ପାହାଳରେ କେବେ ଆରମ୍ଭ ହେବ ରସଗୋଲା କ୍ଲଷ୍ଟର କାମ? MSME ଉପରେ ଦୋଷ ଲଦିଲେ ମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୧୯ ମସିହାରେ ଓଡ଼ିଶା ରସଗୋଲାକୁ ଜିଆଇ ଟ୍ୟାଗ ମିଳିଥିଲା। ହେଲେ ଆଜି ପର୍ଯ୍ୟନ୍ତ ଭୁବନେଶ୍ୱର ହୋଇପାରିନି ରସଗୋଲା ହବ। ତେବେ ଏଠି ପ୍ରଶ୍ନ ଉଠୁଛି ପାହାଳରେ କେବେ ଆରମ୍ଭ ହେବ ରସଗୋଲା କ୍ଲଷ୍ଟର କାମ? ଆଜି ରାଜ୍ୟର ପ୍ରତ୍ୟେକ ରସଗୋଲା ପ୍ରେମୀ ଏପରି ପ୍ରଶ୍ନ ପଚାରିଛନ୍ତି। ସଂସ୍କୃତି ମନ୍ତ୍ରୀ ଏହାର ସଠିକ ଉତ୍ତର ଦେବା ପରିବର୍ତ୍ତେ ପରୋକ୍ଷରେ ଏମ୍‌ଏସ୍‌ଏମ୍‌ଇ ବିଭାଗ ଉପରକୁ ଦୋଷ ଠେଲିଛନ୍ତି। ଆଜକୁ ଦୁଇ ବର୍ଷ ତଳେ ଓଡ଼ିଶାର ରସଗୋଲାକୁ ଜିଆଇ […]

Odisha Rasagola

Odisha Rasagola

Manoranjan Sial
  • Published: Friday, 23 July 2021
  • Updated: 23 July 2021, 09:29 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୧୯ ମସିହାରେ ଓଡ଼ିଶା ରସଗୋଲାକୁ ଜିଆଇ ଟ୍ୟାଗ ମିଳିଥିଲା। ହେଲେ ଆଜି ପର୍ଯ୍ୟନ୍ତ ଭୁବନେଶ୍ୱର ହୋଇପାରିନି ରସଗୋଲା ହବ। ତେବେ ଏଠି ପ୍ରଶ୍ନ ଉଠୁଛି ପାହାଳରେ କେବେ ଆରମ୍ଭ ହେବ ରସଗୋଲା କ୍ଲଷ୍ଟର କାମ? ଆଜି ରାଜ୍ୟର ପ୍ରତ୍ୟେକ ରସଗୋଲା ପ୍ରେମୀ ଏପରି ପ୍ରଶ୍ନ ପଚାରିଛନ୍ତି। ସଂସ୍କୃତି ମନ୍ତ୍ରୀ ଏହାର ସଠିକ ଉତ୍ତର ଦେବା ପରିବର୍ତ୍ତେ ପରୋକ୍ଷରେ ଏମ୍‌ଏସ୍‌ଏମ୍‌ଇ ବିଭାଗ ଉପରକୁ ଦୋଷ ଠେଲିଛନ୍ତି।

ଆଜକୁ ଦୁଇ ବର୍ଷ ତଳେ ଓଡ଼ିଶାର ରସଗୋଲାକୁ ଜିଆଇ ଟ୍ୟାଗ୍‌ ମିଳିଥିଲା। ହେଲେ ଏଯାଏଁ ତା’ର ପ୍ରଚାର-ପ୍ରସାର ନେଇ ସେଭଳି କିଛି ଆଖିଦୃଶିଆ ପଦକ୍ଷେପ ନିଆଯାଇନି। ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଜିଆଇ ଫେସିଲିଟେଟର ଅନୀତା ସାବତ।

ସେ କହିଛନ୍ତି, ରାଜ୍ୟ ସରକାର ଓଡ଼ିଶା ରସଗୋଲାର ପରିଚୟକୁ ପ୍ରସାର କରିବା ଲାଗି ଅନେକ କିଛି ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଛି। ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଗୋଟିଏ ଗୋଟିଏ ଇଣ୍ଟେଲେକ୍‌ଚୁଆଲ୍‌ ପ୍ରପର୍ଟି ସେଲ୍ ଗଠନ କରାଯିବା କଥା। ଏଥିସହ ପ୍ରତ୍ୟେକ ଜିଲ୍ଲା ପାଇଁ ଇନସ୍ପେକସନ ବଡି, ରସଗୋଲାର ୟୁନିଫର୍ମ ସ୍ପେଲିଂ ଓ ରାଜ୍ୟର ସମସ୍ତ ମିଠା ବ୍ୟବସାୟୀମାନଙ୍କ ରେଜିଷ୍ଟ୍ରେସନ୍ କରାଯିବା ଜରୁରୀ। ସେପଟେ ଜଗନ୍ନାଥ ସଂସ୍କୃତି ଗବେଷକ ଅସିତ ମହାନ୍ତି ମଧ୍ୟ ଅଭିଯୋଗ କରିଛନ୍ତି, ରାଜ୍ୟ ସରକାର ରସଗୋଲାର ପରିଚୟକୁ ବଳିଷ୍ଠ କରିବାକୁ ସେଭଳି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରିନାହାଁନ୍ତି।

