ତୈଳରୁ ଆଦାୟ ହେଉଥିବା ଟିକସରୁ କିଏ କେତେ ନେଉଛି?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦେଶରେ ପ୍ରତିଦିନ ବଢ଼ୁଛି ପେଟ୍ରୋଲ ଓ ଡିଜେଲ୍‌ ଦର। ଯାହାକୁ ନେଇ ଖାଉଟି ଚିନ୍ତାରେ। ଅନ୍ୟପକ୍ଷରେ ପେଟ୍ରୋଲ ଓ ଡିଜେଲ୍‌ ଦର ବଢ଼ୁଥିବାରୁ ଅତ୍ୟାବଶ୍ୟକ ସାମଗ୍ରୀ ଉପରେ ଏହାର ପ୍ରଭାବ ପଡ଼ିଛି। ଏହା ବିରୋଧରେ କଂଗ୍ରେସ ଆଜି ୬ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦେଇଥିଲା। ଏହାର ପ୍ରଭାବ କେତେକାଂଶରେ ରାଜ୍ୟରେ ପଡ଼ିଥିବା ଦେଖିବାକୁ ମିଳିଛି। ତେବେ ଏଠି ପ୍ରଶ୍ନ ଉଠୁଛି, ପେଟ୍ରୋଲ ଓ ଡିଜେଲ୍‌ ଉପରେ ଲାଗିଥିବା ଟ୍ୟାକ୍ସରୁ କିଏ କେତେ […]

petrol-price-hike

petrol-price-hike

Manoranjan Sial
  • Published: Monday, 15 February 2021
  • Updated: 16 February 2021, 12:39 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦେଶରେ ପ୍ରତିଦିନ ବଢ଼ୁଛି ପେଟ୍ରୋଲ ଓ ଡିଜେଲ୍‌ ଦର। ଯାହାକୁ ନେଇ ଖାଉଟି ଚିନ୍ତାରେ। ଅନ୍ୟପକ୍ଷରେ ପେଟ୍ରୋଲ ଓ ଡିଜେଲ୍‌ ଦର ବଢ଼ୁଥିବାରୁ ଅତ୍ୟାବଶ୍ୟକ ସାମଗ୍ରୀ ଉପରେ ଏହାର ପ୍ରଭାବ ପଡ଼ିଛି। ଏହା ବିରୋଧରେ କଂଗ୍ରେସ ଆଜି ୬ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦେଇଥିଲା। ଏହାର ପ୍ରଭାବ କେତେକାଂଶରେ ରାଜ୍ୟରେ ପଡ଼ିଥିବା ଦେଖିବାକୁ ମିଳିଛି। ତେବେ ଏଠି ପ୍ରଶ୍ନ ଉଠୁଛି, ପେଟ୍ରୋଲ ଓ ଡିଜେଲ୍‌ ଉପରେ ଲାଗିଥିବା ଟ୍ୟାକ୍ସରୁ କିଏ କେତେ ଟଙ୍କା ନେଉଛି।

ଆଜିର ଦର ଅନୁସାରେ ଅଶୋଧିତ ତେଲ୍‌ କ୍ରୟ ଓ ଏହାର ବିଶୋଧନ ପାଇଁ ଲିଟର ପିଛା ପେଟ୍ରୋଲରେ ଖର୍ଚ୍ଚ ହେଉଛି ୩୨ ଟଙ୍କା ୪୩ ପଇସା। ଏହାକୁ ପେଟ୍ରୋଲର କ୍ରୟ ମୂଲ୍ୟ ବୋଲି ଧରି ନିଆଯିବ। ଏହି କ୍ରୟ ମୂଲ୍ୟ ଉପରେ କେନ୍ଦ୍ର ସରକାର ଟିକସ ନେଉଛନ୍ତି ୩୨ ଟଙ୍କା ୯୮ ପଇସା। ଅର୍ଥାତ ଏକ ଲିଟର ପେଟ୍ରୋଲର ପ୍ରକୃତ ମୂଲ୍ୟ ଯେତେ, ତାଠାରୁ ଅଧିକ ଟିକସ ନେଉଛନ୍ତି କେନ୍ଦ୍ର ସରକାର। ତା’ପରେ ରାଜ୍ୟ ସରକାର ଟିକସ ନେଉଛନ୍ତି ୨୦ ଟଙ୍କା ୯୧ ପଇସା। ଡିଲର କମିଶନ ନେଉଛନ୍ତି ଲିଟର ପିଛା ୩ ଟଙ୍କା ୩୬ ପଇସା। ୩୨ ଟଙ୍କା ୪୩  ପଇସାର ଗୋଟିଏ ଲିଟର ପେଟ୍ରୋଲ ଗ୍ରାହକଙ୍କ ପାଖରେ ପହଞ୍ଚିଲା ବେଳକୁ ୮୯ ଟଙ୍କା ୬୮ ପଇସା ହୋଇଯାଉଛି।

[caption id="attachment_619695" align="aligncenter" width="650"] ରଜ୍ୟରେ ବଢ଼ିଥିବା ପେଟ୍ରୋଲ୍‌ ଦର[/caption]

ସେହିପରି ଅଶୋଧିତ ତେଲ ଓ ଏହାର ବିଶୋଧନ ଖର୍ଚ୍ଚ ମିଶାଇ ଡିଜେଲ ମୂଳ ଦର ହେଉଛି ୩୪ ଟଙ୍କା ରହିଛି।  ଏହାକୁ ଡିଜେଲର କ୍ରୟ ମୂଲ୍ୟ ବୋଲି କହିପାରିବ।  ତା’ଉପରେ କେନ୍ଦ୍ର ସରକାର ଟିକସ ନେଉଛନ୍ତି ୩୧ ଟଙ୍କା ୮୩ ପଇସା। ରାଜ୍ୟ ସରକାର ଟିକସ ନେଉଛନ୍ତି ୧୮ ଟଙ୍କା ୪୧  ପଇସା। ଡିଲର କମିଶନ ନେଉଛନ୍ତି ଲିଟର ପିଛା ୨ ଟଙ୍କା ୨୧ ପଇସା। ଏସବୁକୁ ମିଶାଇ ଡିଜେଲ ଦର ପହଞ୍ଚୁଛି ୮୬ ଟଙ୍କା ୪୫ ପଇସାରେ। ଏହିପରି ଭାବେ ଦେଖିଲେ ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ଟିକସକୁ ମିଶାଇ ପେଟ୍ରୋଲ ଓ ଡିଜେଲ ଦର ପ୍ରାୟ ୩ ଗୁଣ ପାଖାପାଖି ହେଉଛି।

[caption id="attachment_619696" align="aligncenter" width="650"] ରାଜ୍ୟରେ ବଢ଼ିଥିବା ଡିଜେଲ ଦର[/caption]

ତେବେ ପ୍ରକୃତ କଥା ହେଉଛି, ପେଟ୍ରୋଲ ଓ ଡିଜେଲ ଉପରେ କେନ୍ଦ୍ର ସରକାର ନେଉଥିବା ଟ୍ୟାକ୍ସରେ ମଧ୍ୟ ରାଜ୍ୟର ଭାଗ ରହିଛି। ଯେଉଁ ରାଜ୍ୟରେ ଯେତେ ଅଧିକ ପେଟ୍ରୋଲ ଓ ଡିଜେଲ ବିକ୍ରି ହେଉଛି, ସେହି ଅନୁପାତରେ କେନ୍ଦ୍ର ସରକାର, ରାଜ୍ୟମାନଙ୍କୁ ସେମାନଙ୍କ ଭାଗ ଦେଉଛନ୍ତି। ସେହ ହିସାବକୁ ଦେଖିଲେ କେନ୍ଦ୍ର ଅପେକ୍ଷା ରାଜ୍ୟମାନେ ଅଧିକ ଟ୍ୟାକ୍ସ ବାବଦ ଟଙ୍କା ପାଉଛନ୍ତି।

ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ଦେଇଥିବା ୬ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରାର ପ୍ରଭାବ ଭୁବନେଶ୍ୱର, ବ୍ରହ୍ମପୁର, ବାଲେଶ୍ୱର, କଟକ, ପାରାଳାଖେମୁଣ୍ଡି ଓ ରାଉରକେଲା ପରି ସବୁଠି ଦେଖିବାକୁ ମିଳିଥିଲା। ରାସ୍ତାକୁ ଓହ୍ଲାଇଥିଲେ କଂଗ୍ରେସ କର୍ମୀ। ପେଟ୍ରୋଲ, ଡିଜେଲ ଦର ବୃଦ୍ଧି, ବେକାରୀ ସମସ୍ୟା, ରାଜ୍ୟରେ ନାରୀ ଓ ଶିଶୁ ନିର୍ଯାତନା ଏବଂ ବିଗିଡ଼ିଥିବା ଆଇନଶୃଙ୍ଖଳା ପରିସ୍ଥିତି ଭଳି ଏକାଧିକ ପ୍ରସଙ୍ଗରେ ବନ୍ଦ ପାଳନ କରିଛି କଂଗ୍ରେସ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos