ପୁରୀ ହିନ୍ଦୁ ସଂସ୍କୃତି ଓ ଐତିହ୍ୟର ସୁରକ୍ଷା କରିବ କିଏ?

ଭୁବନେଶ୍ୱର(ତାପସ ରଞ୍ଜନ ବେହେରା): ସିନ୍ଦୁରା ଫାଟିଲେ ଆଉ ଶୁଭୁନି ଓଁକାରର ଧ୍ୱନି। ଅବା ସଞ୍ଜ ହେଲେ ଜଳୁନି ଦୀପ କି ସଳିତା। ମଝିରେ ଶୁଭୁନି ଘଣ୍ଟ କୀର୍ତ୍ତନର ନାଦ। ଗୀତା, ଭାଗବତ ଓ ଉପନିଷଦର ବାଣୀ ଯେମିତି ନିରବୀ ଯାଇଛି। କାନରେ ବାଜୁନି କାଳିଆର ଭଜନ କି ଜଣାଣ। କାହିଁକିନା ଶହ ଶହ ବର୍ଷ ଧରି ଯେଉଁ ମଠ ମନ୍ଦିର ଏମିତି ଆଧ୍ୟାତ୍ମିକ ପରିବେଶରେ ମହକୁଥିଲା ତାହା ଆଜି ମାଟିରେ ମିଶିଯାଇଛି। ତା’ ସହିତ ଇତିହାସ ପାଲଟି […]

Puri

Puri

Tapas Behera
  • Published: Thursday, 05 September 2019
  • Updated: 05 September 2019, 10:27 PM IST

Sports

Latest News

ଭୁବନେଶ୍ୱର(ତାପସ ରଞ୍ଜନ ବେହେରା): ସିନ୍ଦୁରା ଫାଟିଲେ ଆଉ ଶୁଭୁନି ଓଁକାରର ଧ୍ୱନି। ଅବା ସଞ୍ଜ ହେଲେ ଜଳୁନି ଦୀପ କି ସଳିତା। ମଝିରେ ଶୁଭୁନି ଘଣ୍ଟ କୀର୍ତ୍ତନର ନାଦ। ଗୀତା, ଭାଗବତ ଓ ଉପନିଷଦର ବାଣୀ ଯେମିତି ନିରବୀ ଯାଇଛି। କାନରେ ବାଜୁନି କାଳିଆର ଭଜନ କି ଜଣାଣ। କାହିଁକିନା ଶହ ଶହ ବର୍ଷ ଧରି ଯେଉଁ ମଠ ମନ୍ଦିର ଏମିତି ଆଧ୍ୟାତ୍ମିକ ପରିବେଶରେ ମହକୁଥିଲା ତାହା ଆଜି ମାଟିରେ ମିଶିଯାଇଛି।

ତା’ ସହିତ ଇତିହାସ ପାଲଟି ଯାଇଛି ଶହ ଶହ ବର୍ଷର ସ୍ମୃତି। ଆଉ କିଛି ମଠ ମନ୍ଦିର ଆସନ୍ନ ମୃତ୍ୟୁ ଅପେକ୍ଷାରେ ଅଛନ୍ତି। ଏବେ ଯାହା କିଛି ଶୁଭୁଛି କେବଳ ଭଙ୍ଗାଭଙ୍ଗି କରୁଥିବା ବୁଲଡୋଜରର ବିକଟାଳ ସ୍ୱର। ସାଧୁସନ୍ଥଙ୍କ ଆର୍ତ୍ତନାଦ ଚିତ୍କାର। ଛାତି ପିଟି ନ୍ୟାୟ ମାଗୁଛନ୍ତି। ମଥା ପିଟି କହୁଛନ୍ତି, ଆମ ମଠ ମନ୍ଦିରକୁ ଭାଙ୍ଗ ନାହିଁ। ଜପ ତପ ଛାଡ଼ି ସେମାନେ ଆଜି ରାଜରାସ୍ତାରେ। ୩ ମାସ ତଳେ ଶ୍ରୀକ୍ଷେତ୍ରକୁ ଶ୍ରୀହୀନ କରିଥିବା ବାତ୍ୟା ଫୋନି ପାଇଁ ଯେତିକି ଥରହର ହୋଇ ନଥିଲା ଏବେ ଭୟର ବାତାବରଣ ତା’ଠାରୁ ବଳିଯାଇଛି। ସତେ ଯେମିତି କଳାପାହାଡ଼ର ପୁନର୍ଜନ୍ମ ହୋଇଛି।

କେବଳ ସାଧୁସନ୍ଥ ନୁହନ୍ତି, ଜବରଦଖଲ ଉଚ୍ଛେଦ ପ୍ରକ୍ରିୟାରେ ଜୀବିକା ହରେଇଥିବା ଅନେକ ଛୋଟବଡ଼ ଦୋକାନୀ ନିଜ ଭବିଷ୍ୟତକୁ ନେଇ ସନ୍ଦିହାନ ଅବସ୍ଥାରେ ଅଛନ୍ତି। ଯଦିଓ ସରକାର କ୍ଷତିଗ୍ରସ୍ତଙ୍କ ପାଇଁ ଲୋଭନୀୟ ମେଗା ପ୍ୟାକେଜ୍‌ ଘୋଷଣା କରିଛନ୍ତି, ତାହା ଆସନ୍ତାକାଲି କାଳିଆ ଯୋଜନା ଭଳି ହୋଇନପାରେ କିଏ କହିବ? ଏମାର ମଠ, ଲଙ୍ଗୁଳି ମଠ ଭଙ୍ଗା ପରେ ଏବେ ୧୪୦୨ ମସିହାର ବଡ଼ ଆଖଡ଼ା ମଠ ପାଳିପଡ଼ିଛି। ହେଲେ ଏହାକୁ ଜୋରଦାର ବିରୋଧ କରିଛନ୍ତି ସାଧୁସନ୍ଥ।

ଶ୍ରୀମନ୍ଦିର ସୁରକ୍ଷାର ଦ୍ୱାହି ଦେଇ ସରକାର ଶ୍ରୀକ୍ଷେତ୍ରରେ ଯେଉଁ ମଠ ମନ୍ଦିରକୁ ଧ୍ୱଂସ କରି ଚାଲିଛନ୍ତି ତାକୁ ସେମାନେ ବରଦାସ୍ତ କରିପାରୁ ନାହାନ୍ତି। ଯେଉଁ ବିପି ଦାସ କମିଶନଙ୍କ ଅନ୍ତରୀଣ ରିପୋର୍ଟକୁ ଆଧାର କରି ସରକାର ମେଘନାଦ ପାଚେରୀ ଚତୁଃପାର୍ଶ୍ୱରୁ ବେଆଇନ୍ ଉଚ୍ଛେଦ କରୁଛନ୍ତି, ସେଥିରେ ୭୫ ମିଟର କଥା ଉଲ୍ଲେଖ ନାହିଁ। ଯାହାକୁ ନେଇ ଉଠିଛି ବିବାଦ।

ଏଠି ମଠଗୁଡିକର ମୂଳ ମନ୍ଦିର ଛାଡ଼ି ବାକି ଭଙ୍ଗାଯାଇ ପାରିଥାନ୍ତା। ଶ୍ରୀମନ୍ଦିରର ସୁରକ୍ଷା ପାଇଁ ବେଆଇନ୍ ଉଚ୍ଛେଦକୁ ବିଜେଡିର ପୂର୍ବତନ ସାଂସଦ ତଥାଗତ ସତପଥୀ ସମର୍ଥନ କରିଥିବା ବେଳେ ମଠ ମନ୍ଦିର ଉଚ୍ଛେଦକୁ ବିରୋଧ କରିଛନ୍ତି। ସେ କହିଛନ୍ତି ଯେ, ଶହ ଶହ ବର୍ଷର ପୁରୁଣା ମଠ ଓ କୋଠାଗୁଡ଼ିକୁ ସଂରକ୍ଷଣ ରଖିବା ପରିବର୍ତ୍ତେ ଏବେ ସେଗୁଡ଼ିକୁ ନିଶ୍ଚିହ୍ନ କରି ଦିଆଯାଇଛି। ଏସବୁକୁ ଧ୍ୱଂସ କରିବା ସହଜ। ହେଲେ ତିଆରି କରିବା ଭାରି କଷ୍ଟ। ପୁରୀ ଏମାର ମଠ ୧୨୦୦ ଶତାବ୍ଦୀରେ ନିର୍ମାଣ ହୋଇଥିଲା। ଏହା ଏବେ ଧ୍ୱଂସ ହୋଇଗଲା। ଗୋଟିଏ ଜାତିର ଗୌରବୋଜ୍ଜଳ ଅତୀତର କୀର୍ତ୍ତିରାଜି ସମ୍ବଳିତ ସଂସ୍କୃତି, ସାହିତ୍ୟ, ଧର୍ମ, କଳା, ସ୍ଥାପତ୍ୟ, ପରମ୍ପରା ଓ ଜୀବନ ଶୈଳୀର ଆଲେଖ୍ୟ ଉତ୍ତର ପିଢିଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇଥାଏ, ସେଗୁଡିକୁ ସେ ଜାତିର ଐତିହ୍ୟ କୁହାଯାଏ। ପ୍ରାଚୀନ ଐତିହ୍ୟ ଗୁଡ଼ିକର ସୁରକ୍ଷା ପାଇଁ ତଥାଗତ ରୋମ୍‌ର ଉଦାହାରଣ ଦେଇଛନ୍ତି।।

ପ୍ରକୃତରେ ତଥାଗତଙ୍କ ଉକ୍ତି ପ୍ରଣିଧାନ ଯୋଗ୍ୟ। କାରଣ ରୋମ୍‌ ହେଉଛି ଏକ ପ୍ରାଚୀନ ଐତିହ୍ୟ ସମ୍ପନ୍ନ ସହର। ସେମାନଙ୍କର ସ୍ଥାପତ୍ୟ କଳାରେ ଯଥେଷ୍ଟ ଜ୍ଞାନ ରହିଥିଲା। ସେମାନେ ବହୁତ ସୁନ୍ଦର ପ୍ରାସାଦ ଓ ମନ୍ଦିରମାନ ନିର୍ମାଣ କରିଥିଲେ। ହଜାର ହଜାର ବର୍ଷର ପୁରାତନ ସମ୍ପତ୍ତି ଧରାଶାୟୀ ହୋଇଯାଇଥିଲେ ମଧ୍ୟ ସେମାନେ ଏବେବି ସୁରକ୍ଷିତ ରଖିଛନ୍ତି। ତେଣୁ ସେହି ସାଇତି ରଖିବାର କଳା କୌଶଳକୁ ରୋଲ ମଡେଲ ଭାବେ ଗ୍ରହଣ କରାଯାଇରିଥାନ୍ତା। ଶ୍ରୀମନ୍ଦିରରେ ସୁରକ୍ଷା ପାଇଁ ଉଚ୍ଛେଦ ହେଉ ଏବଂ ମନ୍ଦିରକୁ ଆହୁରି ସରସ ସୁନ୍ଦର କରିବା ପାଇଁ ପାର୍କ ହେଉ, ଲନ୍‌ ହେଉ ଯାହା କିଛି ବି ହେଉ, ହେଲେ ତା’ ଭିତରେ ଅନ୍ୟ ସବୁ ଭାଙ୍ଗି ମଠ ମନ୍ଦିରଗୁଡ଼ିକୁ ସୁରକ୍ଷିତ ରଖାଯାଇଥିଲେ ଅସୁନ୍ଦର ହୋଇ ନଥାନ୍ତା। ତାହା ନକରି କୌଣସି ମଠଗୁଡ଼ିକର କେଉଁଠି ସ୍ଥାପନ ହେବ ତାର ବ୍ଲୁ-ପ୍ରିଣ୍ଟ ନଥାଇ କିମ୍ବା ପୁନରୁଦ୍ଧାରର କୌଣସି ଯୋଜନା ନଥାଇ କିମ୍ବା ଭାଙ୍ଗିରୁଜି ଦେବା ସରକାରଙ୍କ ଅଦୂରଦର୍ଶିତାକୁ ପ୍ରମାଣ କରୁଛି। ମଠ ଏବଂ ମନ୍ଦିର ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱଭଳି।

