ଏତେ ରାତିରେ ମନୀଷଙ୍କ ଆଗରେ ଯାଉଥିବା ଯୁବତୀ କିଏ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମନୀଷ ଅନୁରାଗଙ୍କୁ ଶେଷ ଥର ପାଇଁ ସାଉଥ୍‌ ସିଟି ହୋଟେଲ୍‌ ସମ୍ମୁଖରେ ଦେଖିବାକୁ ମିଳିଥିଲା। ମନୀଷ ହୋଟେଲରୁ ବାହାରି ରାସ୍ତାରେ ଯାଉଛନ୍ତି। ଆଉ ତାଙ୍କ ଆଗରେ ଜଣେ ଯୁବତୀ ମଧ୍ୟ ଚାଲି ଚାଲି ଯାଉଥିବା ସିସିଟିଭିରେ ଦେଖିବାକୁ ମିଳିଛି। ଏତେ ରାତିରେ ଯାଉଥିବା ସେହି ଯୁବତୀ ଜଣକ କିଏ? ପୂରା ଘଟଣାରେ ଯୁବତୀଙ୍କ ସହିତ କିଛି ଲିଙ୍କ ନାହିଁ ତ? ଏହି ଭିଡ଼ିଓ ସାମ୍ନାକୁ ଆସିବା ପରେ କମିଶନରେଟ୍‌ ପୁଲିସ ଯୁବତୀଙ୍କୁ ନେଇ ଏବେ […]

Manish Anurag

Manish Anurag

Manoranjan Sial
  • Published: Wednesday, 13 October 2021
  • Updated: 13 October 2021, 04:00 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମନୀଷ ଅନୁରାଗଙ୍କୁ ଶେଷ ଥର ପାଇଁ ସାଉଥ୍‌ ସିଟି ହୋଟେଲ୍‌ ସମ୍ମୁଖରେ ଦେଖିବାକୁ ମିଳିଥିଲା। ମନୀଷ ହୋଟେଲରୁ ବାହାରି ରାସ୍ତାରେ ଯାଉଛନ୍ତି। ଆଉ ତାଙ୍କ ଆଗରେ ଜଣେ ଯୁବତୀ ମଧ୍ୟ ଚାଲି ଚାଲି ଯାଉଥିବା ସିସିଟିଭିରେ ଦେଖିବାକୁ ମିଳିଛି। ଏତେ ରାତିରେ ଯାଉଥିବା ସେହି ଯୁବତୀ ଜଣକ କିଏ? ପୂରା ଘଟଣାରେ ଯୁବତୀଙ୍କ ସହିତ କିଛି ଲିଙ୍କ ନାହିଁ ତ? ଏହି ଭିଡ଼ିଓ ସାମ୍ନାକୁ ଆସିବା ପରେ କମିଶନରେଟ୍‌ ପୁଲିସ ଯୁବତୀଙ୍କୁ ନେଇ ଏବେ ଖୋଳତାଡ ଆରମ୍ଭ କରିଛି।

ସେପଟେ ମନୀଷ ଅନୁରାଗ ମୃତ୍ୟୁ ମାମଲାରେ ଆଜି ସକାଳେ ଦୁଇ ଜଣ ଯୁବକ ଫୁଲବାଣୀ ଟାଉନ ଥାନାରେ ଆତ୍ମସମର୍ପଣ କରିଛନ୍ତି। ଦୁଇ ଜଣ ଯୁବକ ଫୁଲବାଣୀ ସହରର ବୋଲି ଜଣାପଡିଛି। ଏ ସମ୍ପର୍କରେ ଜାଣିବା ପରେ ସେମାନଙ୍କୁ ଜେରା କରିବା ପାଇଁ ଫୁଲବାଣୀରେ ପହଞ୍ଚିଛନ୍ତି ଭୁବନେଶ୍ୱର ଇନଫୋସିଟି ଥାନାର ୪ ପୁଲିସ। ସେମାନଙ୍କୁ ସେଠାରେ ପଚରା ଉଚରା କରିଛନ୍ତି। ମଙ୍ଗଳବାର ଫୁଲବାଣୀ ସହରର ଆଉ ଜଣେ ଯୁବକଙ୍କୁ ପୁଲିସ ପଚରାଉଚୁରା କରୁଛି। ସେହିପରି ଭୁବନେଶ୍ୱରରେ ଅନ୍ୟ ୨ ଜଣଙ୍କୁ  ଅଟକ ରଖିଛି ପୁଲିସ।

ଗତ ୯ ତାରିଖରେ ମନୀଷଙ୍କୁ ଅପରହଣ କରାଯାଇଥିବା ଅଭିଯୋଗ ହୋଇଥିଲା। ତା’ପର ଦିନ ଅର୍ଥାତ ୧୦ ତାରିଖରେ ମନୀଷଙ୍କ ମୃତଦେହ ପୋଖରୀରୁ ଉଦ୍ଧାର ହୋଇଥିଲା। ତାଙ୍କୁ ହତ୍ୟା କରାଯାଇ ପୋଖରୀରେ ଫିଙ୍ଗି ଦିଆଯାଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ। ଏହା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ମାତ୍ର ବର୍ତ୍ତମାନ ସୁଦ୍ଧା କାହାକୁ ଗିରଫ କରିପାରି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos