Advertisment

ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ କ’ଣ କରୁଛନ୍ତି?

ପୁରୀ (ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ସୁରକ୍ଷା ପାଇଁ ରାଜ୍ୟ ସରକାର ୨୦୦୪ ମସିହାରେ ନିଯୁକ୍ତି ଦେଇଥିଲେ ସୁରକ୍ଷା ପ୍ରଶାସକ। ଏହି ପଦବିରେ ଜଣେ ଅତିରିକ୍ତ ଏସ୍‌ପି ପାହ୍ୟାର ଅଫିସରଙ୍କୁ ନିଯୁକ୍ତି ଦେଇଥିଲେ ସରକାର। ସେ କଣ କରୁଛନ୍ତି? ତାଙ୍କ ଦାୟିତ୍ୱ କଣ? ସେ କି କାମ କରୁଛନ୍ତି? ମହାପ୍ରଭୁଙ୍କ ରୋଷଶାଳାରେ ଜଗନ ମହାପାତ୍ର ପଶିବା ପରେ ଏପରି ପ୍ରଶ୍ନ ଉଠାଇଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମାଧବ ମହାପାତ୍ର। ଶ୍ରୀମନ୍ଦିର ଭିତର ଠିକ୍‌ ଭାବେ ଶୋଧ (ମନ୍ଦିର […]

ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ କ’ଣ କରୁଛନ୍ତି?

Puri

Advertisment

ପୁରୀ (ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ସୁରକ୍ଷା ପାଇଁ ରାଜ୍ୟ ସରକାର ୨୦୦୪ ମସିହାରେ ନିଯୁକ୍ତି ଦେଇଥିଲେ ସୁରକ୍ଷା ପ୍ରଶାସକ। ଏହି ପଦବିରେ ଜଣେ ଅତିରିକ୍ତ ଏସ୍‌ପି ପାହ୍ୟାର ଅଫିସରଙ୍କୁ ନିଯୁକ୍ତି ଦେଇଥିଲେ ସରକାର। ସେ କଣ କରୁଛନ୍ତି? ତାଙ୍କ ଦାୟିତ୍ୱ କଣ? ସେ କି କାମ କରୁଛନ୍ତି? ମହାପ୍ରଭୁଙ୍କ ରୋଷଶାଳାରେ ଜଗନ ମହାପାତ୍ର ପଶିବା ପରେ ଏପରି ପ୍ରଶ୍ନ ଉଠାଇଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମାଧବ ମହାପାତ୍ର।

Advertisment

ଶ୍ରୀମନ୍ଦିର ଭିତର ଠିକ୍‌ ଭାବେ ଶୋଧ (ମନ୍ଦିର ପହଡ଼ ପଡ଼ିବା ପରେ କେହି ଏହା ପରିସରରେ ରହିଯାଇଥିଲେ, ତାଙ୍କୁ ବାହାର କରିବା କାମ) କରାଯାଉନି। ପୁରୀ ପୁଲିସ୍‌ ଓ ଜେଟିପି ମିଳିତ ଭାବେ ଗୋଟିଏ ପାର୍ଶ୍ୱ ପରିବର୍ତ୍ତେ ଉଭୟ ଦିଗରୁ ଶୋଧ କରିବା ଦରକାର। ଯଦି ଏପରି ହୁଏ, ତାହାହେଲେ ଶୋଧ ଅଧିକ ସୁଦୃଢ଼ ହେବ। ଶ୍ରୀମନ୍ଦିରକୁ ସମ୍ପୂର୍ଣ୍ଣ ସର୍ଭେଲାନ୍ସରେ ରଖିବାକୁ ହେଲେ ୧୨୦ରୁ ଅଧିକ ସିସିଟିଭି ଲାଗିବା ଆବଶ୍ୟକ। ହେଲେ ବର୍ତ୍ତମାନ ପରିସ୍ଥିତିରେ ୧୧ଟି ସିସିଟିଭି ସଚଳ ରହିଛି। ଖାଲି ଅଧିକ ସଂଖ୍ୟକ ସିସିଟିଭି ଲଗାଇବା ହେବନି, ତା’କୁ ତଦାରଖ କରିବା ଆବଶ୍ୟକ। ପ୍ରତି ସୋମବାର ଯେମିତି ସେବାୟତଙ୍କର ସମୀକ୍ଷା ବୈଠକ ବସୁଛି, ଠିକ୍‌ ସେମିତି ମାସରେ ଅତି କମ୍‌ରେ ଥରେ ଶ୍ରୀମନ୍ଦିର କର୍ମଚାରୀଙ୍କର ଗୋଟିଏ ବୈଠକ ବସିବା ଆବଶ୍ୟକ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟମାନେ ଦାବି କରିଛନ୍ତି।

ଚୋର ଗଲା ପରେ ବୁଦ୍ଧି ପଶିଲା ପରି ଆଜିଠାରୁ ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥା ଗଡ଼ାକଡ଼ି ହୋଇଛି। ସିଂହଦ୍ୱାର ସମ୍ମୁଖରେ ମୁତୟନ ହୋଇଛନ୍ତି ପୁଲିସ୍‌। ଶ୍ରୀମନ୍ଦିର ଭିତରେ ପ୍ରବେଶ ପୂର୍ବରୁ ସେମାନେ ଶ୍ରଦ୍ଧାଳୁଙ୍କୁ ତନ୍ନତନ୍ନ କରି ଯାଞ୍ଚ କରୁଛନ୍ତି। ସୁରକ୍ଷାରେ ଯେପରି ସାମାନ୍ୟତମ ତ୍ରୁଟି ନହେବ, ସେଥିପ୍ରତି ବିଶେଷ ଧ୍ୟାନ ଦେଇଛି ଶ୍ରୀମନ୍ଦିର ପ୍ରଶାସନ।

Advertisment

ଅନ୍ୟପକ୍ଷରେ ମହାପ୍ରଭୁଙ୍କ ରୋଷଶାଳା ଭାଙ୍ଗିବା ଅଭିଯୋଗରେ ପୁରୀ ପୁଲିସ୍‌ ଅଭିଯୁକ୍ତ ଜଗନ ମହାପାତ୍ରକୁ ଗିରଫ କରି କୋର୍ଟ ଚାଲଣ କରିଛି। ଅଭିଯୁକ୍ତକୁ ପୁରୀ-ଖୋର୍ଦ୍ଧା ସୀମାରୁ ପୁଲିସ୍‌ ଧରିଥିଲା। ଆଉ ଜେରା ପରେ ସେ ଚୁଲି ଭାଙ୍ଗିଥିବା ସ୍ୱୀକାର କରିଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe