ମାଛକୁଣ୍ଡ ବିଦ୍ୟୁତ ପ୍ରକଳ୍ପ କେଉଁଠି? ଜାଣିନି ମାଧ୍ୟମିକ ଶିକ୍ଷା ପରିଷଦ, କହୁଛି- ଆନ୍ଧ୍ରରେ

କୋରାପୁଟ(ସୂର୍ଯ୍ୟନାରାୟଣ ପଣ୍ଡା): ମାଛକୁଣ୍ଡ ଜଳ ବିଦ୍ୟୁତ ଶକ୍ତି କେନ୍ଦ୍ର କେଉଁଠି? ଓଡ଼ିଶାରେ ନା ଆନ୍ଧ୍ରପ୍ରଦେଶରେ? ଏହାର ଉତ୍ତର ହୁଏତ ଆପଣ ଜାଣିଥିବେ। ପିଲା ବେଳେ ବହିରେ ପଢ଼ିଥିବେ। ହେଲେ ଓଡ଼ିଶା ସରକାର ଏହାର ଅଜବ ଉତ୍ତର ଦେଇଛନ୍ତି। ମାଛକୁଣ୍ଡ ଜଳ ବିଦ୍ୟୁତ ଶକ୍ତି କେନ୍ଦ୍ର ଆନ୍ଧ୍ରପ୍ରଦେଶରେ ଅଛି ବୋଲି ଦଶମ ଶ୍ରେଣୀ ବହିରେ ଦର୍ଶାଇଛନ୍ତି। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପ୍ରସ୍ତୁତ ଦଶମ ଶ୍ରେଣୀର ଭୂଗୋଳ ଓ ଅର୍ଥନୀତି ବହିରେ ‘ଭାରତର ମୁଖ୍ୟ ଜଳ ବିଦ୍ୟୁତ […]

School

School

Manoranjan Sial
  • Published: Thursday, 25 August 2022
  • Updated: 25 August 2022, 09:14 PM IST

Sports

Latest News

କୋରାପୁଟ(ସୂର୍ଯ୍ୟନାରାୟଣ ପଣ୍ଡା): ମାଛକୁଣ୍ଡ ଜଳ ବିଦ୍ୟୁତ ଶକ୍ତି କେନ୍ଦ୍ର କେଉଁଠି? ଓଡ଼ିଶାରେ ନା ଆନ୍ଧ୍ରପ୍ରଦେଶରେ? ଏହାର ଉତ୍ତର ହୁଏତ ଆପଣ ଜାଣିଥିବେ। ପିଲା ବେଳେ ବହିରେ ପଢ଼ିଥିବେ। ହେଲେ ଓଡ଼ିଶା ସରକାର ଏହାର ଅଜବ ଉତ୍ତର ଦେଇଛନ୍ତି। ମାଛକୁଣ୍ଡ ଜଳ ବିଦ୍ୟୁତ ଶକ୍ତି କେନ୍ଦ୍ର ଆନ୍ଧ୍ରପ୍ରଦେଶରେ ଅଛି ବୋଲି ଦଶମ ଶ୍ରେଣୀ ବହିରେ ଦର୍ଶାଇଛନ୍ତି।

ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପ୍ରସ୍ତୁତ ଦଶମ ଶ୍ରେଣୀର ଭୂଗୋଳ ଓ ଅର୍ଥନୀତି ବହିରେ ‘ଭାରତର ମୁଖ୍ୟ ଜଳ ବିଦ୍ୟୁତ ଶକ୍ତି କେନ୍ଦ୍ର’ ତାଲିକାରେ  ମାଛକୁଣ୍ଡ ଜଳ ବିଦ୍ୟୁତ ଶକ୍ତି କେନ୍ଦ୍ର ଆନ୍ଧ୍ର ଅଛି ବୋଲି ଦର୍ଶାଯାଇଛି। ଏହି ତାଲିକାରେ ରାଜ୍ୟ ଅନୁସାରେ ଜଳ ବିଦ୍ୟୁତ୍ କେନ୍ଦ୍ର ଗୁଡ଼ିକର ନାଁ ଲେଖାଯାଇଥିବା ବେଳେ କ୍ରମିକ ନମ୍ବର ୧ରେ ରହିଥିବା ଆନ୍ଧ୍ର ପ୍ରଦେଶରେ ମାଛକୁଣ୍ଡ ଜଳ ବିଦ୍ୟୁତ୍ ଶକ୍ତି କେନ୍ଦ୍ର ଥିବା ଲେଖାଯାଇଛି। ଅନ୍ୟପକ୍ଷରେ ଏହି ତାଲିକାର କ୍ରମିକ ନମ୍ବର-୧୭ରେ ଓଡ଼ିଶାରେ ‘ହୀରାକୁଦ’, ‘ବାଲିମେଳା’, ‘ଇନ୍ଦ୍ରାବତୀ’ ଓ ‘ରେଙ୍ଗାଳି’ ଜଳ ବିଦ୍ୟୁତ ଶକ୍ତି କେନ୍ଦ୍ର ନାଁ ଉଲ୍ଲେଖ କରାଯାଇଥିବା ବେଳେ ‘ମାଛକୁଣ୍ଡ ଜଳ ବିଦ୍ୟୁତ୍‌ ଶକ୍ତି କେନ୍ଦ୍ର’ର ନାଁ ନାହିଁ।