୨୦୧୫ ମସିହାରୁ ପାହାଳ ମିଷ୍ଟାନ୍ନ ବ୍ୟବସାୟୀ ସଂଘ ପ୍ରତିବର୍ଷ ନିଳାଦ୍ରୀବିଜେ ଦିନକୁ ରସଗୋଲା ଦିବସ ଭାବେ ପାଳନ କରିଆସୁଛି। ତେବେ ପାହାଳ ମିଷ୍ଟାନ୍ନ ବ୍ୟବସାୟୀ ସଂଘ ସଭାପତି ଅକ୍ଷୟ କୁମାର ଲେଙ୍କାଙ୍କ କହିବା ଅନୁସାରେ, କିଛିଦିନ ତଳେ ପାହାଳରେ ରସଗୋଲା କ୍ଲଷ୍ଟର ପାଇଁ ଦେଢ ଏକର ଜାଗା ଚିହ୍ନଟ ସରିଛି। ଆସନ୍ତା ବର୍ଷକ ଭିତରେ କାମ ଆରମ୍ଭ ହେବ। ତେବେ ଏହି କାମରେ ସାମାନ୍ୟ ବିଳମ୍ବକୁ ନେଇ ବ୍ୟବସାୟୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଅନ୍ୟପଟେ ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପାଣିଗ୍ରାହୀ କହିଛନ୍ତି, ସରକାରୀ କାମରେ କିଛି ସମସ୍ୟା ଥିବାରୁ ଉଭୟ କ୍ଲଷ୍ଟର ଓ ହବ୍‌ କାମରେ ବିଳମ୍ବ ଘଟିଛି। ଏଥିପାଇଁ ମନ୍ତ୍ରୀ ପରୋକ୍ଷରେ ଏମ୍‌ଏସ୍‌ଏମ୍‌ଇ ବିଭାଗ ଉପରକୁ ଦୋଷ ଠେଲିଛନ୍ତି।

ଶ୍ରୀମନ୍ଦିର ସଂସ୍କୃତି ସହ ଶହ ଶହ ବର୍ଷ ଧରି ଜଡ଼ିତ ରହିଛି ରସଗୋଲା। ଯାହାର ବଳିଷ୍ଠ ପ୍ରମାଣ ଘୋଷଯାତ୍ରାର ଅନ୍ତିମ ପର୍ବ ନିଳାଦ୍ରୀବିଜେ ଦିନ ମିଳିଯାଏ। ରଥଯାତ୍ରାରେ ସାଙ୍ଗରେ ନେଇନଥିବାରୁ ରୋଷ କରିଥିବା ଅଭିମାନିନୀ ମହାଲକ୍ଷ୍ମୀଙ୍କୁ ଏହି ରସଗୋଲା ମିଠା ଖୁଆଇ ମାନଭଞ୍ଜନ କରିଥାନ୍ତି ମହାପ୍ରଭୁ ଜଗନ୍ନାଥ। ତେବେ ପଶ୍ଚିମବଙ୍ଗ ରସଗୋଲା ଜିଆଇ ଟ୍ୟାଗ ପାଇବା ପରେ ଚେଇଁ ଉଠିଥିଲେ ଓଡ଼ିଶା। ରସଗୋଲାର ଉତ୍ପତ୍ତି ଓଡ଼ିଶାରେ ବୋଲି ୨୦୧୮ ଫେବ୍ରୁଆରୀ ୨୩ରେ ଦସ୍ତାବିଜ୍ ସହ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ ଓ ଉତ୍କଳ ମିଷ୍ଟାନ୍ନ ବ୍ୟବସାୟୀ ସଂଘ ପକ୍ଷରୁ ଜିଆଇ ମାନ୍ୟତା ପାଇଁ ଆବେଦନ ହୋଇଥିଲା। ଶେଷରେ ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ୨୦୧୯ ଜୁଲାଇ ୨୯ରେ ଓଡ଼ିଶା ରସଗୋଲାକୁ ମିଳିଲା ଜିଆଇ ଟ୍ୟାଗ ମିଳିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story