ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୬୦୦ ପାର୍ କରି ସାରିଥିବା ବେଳେ ଏଥିଯୋଗୁ ଆଖି ବୁଜି ସାରିଲେଣି ୮ ଜଣ। ଜୁନ୍ ମାସରେ ଏହି ସଂଖ୍ୟା ଆହୁରି ବଢ଼ିବା ଆଶଙ୍କା ଥିବାରୁ ମାସ ସାରା ରାଜ୍ୟର ୧୧ ଜିଲ୍ଲାରେ ପ୍ରତି ଶନିବାର ଓ ରବିବାରକୁ ଶଟ୍ ଡାଉନ୍ ଘୋଷଣା କରିଛନ୍ତି ରାଜ୍ୟ ସରକାର।
ଜରୁରୀ କାର୍ଯ୍ୟ ବ୍ୟତୀତ ଏହି ଦୁଇ ଦିନ ଘରୁ ନ ବାହାରିବାକୁ କମିଶନରେଟ ପୁଲିସ୍ ପକ୍ଷରୁ ପରାମର୍ଶ ଦିଆଯିବା ସହ ଏ ନେଇ ନିର୍ଦ୍ଦେଶାବାଳୀ ଜାରି କରାଯାଇଛି। ଫଳରେ ଶଟଡାଉନ୍ରେ କେଉଁମାନେ ID କାର୍ଡ ଦେଖାଇ ଘରୁ ବାହାରି ପାରିବେ ସେ ନେଇ କମିଶନରେଟ ପୁଲିସ୍ ପକ୍ଷରୁ ସ୍ପଷ୍ଟ କରାଯାଇଛି।
- ମେଡିକାଲ, ନର୍ସିଂହୋମ କର୍ମଚାରୀ ପରିଚୟ ପତ୍ର ଦେଖାଇ ଯାଇପାରିବେ ।
- ମେଡିସିନ ଷ୍ଟୋର ଷ୍ଟାଫ୍ ମଧ୍ୟ ପୁଲିସ୍ ଦେଇଥିବା ପୁରୁଣା ପାସ୍ ଦେଖାଇ ଯାଇ ପାରିବେ ।
- କେନ୍ଦ୍ର ଓ ରାଜ୍ୟ ସରକାରୀ କର୍ମଚାରୀ ID କାର୍ଡ ଦେଖାଇ ଯାଇପାରିବେ।
- ଟେଲିକମ୍, ମିଡିଆ, ପେଟ୍ରୋଲ ପମ୍ପ୍ କର୍ମଚାରୀଙ୍କ ପାଇଁ ମଧ୍ୟ ସମାନ ନିୟମ ଲାଗୁ ହୋଇଛି। ସେମାନେ ମଧ୍ୟ ID କାର୍ଡ ଦେଖାଇ ନିଜ କର୍ମକ୍ଷେତ୍ରରୁ ଯାଇପାରିବେ।
- ହୋମ୍ ଡେଲିଭରି, ପାନୀୟ ଜଳ, ପରିମଳ, ବିଦ୍ୟୁତ୍ କର୍ମଚାରୀ , କଳକାରଖାନା, ହୋଟେଲ କର୍ମଚାରୀ ID କାର୍ଡ ଦେଖାଇ ଯାଇପାରିବେ। ଷ୍ଟେସନ, ବସ୍ ଷ୍ଟାଣ୍ଡ, ଏୟାରପୋର୍ଟ ପାଇଁ ଗାଡ଼ିକୁ ପୁଲିସ୍ ପାସ୍ ଦରକାର।
- ପୁଲିସ୍ ପାସ୍ ଦେଖାଇ ଟ୍ୟାକ୍ସି, ଅଟୋ, OLA, Uber ଆଦି ଯାଇପାରିବ।
- ଶଟଡାଉନ୍ ଦିନ ବାହାଘର ଥିଲେ ପୁଲିସ୍ଠାରୁ ପାସ୍ ନେବା ଜରୁରୀ।
-ରେଳ, ବିମାନ, ଟ୍ୟାକ୍ସି ଚଳାଚଳ ମଧ୍ୟ ଚାଲୁ ରହିବ।
- ଟୁଇନ ସିଟିରୁ ବାହାରକୁ ଯିବାକୁ ଚାହୁଁଥିବା ଘରୋଇ ଗାଡ଼ିକୁ ୧୦୦ରୁ ଅନୁମତି ନେବା ଆବଶ୍ୟକ ।
- ମାଲ ପରିବହନ କରୁଥିବା ଖାଲି ଓ ମାଲ୍ ଭର୍ତ୍ତି ଗାଡ଼ି ପାଇଁ ପାସ୍ ଅନାବଶ୍ୟକ।
- ଅନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ SMS ବା ୧୦୦କୁ ଡାଏଲ କରି ପାସ୍ ନେବେ
ଶଟ୍ଡାଉନ୍ ସମୟରେ ପେଟ୍ରୋଲ ପମ୍ପ ଖୋଲା ରହିବ ବୋଲି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ। କର୍ତ୍ତୃପକ୍ଷଙ୍କ ଅନୁମତି ନେଇ ବିବାହ ଓ ଦାହ ସଂସ୍କାର କାର୍ଯ୍ୟ ହୋଇପାରିବ ବୋଲି କହିଛନ୍ତି ମନ୍ତ୍ରୀ।