଉଚ୍ଚଶକ୍ତି ଗ୍ରୀଡ୍‌ ପ୍ରତିଷ୍ଠା କରାଯାଇଛି। ହେଲେ ଆଜି ପର୍ଯ୍ୟନ୍ତ ଏହା କାର୍ଯ୍ୟକ୍ଷମ ହୋଇପାରିନି। ଏହାକୁ ଜୁନାଗଡ୍‌ ଗ୍ରୀଡ୍‌ ସହିତ ସଂଯୋଗ କଲେ ଜିଲ୍ଲାର ବିଜୁଳି ଚାହିଦା ପୂରଣ ହୋଇପାରିବ ବୋଲି ଆଲୋଚନା ହେଉଛି। ସେଥିପାଇଁ ବାନେର ମୁଖ୍ୟ ଗ୍ରୀଡଠାରୁ ଜୁନାଗଡ ଗ୍ରୀଡ୍‌ ପର୍ଯ୍ୟନ୍ତ ସଂଯୋଗ କରିବାକୁ ପ୍ରାୟ ୧୫୦ ଟାୱାର ପ୍ରତିଷ୍ଠା କରାଯାଉଛି। ହେଲେ ବର୍ତ୍ତମାନ ସୁଦ୍ଧା ଦଶଭାଗରୁ ଭାଗେ କାମ ସରିପାରିନାହିଁ। ଯଦି ଯୁଦ୍ଧକାଳୀନ ଭିତ୍ତିରେ କାମ ଚାଲେ, ତେବେ ଏହି ଟାୱାର କାମ ସରିବ। ତାହା ସହ ପୂରଣ ହେବ କଳାହାଣ୍ଡିବାସୀଙ୍କ ଦୀର୍ଘ ଦିନର ବିଜୁଳି ସମସ୍ୟା। ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଇନ୍ଦ୍ରାବତୀ ପ୍ରକଳ୍ପ ନେଇ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଯେତେ ଶୀଘ୍ର ସମ୍ଭବ କଳାହାଣ୍ଡିବାସୀଙ୍କୁ ବିଜୁଳି ଯୋଗାଣ ଆରମ୍ଭ ହେବ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story