କିଏ ସେହି ଭିଲିଆନ ?

ପୁରୀ/ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରଥବନ୍ଦ ପଛରେ କାହାର ହାତ ? କଣ ଥିଲା ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ନେଇ ସରକାରଙ୍କ ଭୂମିକା ?  ବିନା ଭକ୍ତରେ ରଥଯାତ୍ରା କରିବା ନେଇ ମେ ୩୦ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ସର୍ବସମ୍ମତିରେ ହୋଇଥିଲା ନିଷ୍ପତ୍ତି । ଏଥିରେ ବିସ୍ତୃତ ଭାବେ କେମିତି କରୋନା ନିୟମ ମାନି ଭକ୍ତଶୂନ୍ୟ ବିକଳ୍ପ ରଥ ଯାତ୍ରା ହୋଇପାରିବ, ତାର ପ୍ରସ୍ତାବ ରହିଥିଲା । ବିଭିନ୍ନ ଦୃଷ୍ଟିକୋଣରୁ ରଥଯାତ୍ରା କରିବା ଜରୁରୀ ବୋଲି ଶ୍ରୀମନ୍ଦିର ପରିଚାଳନା […]

7099

Tapas Behera
  • Published: Saturday, 20 June 2020
  • , Updated: 20 June 2020, 07:27 PM IST

ପୁରୀ/ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରଥବନ୍ଦ ପଛରେ କାହାର ହାତ ? କଣ ଥିଲା ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ନେଇ ସରକାରଙ୍କ ଭୂମିକା ?  ବିନା ଭକ୍ତରେ ରଥଯାତ୍ରା କରିବା ନେଇ ମେ ୩୦ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ସର୍ବସମ୍ମତିରେ ହୋଇଥିଲା ନିଷ୍ପତ୍ତି । ଏଥିରେ ବିସ୍ତୃତ ଭାବେ କେମିତି କରୋନା ନିୟମ ମାନି ଭକ୍ତଶୂନ୍ୟ ବିକଳ୍ପ ରଥ ଯାତ୍ରା ହୋଇପାରିବ, ତାର ପ୍ରସ୍ତାବ ରହିଥିଲା । ବିଭିନ୍ନ ଦୃଷ୍ଟିକୋଣରୁ ରଥଯାତ୍ରା କରିବା ଜରୁରୀ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟି ମତ ଦେଇଥିଲେ । ଆହୁରି ଗୁରୁତ୍ୱପୂର୍ଣ୍ଣ ହେଉଛି, ଏହାକୁ ଆଧାର କରି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବି ରଥଯାତ୍ରା ଆୟୋଜନ କରିବାକୁ ଆଇନ ବିଭାଗର ଅନୁମତି ମାଗିଥିଲେ । ଯାହାର ପ୍ରମାଣ ଲାଗିଛି ଓଟିଭି ହାତରେ। ଆଉ ଏତେ ସବୁ ପରେ ବି ସରକାର ଜାଣିଶୁଣି ଚୁପ୍ ବସିଗଲେ। ରଥଯାତ୍ରା ନେଇ ମେ ୩୦ରେ ପରିଚାଳନା କମିଟି ମିଟିଂ ବସିଥିଲା ।

ସରକାର ରଥଯାତ୍ରାକୁ ଅନୁମତି ଦେବା ବିଧେୟ ବୋଲି କମିଟି କହିଥିଲା। ଭକ୍ତଙ୍କ ଆଶା, ସ୍ୱତ୍ତ୍ୱ ଲିପି, ପରମ୍ପରାକୁ ଦେଖି ଅନୁମତି ଦେବା ବିଧେୟ। ୧୦ଟି ବିନ୍ଦୁ ଦର୍ଶାଇ ରଥଯାତ୍ରା ପାଇଁ ସୁପାରିଶ କରିଥିଲା କମିଟି। ବିନା ଭକ୍ତରେ ରଥଯାତ୍ରା, ପୁରୀ ସୀମା ସିଲ, ସର୍ବନିମ୍ନ ସେବାୟତ ଅର୍ଥାତ ୮ଶହରୁ ହଜାରେ ସେବାୟତଙ୍କୁ ନେଇ ନୀତିକାନ୍ତି, ସେମାନଙ୍କର କୋଭିଡ୍ ଟେଷ୍ଟ ଓ ରଥଟଣା ବେଳେ ସାମାଜିକ ଦ୍ୱରତା ରକ୍ଷା ଭଳି ୧୦ଟି ବିନ୍ଦୁରେ କମିଟି ସରକାରଙ୍କୁ ସୁପାରିଶ କରିଥିଲା ।

ଏହା ଆଧାରରେ ଜୁନ୍ ୫ରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଆଇନ୍ ବିଭାଗକୁ ଚିଠି ଲେଖିବା ସହ ମହାପ୍ରଭୁ ଜଗନ୍ନାଥଙ୍କ ମୂଳ ପୀଠ ପୁରୀରେ ରଥଯାତ୍ରା ଲାଗି ଅନୁମତି ମାଗିଥିଲେ । ତେବେ ରାଜ୍ୟ ସରକାର ଖୋଦ୍ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କଠୁ ବିକଳ୍ପ ରଥ ଯାତ୍ରାର ବିସ୍ତୁତ ପ୍ରସ୍ତାବ ପାଇ ବି ଚୁପ୍ ବସିଗଲେ। ହେଲେ ରଥ ନିର୍ମାଣ ଠୁ ଆରମ୍ଭ କରି ଯାତ୍ରାର ସବୁ ପ୍ରସ୍ତୁତି ଏମିତି ଚାଲିଥିଲା। ଯେମିତି ସରକାରଙ୍କ ଆନ୍ତରିକତା ଉପରେ କେହି ପ୍ରଶ୍ନ ଉଠାଇପାରିବେନି।

ଏଣେ ଆଶ୍ଚଅର୍ଯ୍ୟର କଥା ହେଉଛି ସୁପ୍ରିମକୋର୍ଟରେ ଶୁଣାଣି ବେଳେ ରାଜ୍ୟ ସରକାରଙ୍କ ଓକିଲ ଶ୍ରୀମନ୍ଦିର ପରିଚାଳନା କମିଟିର ନିଷ୍ପତ୍ତି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଚିଠି ଓ ଭକ୍ତଶୂନ୍ୟ ରଥଯାତ୍ରା ପାଇଁ ଆଗେଇ ଥିବା ପ୍ରକ୍ରିୟା ବିଷୟରେ ପଦେ ବି ଉଲ୍ଲେଖ କରିନଥିଲେ। ଓଲଟା ରଥଯାତ୍ରା ହେଲେ ୧୦ରୁ ୧୨ ଲକ୍ଷ ଭକ୍ତ ସମାଗମ ହେବ ବୋଲି କୋର୍ଟକୁ ବିଭାନ୍ତିକର ତଥ୍ୟ ଦିଆଯାଇଥିଲା । ଏହାକୁ ନେଇ ପୁରୀ ମହାରାଜ ଦିବ୍ୟସିଂହ ଦେବ ଗୁମର ଖୋଲିବା ସହ କମିଟିର ଭାବନକୁ ସରକାର ଗ୍ରହଣ କରିନଥିବା କହିଛନ୍ତି।

ଅନ୍ୟପଟେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ପରେ ପରେ ସେହି ୧୮ ତାରିଖ ଦିନ ରାଜ୍ୟ ସରକାର କ୍ୟାବିନେଟ୍ ବୈଠକ କରି ପ୍ରସ୍ତାବ ପାରିତ କରାଇଥିଲେ। ଶ୍ରୀମନ୍ଦିର ଭିତରେ କିଭଳି ନୀତିକାନ୍ତି ହେବ ତାର ରୂପରେଖ ପ୍ରସ୍ତୁତ କରିବାକୁ ଶ୍ରୀମନ୍ଦିର ପରିଚାଳାନ କମିଟିକୁ କହିଥିଲେ । କୋର୍ଟ ନିଜ ରାୟରେ ଏଭଳି କିଛି ନିର୍ଦ୍ଦେଶ ଦେଇନଥିଲେ ମଧ୍ୟ ରାଜ୍ୟ କ୍ୟାବିନେଟ୍ ଏଭଳି ପ୍ରସ୍ତାବ ପାରିତ କରିଥିଲା । ହେଲେ କ୍ୟାବିନେଟ୍ କିନ୍ତୁ ରାୟର ପୁର୍ନବିଚାର ଦିଗରେ ଆଦୌ ଚିନ୍ତା କଲେନି।  ଆଉ ଏବେ ଜଣଙ୍କ ପରେ ଜଣେ ସାଧାରଣ ଲୋକେ କୋର୍ଟଙ୍କ ଦ୍ୱାରସ୍ଥ ହେବାରେ ଲାଗିଛନ୍ତି ।

Related story