ଶର୍ମିଷ୍ଠାଙ୍କୁ ଦୁଇ ଥର ଜେରା କରିଥିଲା ପୁଲିସ୍‌, ଏବେ ଖୋଜୁଛି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ ପୁଲିସ୍‌ ଶର୍ମିଷ୍ଠା ରାଉତଙ୍କୁ କୁଆଡ଼େ ଦୁଇ ଦୁଇ ଥର ଜେରା କରିଥିଲା। ଥାନାକୁ ଡାକି ପଚରାଉଚରା ମଧ୍ୟ କରିଥିଲା। ବର୍ତ୍ତମାନ ଶର୍ମିଷ୍ଠାଙ୍କ ସହ ଫେରାର୍‌ ଥିବା ଅନ୍ୟ ଜଣେ ମହିଳାଙ୍କ ସ୍ୱାମୀ ଅରୁଣ ଭୋଇ ଆଜି ଏଭଳି ସାଙ୍ଘାତି ତଥ୍ୟ ଦେଇଛନ୍ତି। ଅରୁଣ କହିଛନ୍ତି, ଫେବୃୟାରୀ ୧୫ ଓ ୧୬ ତାରିଖରେ ଶର୍ମିଷ୍ଠା ଓ ତାଙ୍କ ପତ୍ନୀଙ୍କୁ ଚାନ୍ଦବାଲି ପୁଲିସ୍‌ ଥାନାକୁ ଡକାଇ ଜେରା କରିଥିଲା। କାରଣ ମାନସଙ୍କ […]

Nayagarh-Murder

Manoranjan Sial
  • Published: Saturday, 19 March 2022
  • , Updated: 19 March 2022, 09:08 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ ପୁଲିସ୍‌ ଶର୍ମିଷ୍ଠା ରାଉତଙ୍କୁ କୁଆଡ଼େ ଦୁଇ ଦୁଇ ଥର ଜେରା କରିଥିଲା। ଥାନାକୁ ଡାକି ପଚରାଉଚରା ମଧ୍ୟ କରିଥିଲା। ବର୍ତ୍ତମାନ ଶର୍ମିଷ୍ଠାଙ୍କ ସହ ଫେରାର୍‌ ଥିବା ଅନ୍ୟ ଜଣେ ମହିଳାଙ୍କ ସ୍ୱାମୀ ଅରୁଣ ଭୋଇ ଆଜି ଏଭଳି ସାଙ୍ଘାତି ତଥ୍ୟ ଦେଇଛନ୍ତି।

ଅରୁଣ କହିଛନ୍ତି, ଫେବୃୟାରୀ ୧୫ ଓ ୧୬ ତାରିଖରେ ଶର୍ମିଷ୍ଠା ଓ ତାଙ୍କ ପତ୍ନୀଙ୍କୁ ଚାନ୍ଦବାଲି ପୁଲିସ୍‌ ଥାନାକୁ ଡକାଇ ଜେରା କରିଥିଲା। କାରଣ ମାନସଙ୍କ ପରିବାର ପୂର୍ବରୁ ଚାନ୍ଦବାଲି ଥାନାରେ ଏତଲା ଦେଇଥିଲେ।  ସେହି ଏତଲା ଆଧାରରେ ପୁଲିସ ମାନସଙ୍କ ମୃତ୍ୟୁର ସୁରାଗ କାଢ଼ିବା ପାଇଁ ଶର୍ମିଷ୍ଠାଙ୍କୁ ପୂର୍ବରୁ ଜେରା କରିଥିବା ଅରୁଣ କହିଛନ୍ତି।

ତେବେ ଏଠି ପ୍ରଶ୍ନ ଉଠୁଛି, ଯଦି ପୁଲିସ୍‌ ଶର୍ମିଷ୍ଠା ଜେରା କରିଥିଲା, ତାହାହେଲେ ତାଙ୍କଠାରୁ କି ତଥ୍ୟ ପାଇଥିଲା? ଦୁଇ ଦୁଇ ଥର ଜେରାର ସାମ୍ନା କରିଥିବା ଶର୍ମିଷ୍ଠା ଗିରଫଦାରୀର ଆଭାସ ପାଇ ଖସି ଗଲେ କି? ଯଦି ହଁ, ତେବେ କାହାଠୁ ପାଇଥିଲେ ସମ୍ଭାବ୍ୟ ଗିରଫଦାରୀର ପ୍ରାକ୍‌ ସୂଚନା? ଏବେ ଏଭଳି ପ୍ରଶ୍ନ ଉଠିଥିବା ବେଳେ ମାମଲାରେ ସଂପୃକ୍ତ ଅଭିଯୁକ୍ତଙ୍କ ସମ୍ପର୍କରେ ଆସୁଛି ନୂଆ ନୂଆ ତଥ୍ୟ। ଏହି ମାମଲାରେ ୬ ଅଭିଯୁକ୍ତ ରହିଛନ୍ତି। ସେମାନଙ୍କ ମଧ୍ୟରୁ ମାନସଙ୍କ ମୃତଦେହକୁ ନେଇ ପୋତିଥିବା ଗାଡ଼ି ଡ୍ରାଇଭର ସହ ୩ ଜଣଙ୍କୁ ପୂର୍ବରୁ ଗିରଫ କରିସାରିଛି ପୁଲିସ୍‌। କିନ୍ତୁ ଏଯାଏଁ ଶର୍ମିଷ୍ଠାଙ୍କ ସହ ଜଣେ ମହିଳା ଓ ଜଣେ ଯୁବକଙ୍କ ପତ୍ତା ପାଉନି ପୁଲିସ୍‌।

ଶୁଣିବାକୁ ମିଳୁଛି ଶର୍ମିଷ୍ଠାଙ୍କ ସହ ଫେରାର ଥିବା ଯୁବକ ହେଉଛନ୍ତି ରାଜ ନାୟକ। ତାଙ୍କ ଘର ନୟାଗଡ଼ ଜିଲ୍ଲା ଓଡ଼ଗାଁ। ସେ ଭୁବନେଶ୍ୱର ଖଣ୍ଡଗିରିରେ ରାଜ୍ କମ୍ୟୁନିକେସନ ନାଁରେ ଏକ ଦୋକାନ କରିଥିଲେ। କିନ୍ତୁ ଗତ ୨୦ ଦିନ ହେଲା ତାଙ୍କ ଦୋକାନ ବନ୍ଦ ରହିଛି। ପୁଲିସ ତା’ ଭଡ଼ାଘରକୁ ଆସିଥିବା ନେଇ ଘର ମାଲିକଠୁ ଖବର ପାଇ ରାଜ୍ ଫେରାର୍ ହୋଇଯାଇଛି।

ସେପଟେ ଶର୍ମିଷ୍ଠାଙ୍କ ସହ ୩ ଜଣଙ୍କୁ ଧରିବା ପାଇଁ ରାଜ୍ୟ ଓ ରାଜ୍ୟ ବାହାରେ ଜାଲ ବିଛାଇଛି ପୁଲିସ୍‌। ଭଦ୍ରକ ଏସ୍‌ପିଙ୍କ ନେତୃତ୍ୱରେ ୩ଟି ଟିମ୍‌ ଗଠନ କରାଯାଇଥିବା ବେଳେ ଗତ ୧୭ ତାରିଖରେ ଏକ ଟିମ୍‌ ବିଶାଖାପାଟଣା ଯାଇଥିବା କୁହାଯାଉଛି। ଅପରପକ୍ଷେ ଭଦ୍ରକ ରିଜର୍ଭ ପୁଲିସ ବାରାକ୍‌ର ଦୀପକ ନାମକ ଆଉ ଜଣେ ଅଭିଯୁକ୍ତକୁ ପୁଲିସ୍‌ ଜେରା କରିଥିବା ଚର୍ଚ୍ଚା ହେଉଛି।

Related story