କରୋନା: କେଉଁମାନେ କ୍ୱାରେଣ୍ଟାଇନ୍‌ ଓ କେଉଁମାନେ ଆଇସୋଲେସନ୍‌ରେ ରହିବେ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘କରୋନା’ରେ ଭାରତରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଓଡ଼ିଶାରେ ଜଣେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କର ଏବେ ଚିକିତ୍ସା ଚାଲିଛି। ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସୁଧୁରୁଛି। ଏପରିସ୍ଥିତି କିଏ କ୍ୱାରେଣ୍ଟାଇନ୍‌ରେ ଓ କେଉଁମାନେ ଆଇସୋଲେସନ୍‌ରେ ରହିବେ? ଏହାକୁ ନେଇ ଲୋକଙ୍କ ମନରେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଥାଏ। ଏହାର ଉତ୍ତର ଦେଇଛନ୍ତି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ସଚିବ ସଞ୍ଜୟ ସିଂ। କ୍ୱାରେଣ୍ଟାଇନ୍‌ରେ କେଉଁମାନେ ରହିବେ? ଯଦି ଆପଣ ଭାବୁଛନ୍ତି ‘କରୋନା’ରେ […]

coroaaa

Manoranjan Sial
  • Published: Thursday, 19 March 2020
  • , Updated: 19 March 2020, 09:46 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘କରୋନା’ରେ ଭାରତରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଓଡ଼ିଶାରେ ଜଣେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କର ଏବେ ଚିକିତ୍ସା ଚାଲିଛି। ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସୁଧୁରୁଛି। ଏପରିସ୍ଥିତି କିଏ କ୍ୱାରେଣ୍ଟାଇନ୍‌ରେ ଓ କେଉଁମାନେ ଆଇସୋଲେସନ୍‌ରେ ରହିବେ? ଏହାକୁ ନେଇ ଲୋକଙ୍କ ମନରେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଥାଏ। ଏହାର ଉତ୍ତର ଦେଇଛନ୍ତି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ସଚିବ ସଞ୍ଜୟ ସିଂ।

କ୍ୱାରେଣ୍ଟାଇନ୍‌ରେ କେଉଁମାନେ ରହିବେ? ଯଦି ଆପଣ ଭାବୁଛନ୍ତି ‘କରୋନା’ରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଛନ୍ତି, ତାହାହେଲେ ସେମାନଙ୍କୁ ୧୪ ଦିନର କ୍ୱାରେଣ୍ଟାଇନ୍‌ରେ ରଖାଯାଏ। କ୍ୱାରେଣ୍ଟାଇନ୍‌ ହେଲା ଭଲ ଲୋକଙ୍କ ପାଇଁ। ସେମାନଙ୍କ ପାଖରେ ‘କରୋନା’ ଲକ୍ଷଣ ଚିହ୍ନଟ ହୋଇନାହିଁ।

ଆଇସୋଲେସନ୍‌ରେ କେଉଁମାନେ ରହିବେ? ଯେଉଁ ବ୍ୟକ୍ତିଙ୍କ ପାଖରେ ‘କରୋନା’ ଭୁତାଣୁ ଚିହ୍ନଟ ହୋଥାଏ, ସେମାନଙ୍କୁ ଆଇସୋଲେସନ୍‌ରେ ୧୪ ଦିନ ରଖାଯାଇ ଚିକିତ୍ସା କରାଯାଏ। ଚିକିତ୍ସା ପରେ ସେମାନଙ୍କୁ ଛଡ଼ା ଯାଇଥାଏ।

Related story