ଓଡ଼ିଶାର ମାଛକୁଣ୍ଡ ଜଳ ବିଦ୍ୟୁତ ଶକ୍ତି କେନ୍ଦ୍ରକୁ ଆନ୍ଧ୍ରରେ ବୋଲି ଦଶମ ଶ୍ରେଣୀ ଭୂଗୋଳ ଓ ଅର୍ଥନୀତି ବହିରେ ଦର୍ଶାଯାଇଥିବାରୁ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ମଧ୍ୟ ଅସନ୍ତୋଷ ପ୍ରକାଶ ପାଇଛି।

ଜଣେ ଶିକ୍ଷକ କହିଛନ୍ତି, ୨୦୨୨ ମସିହାରେ ଆସିଥିବା ବହିରେ ଆନ୍ଧ୍ରରେ ମାଛକୁଣ୍ଡ ଜଳ ବିଦ୍ୟୁତ ଶକ୍ତି ରହିଥିବା ଦର୍ଶାଯାଇଛି। ପିଲାଙ୍କୁ ପଢ଼ାଇଲା ବେଳେ ଭୁଲ୍‌ରେ ପ୍ରିଣ୍ଟ ହୋଇଥିବା କହି ପଢ଼ାଇବାକୁ ବାଧ୍ୟ ହେଉଛୁ। ଠିକ୍‌ ସେମିତି ବିଗତ ବର୍ଷରେ ଓଡ଼ିଶାରେ ଆନ୍ଧ୍ରର ଓରାଅଙ୍ଗୁଳ ଡ୍ୟାମ ଥିବା ଲେଖା ଯାଇଥିଲା। ଏହି ଭୁଲ୍‌କୁ ଏଥର ସଂଶୋଧନ କରାଯାଇଛି ବୋଲି ଶିକ୍ଷକ ଜଣକ କହିଛନ୍ତି।

ତେବେ ଏଠି ପ୍ରଶ୍ନ ଉଠୁଛି, ମାଛକୁଣ୍ଡ ଜଳ ବିଦ୍ୟୁତ ଶକ୍ତି କେନ୍ଦ୍ର କେଉଁଠି? ଆସନ୍ତୁ ଏହା ଉପରେ ନଜର ପକାଇବା। ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାର ଲମତପୁଟ ବ୍ଲକ୍‌ରେ ରହିଛି ମାଛକୁଣ୍ଡ ଜଳ ବିଦ୍ୟୁତ ଶକ୍ତି କେନ୍ଦ୍ର। ୧୯୫୫ ମସିହାରେ ଭାରତର ପ୍ରଥମ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦ ଏହି ପ୍ରକଳ୍ପକୁ ଲୋକାର୍ପଣ କରିଥିଲେ। ଏହାର ରକ୍ଷଣାବେକ୍ଷଣ ଦାୟିତ୍ଵ ଓଡ଼ିଶା ସରକାରଙ୍କ ଅଧୀନରେ ରହିଛି। କିନ୍ତୁ ଜଳ ବିଦ୍ୟୁତ ଶକ୍ତି କେନ୍ଦ୍ରରୁ ଉତ୍ପାଦନ ହେଉଥିବା ବିଜୁଳି ଓ ପାଣି ଉଭୟ ଓଡ଼ିଶା ଏବଂ ଆନ୍ଧ୍ର ମଧ୍ୟରେ ୫୦/୫୦ରେ ଭାଗ ବଣ୍ଟା କରାଯାଉଛି। ପ୍ରକଳ୍ପ ପ୍ରତିଷ୍ଠା ବେଳେ ଏପରି ଚୁକ୍ତି ଦୁଇ ରାଜ୍ୟ ମଧ୍ୟରେ ହୋଇଥିଲା ଆଲୋଚନା ହେଉଛି। କିନ୍ତୁ ଏହାର ଅର୍ଥ ନୁହେଁ, ମାଛକୁଣ୍ଡ ଜଳ ବିଦ୍ୟୁତ୍‌ ଶକ୍ତି କେନ୍ଦ୍ର ଆନ୍ଧ୍ରପ୍ରଦେଶର। ଏହି ପ୍ରକଳ୍ପ ଓଡ଼ିଶାରେ ଥିଲା ଓ ରହିଛି। ତେଣୁ କେଉଁ ମହାନ ଓ ବିଜ୍ଞ ବ୍ୟକ୍ତି କେଉଁ ଲେନ୍ସରେ ମାଛକୁଣ୍ଡକୁ ଆନ୍ଧ୍ରରେ ଦେଖିଲେ ଏବଂ ଲେଖିଲେ? ଯଦି ପ୍ରିଣ୍ଟିଂ ମିଷ୍ଟେକ୍‌, ତା’ହେଲେ ବହି ଛପା ହେଲା ପରେ କାହିଁକି ତାକୁ ଠିକ୍ କରାଗଲା ନାହିଁ?

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos