କଂଗ୍ରେସ ଭବନରେ ବାଉନ୍‌ସର ମୁତୟନ କରିଥିଲେ ଏହିମାନେ!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୧୯ ସାଧାରଣ ନିର୍ବାଚନରେ ରାଜ୍ୟରେ କଂଗ୍ରେସ ଶୋଚନୀୟ ପରାଜୟ ବରଣ କରିଥିଲା।  ଏହି ପରାଜୟର କାରଣ ଖୋଜିବା ପାଇଁ ଗତ ଶୁକ୍ରବାର କଂଗ୍ରେସ ଭବନରେ ମାନସମନ୍ଥନ ଚାଲିଥିଲା। ଆଉ ଏହି ସମୟରେ କଂଗ୍ରେସ ଭବନରେ ବାଉନ୍‌ସର ମୁତୟନ ହୋଇଥିବା ଅଭିଯୋଗ ଚର୍ଚ୍ଚା ଲାଗି ରହିଥିଲା। ଏହାକୁ ନେଇ କଂଗ୍ରେସର ବରିଷ୍ଠ ନେତା ଶରତ ରାଉତ ବର୍ଷିଛନ୍ତି। କଂଗ୍ରେସ ଭବନରେ ବିଜେଡି କିମ୍ୱା ବିଜେପି ବାଉନ୍‌ସର ମୁତୟନ କରିଥାଇ ପାରନ୍ତି ବୋଲି ସେ କହିଛନ୍ତି। ଶ୍ରୀ […]

n-908-750x430

Tapaswini Nayak
  • Published: Sunday, 19 January 2020
  • , Updated: 20 January 2020, 07:15 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୧୯ ସାଧାରଣ ନିର୍ବାଚନରେ ରାଜ୍ୟରେ କଂଗ୍ରେସ ଶୋଚନୀୟ ପରାଜୟ ବରଣ କରିଥିଲା।  ଏହି ପରାଜୟର କାରଣ ଖୋଜିବା ପାଇଁ ଗତ ଶୁକ୍ରବାର କଂଗ୍ରେସ ଭବନରେ ମାନସମନ୍ଥନ ଚାଲିଥିଲା। ଆଉ ଏହି ସମୟରେ କଂଗ୍ରେସ ଭବନରେ ବାଉନ୍‌ସର ମୁତୟନ ହୋଇଥିବା ଅଭିଯୋଗ ଚର୍ଚ୍ଚା ଲାଗି ରହିଥିଲା। ଏହାକୁ ନେଇ କଂଗ୍ରେସର ବରିଷ୍ଠ ନେତା ଶରତ ରାଉତ ବର୍ଷିଛନ୍ତି। କଂଗ୍ରେସ ଭବନରେ ବିଜେଡି କିମ୍ୱା ବିଜେପି ବାଉନ୍‌ସର ମୁତୟନ କରିଥାଇ ପାରନ୍ତି ବୋଲି ସେ କହିଛନ୍ତି।

ଶ୍ରୀ ରାଉତ କହିଛନ୍ତି, “କଂଗ୍ରେସ ଭବନରେ ବାଉନ୍ସର ନିୟୋଜନ ନିନ୍ଦନୀୟ ଓ ଅଶୋଭନୀୟ। କଂଗ୍ରେସ ଇତିହାସରେ କେତେବେଳେ ମଧ୍ୟ ବାଉନସରମାନଙ୍କୁ ଡକା ଯାଇ ନଥିଲା। କଂଗ୍ରେସ ଭବନକୁ ବାଉନସର ଯିବା ଘଟଣାକୁ କୌଣସି କଂଗ୍ରେସ କର୍ମୀ ସମର୍ଥନ କରିବେ ନାହିଁ।”

ସେ କହିଛନ୍ତି,“ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅଧିନରେ ଏବେ କଂଗ୍ରେସ ଭବନ ରହିଛି। ଏଠାକୁ ବାଉନ୍‌ସର କେମିତି ଗଲେ, ସେ ସମ୍ପର୍କରେ ଯଦି ସେ ଜାଣିପାରୁ ନାହାନ୍ତି, ତାହେଲେ ଆମେ କେମିତି ଜାଣିବୁ? ବାଉନ୍‌ସରମାନଙ୍କୁ ହୁଏତ ବିରୋଧୀ ବିଜେପି କିମ୍ବା ବିଜେଡି ପଠାଇଥାଇ ପାରନ୍ତି। ଏହି ଘଟଣାରେ ତରନ୍ତ ଦେବା ଦରକାର। ସଭାପତି ଏହାର ତଦନ୍ତ ନିର୍ଦ୍ଦେଶ ଦେବା ଉଚିତ। ଯଦି କଂଗ୍ରେସ ଲୋକ କେହି ବାଉନ୍‌ସର ନେଇ ଥାନ୍ତି, ତାହାହେଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର।”

ସୂଚନାଯୋଗ୍ୟ, ଶୁକ୍ରବାର ଦିନ କଂଗ୍ରେସ ଭବନରେ ବାଉନ୍ସର ମାନଙ୍କୁ ନିୟୋଜିତ କରାଯାଇଥିଲା। ତେବେ କିଏ ବାଉନ୍ସର ମାନଙ୍କୁ ଆଣିଥିଲା, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

Related story