ଏମାନେ ବି ଉଲ୍ଲଘଂନକାରୀ, କାର୍ଯ୍ୟାନୁଷ୍ଠାନ କେବେ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଭିଡ୍ ଗାଇଡଲାଇନ ଉଲ୍ଲଘଂନ କରିବା ଅଭିଯୋଗରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଅଫିସକୁ ୧୫ଦିନ ପାଇଁ ବିଏମସି ସିଲ୍ କରିବାପରେ ପ୍ରଶାସନ ଓ ସରକାରଙ୍କ ନିରପେକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଜେଡି ନେତାମାନେ ଦଳୀୟ କାର୍ଯ୍ୟକ୍ରମ ଆଳରେ କୋଭିଡ୍ ନିୟମକୁ ଖୋଲାଖୋଲି ଉଲ୍ଲଘଂନ କରୁଥିଲେ ମଧ୍ୟ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରଶାସନ ସାହାସ କରିପାରିନି। ଅବଶ୍ୟ କରୋନା ପରିଚାଳନାରେ ସରକାରୀ ଅବ୍ୟବସ୍ଥା କଥା କହି ବିଗତ ଦିନରେ ଗଣମାଧ୍ୟମରେ ଚର୍ଚ୍ଚାରେ ରହିଥିବା […]

pratap-jena

pratap-jena

Manoranjan Sial
  • Published: Saturday, 10 October 2020
  • Updated: 10 October 2020, 08:44 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଭିଡ୍ ଗାଇଡଲାଇନ ଉଲ୍ଲଘଂନ କରିବା ଅଭିଯୋଗରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଅଫିସକୁ ୧୫ଦିନ ପାଇଁ ବିଏମସି ସିଲ୍ କରିବାପରେ ପ୍ରଶାସନ ଓ ସରକାରଙ୍କ ନିରପେକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଜେଡି ନେତାମାନେ ଦଳୀୟ କାର୍ଯ୍ୟକ୍ରମ ଆଳରେ କୋଭିଡ୍ ନିୟମକୁ ଖୋଲାଖୋଲି ଉଲ୍ଲଘଂନ କରୁଥିଲେ ମଧ୍ୟ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରଶାସନ ସାହାସ କରିପାରିନି। ଅବଶ୍ୟ କରୋନା ପରିଚାଳନାରେ ସରକାରୀ ଅବ୍ୟବସ୍ଥା କଥା କହି ବିଗତ ଦିନରେ ଗଣମାଧ୍ୟମରେ ଚର୍ଚ୍ଚାରେ ରହିଥିବା ବିଜେଡି ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ନାଁରେ ପୁଲିସ୍ ମାମଲା ରୁଜୁ କରିବା ସହ ନୋଟିସ୍ ଜାରି କରିଛି। ଶ୍ରୀ ସାମନ୍ତରାୟଙ୍କୁ ଛାଡ଼ିଲେ ନିୟମ ଭାଙ୍ଗିଥିବା ଅନ୍ୟ କୌଣସି ବିଜେଡି ନେତା ଓ ମନ୍ତ୍ରୀଙ୍କ ବିରୁଦ୍ଧରେ ଏପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ହୋଇପାରିନି। ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ବିନା ମାସ୍କରେ ସବୁଦିନେ ଲୋକଙ୍କ ଗହଣରେ ବୁଲୁଥିଲେ ମଧ୍ୟ ବିଏମସି କର୍ତ୍ତୃପକ୍ଷ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ତ ଦୂରର କଥା ନୋଟିସଟିଏ ଦେବାକୁ ସାହାସ କରିପାରିନି। ଯାହାକି ପ୍ରଶାସନର ଦୋମୁହାଁ ନୀତିକୁ ପଦାରେ ପକାଇଛି।

ସୂଚନା ଅନୁସାରେ, ବିଜେଡି ଅକ୍ଟୋବର ୨ରୁ ଆରମ୍ଭ କରିଥିବା ରାଜ୍ୟବ୍ୟାପୀ ଜନସଚେତନତା କାର୍ଯ୍ୟକ୍ରମରେ କୋଭିଡ୍ ନିୟମକୁ ଖୋଲାଖୋଲି ଉଲ୍ଲଘଂନ କରାଯାଉଛି। ସାମାଜିକ ଦୂରତ୍ୱର ପରିଭାଷା ଏମାନଙ୍କ ପାଇଁ ସମ୍ପୂର୍ଣ୍ଣ ଭିନ୍ନ ହୋଇଛି। ଯଦିଓ ରାଜ୍ୟ ସରକାର ବିଜ୍ଞାପନ ମାଧ୍ୟମରେ ‘ଦୁଇ ମିଟର ଦୂରତା ରଖିବା ମାସ୍କ ପରିଧାନ କରିବା’କୁ ନେଇ ସଚେତନତା ସୃଷ୍ଟି କରୁଛନ୍ତି ତଥାପି ବିଜେଡି ପାଇଁ ଏହି ଦୂରତ୍ୱର କିଛି ମୂଲ୍ୟ ନାହିଁ।

ଆଜି ରାଜଧାନୀ ଭୁବନେଶ୍ୱରରେ ବିଜେଡି ସମର୍ଥିତ ଛାତ୍ର ସଂଗଠନ ପକ୍ଷରୁ ମାସ୍କ ବଣ୍ଟନ ଓ ସଚେତନତା କାର୍ଯ୍ୟକ୍ରମ ହେଉ ଅବା ନୂଆପଡ଼ାର ଖଡ଼ିଆଳ ଓ ଢେଙ୍କାନାଳରେ ଦଳର ‘ଜନସଚେତନତା କାର୍ଯ୍ୟକ୍ରମ’ ସବୁଠି ସାମାଜିକ ଦୂରତ୍ୱକୁ ଖୋଲାଖୋଲି ଉଲ୍ଲଘଂନ କରାଯାଇଛି।

ସେହିପରି ଉପନିର୍ବାଚନ ଭୋଟକୁ ଦୃଷ୍ଟିରେ ରଖି ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀର ରସୁଲପୁର ପଂଚାୟତର ମନୁଡ଼ିହା ଗାଁରେ ଏକ ଘରପୋଡ଼ି ଘଟଣାରେ ତୁରନ୍ତ ସହାୟତା ଯୋଗାଇବାକୁ ବିଜେଡି ତତ୍ପର ହୋଇଉଠିଥିଲା। ପ୍ରଭାବିତ ପରିବାରକୁ ସହାୟତା ଦେବାକୁ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ତଥା ପଂଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଘଟଣାସ୍ଥଳକୁ ଯିବାବେଳେ ସେଠାରେ ସାମାଜିକ ଦୂରତ୍ୱ ପାଳନ ତ ଦୂରର କଥା ଅଧିକାଂଶ ଲୋକ ମୁହଁରେ ମାସ୍କ ବି ପିନ୍ଧିନଥିଲେ।

ସେହିପରି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ କୋଭିଡ୍ ଗାଇଡଲାଇନ୍ ଭଙ୍ଗ କରିଛନ୍ତି ବୋଲି ଦର୍ଶାଇ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଫେରାଦ ହୋଇଥିବା ରାଜ୍ୟର ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ନିଜେ କଳାହାଣ୍ଡିରେ ବିନା ମାସ୍କରେ ଲୋକଙ୍କ ଗହଣରେ କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି।
ବିଜେଡି ଯୁବ ସଭାପତି ତଥା ବିଧାୟକ ବ୍ୟୋମକେଶ ରାୟ ନିଜର ସହଯୋଗୀଙ୍କ ସହ ବିନା ମାସ୍କ ଓ ସାମାଜିକ ଦୂରତ୍ୱରେ ରହିଥିବାର ଫଟୋଚିତ୍ର ସୋଶାଲ ମିଡିଆରେ ଘୁରି ବୁଲୁଛି।

ତେଣୁ ପ୍ରଶ୍ନ ଉଠୁଛି, ସାଧାରଣ ଲୋକଙ୍କୁ କରୋନା ସଚେତନତା ନିମନ୍ତେ ବିଜେଡି ପକ୍ଷରୁ ଅକ୍ଟୋବର ୨ତାରିଖରୁ ଯେଉଁ ମାସେ ବ୍ୟାପୀ ଜନସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି ତା’ର ଫଟୋଚିତ୍ରକୁ ଦେଖିଲେ ଏହା କରୋନା ସଚେତନତା କମ୍ , କରୋନା ସଂକ୍ରମଣର କାରଣ ବେଶୀ ହେବାର ଆଶଙ୍କା ରହିଛି।

ଏହା ବ୍ୟତୀତ ପୁରୀ ସ୍ୱର୍ଗଦ୍ୱାରରେ ବିଜେଡି ନେତା ପ୍ରଦୀପ ମହାରଥୀଙ୍କ ଅନ୍ତେଷ୍ଟି କାର୍ଯ୍ୟକ୍ରମ ହେଉ ଅବାପୁଣି ତିର୍ତ୍ତୋଲ ନିର୍ବାଚନମଣ୍ଡଳୀରେ ୩ଟି ସ୍ଥାନରେ ମନ୍ତ୍ରୀ ପ୍ରତାପ ଜେନା, ରଘୁନନ୍ଦନ ଦାସ ଓ ବିଧାୟକ ଦେବାଶୀଷ ସାମନ୍ତରାୟଙ୍କ ଉପସ୍ଥିତିରେ ସାମାଜିକ ଦୂରତ୍ୱ ନିୟମକୁ ଉଲ୍ଲଘଂନ କରି ମାସ୍କ ନପିନ୍ଧି ଶତାଧିକ କର୍ମୀ ରୁଣ୍ଡ ହୋଇ ବୈଠକ କରିବା ଓ ଗୋଟିଏ ସ୍ଥାନରେ ଧସ୍ତାଧସ୍ତି ହେବା ଘଟଣାରେ ପ୍ରଶାସନ ଓ ସରକାର ଚୁପ୍ ବସିଛନ୍ତି।

ଏଥିରୁ ସ୍ପଷ୍ଟ ହେଉଛି ଯେ, ଶାସକ ବିଜେଡି ଏବେ ନିଜ ସୁବିଧା ଅନୁସାରେ କରୋନା ନିୟମକୁ ଉପଯୋଗ କରିବା ଉପରେ ଅଧିକ ଗୁରୁତ୍ୱ ଦେଇ ରାଜନୀତିକ ବିରୋଧୀମାନଙ୍କୁ ନୈତିକତା ଓ ଆଇନର ନାଲିଆଖି ଦେଖାଇବାକୁ ପ୍ରୟାସ କରୁଛିି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story