ପୁରୀରେ ଶତାଧିକ ମଠ ସ୍ଥାପନର ମୂଳ ଉଦ୍ଦେଶ୍ୟ ଥିଲା ହିନ୍ଦୁ ଧର୍ମ ତଥା ଜଗନ୍ନାଥ ଧର୍ମ ଓ ଦର୍ଶନର ପ୍ରଚାର ତଥା ପ୍ରସାର। ଜଗନ୍ନାଥ ଦର୍ଶନ ପାଇଁ ବିଦେଶାଗତ ସାଧୁ, ସନ୍ନ୍ୟାସୀ ଓ ତୀର୍ଥଯାତ୍ରୀମାନଙ୍କୁ ଆଶ୍ରୟ ପ୍ରଦାନ, ଏପରିକି ଗଭୀର ଭାବେ ଅନୁଧ୍ୟାନ କଲେ ଜଣାଯାଏ ଯେ ଏହି ଧର୍ମାନୁଷ୍ଠାନଗୁଡ଼ିକ ତତ୍କାଳୀନ ଧର୍ମ, ସଂସ୍କୃତି, ଶିକ୍ଷା, ସ୍ୱାସ୍ଥ୍ୟ, ସଂଗ୍ରହାଳୟ, କଳାକେନ୍ଦ୍ର ତଥା ଜଗନ୍ନାଥ ଧର୍ମର ପ୍ରସାର ଆଦି କାର୍ଯ୍ୟରେ ସହାୟତା କରୁଥିଲେ। ଯେଉଁ ମଠ ୧୮୬୬ ନଅଙ୍କ ଦୁର୍ଭିକ୍ଷରେ ଏହି ଓଡ଼ିଆ ଜାତିକୁ ଉଦ୍ଧାର କଲା, ଯେଉଁ ମଠର ଅବଦାନ ନିମନ୍ତେ ଆଜି ଓଡ଼ିଆ ଭାଷାର ସର୍ବ ବୃହତ ଭାଷାକୋଷ ସମ୍ଭବ ହୋଇଛି ଆଜି ସେହି ଏମାର ମଠ ଅଲୋଡ଼ା ହୋଇଗଲା। ଯେଉଁ ପୁରାତନ କୀର୍ତ୍ତିରାଜି, ଭାସ୍କର୍ଯ୍ୟ, ଉତ୍କର୍ଷ କଳା ହିଁ ଓଡ଼ିଶାର ପରିଚୟ ଥିଲା ତାହା ଧୀରେ ଧୀରେ ନିଶ୍ଚିହ୍ନ ହେବାକୁ ବସିଲାଣି। ଅବଶ୍ୟ ଆଜିର ଯୁଗରେ ସେଗୁଡ଼ିକର କିଛି ମହତ୍ୱ ରଖେନି। କାରଣ କିଛି ମାସ ତଳେ ତ’ ନିର୍ବାଚନୀ ବିଜ୍ଞାପନରେ ପ୍ରକାଶ ପାଇଥିଲା ନବୀନ ହେଉଛନ୍ତି ଓଡ଼ିଶାର ପରିଚୟ। ତେଣୁ ଏମିତି ଏକ ମହାନ ପରିଚୟ ସାମ୍ନାରେ ପ୍ରାଚୀନ ମଠ ମନ୍ଦିର, କୋଣାର୍କ, ଲିଙ୍ଗରାଜ, ଶ୍ରୀମନ୍ଦିର, ଧଉଳିସ୍ଥୁପର ଅବା କ’ଣ ମୂଲ୍ୟ ରଖେ?

ଏବେ ପୁରୀକୁ ସରସ ସୁନ୍ଦର କରିବା ପାଇଁ ସରକାର ୫୦୦ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରିଛନ୍ତି। ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତ୍ୟାଗ, ବଳିଦାନ, ଆତଙ୍କବାଦ କଥା କହି ପୁରୀବାସୀଙ୍କୁ ତ୍ୟାଗ ପାଇଁ ଆହ୍ୱାନ ଦେଇଛନ୍ତି। ହେଲେ ଏ ସରକାରଙ୍କ କଥା ଓ କାମରେ କେତେ ଫରକ ତାହା ଅତୀତର ରେକର୍ଡ଼କୁ ଦେଖିଲେ ଜଣାପଡ଼େ। ମାତ୍ର ୪ ବର୍ଷ ତଳେ ନବକଳେବର ସମୟରେ ହୋଇଥିବା ବିଭ୍ରାଟ। ଯାହା ଏବେ ସରକାରଙ୍କ ପଛରେ ଭୂତ ହୋଇ ଗୋଡ଼ାଉଛି। ରାଜ୍ୟ ବିରୋଧୀ ଦଳର ଭୂମିକା ମଧ୍ୟ ସକ୍ରିୟ ନୁହେଁ। ଜାତୀୟ ସ୍ତରରେ ହିନ୍ଦୁତ୍ୱ ସୁରକ୍ଷାକୁ ପ୍ରସଙ୍ଗ କରି ରାଜନୀତି କରୁଥିବା ବିଜେପି ପୁରୀ ଘଟଣାରେ ନରମ ଆଭିମୁଖ୍ୟ ଗ୍ରହଣ କରିଛି।
କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ମଠମନ୍ଦିର ଭଙ୍ଗାକୁ ବିରୋଧ କରିଛନ୍ତି। ଅନ୍ୟତମ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ନିଆଯାଉ। ଡେରିରେ ହେଲେ ବି ବିଜୟ ମହାପାତ୍ର ମୁହଁ ଖୋଲିଛନ୍ତି। କିନ୍ତୁ ତାଙ୍କ ମତକୁ ବିଜେପି ନିଜ ଦଳର ମତ ବୋଲି ଗ୍ରହଣ କରେ ନାହିଁ। କିନ୍ତୁ ସାଧୁସନ୍ଥଙ୍କର ସୁରକ୍ଷାଦାତା ଆରଏସଏସର ସ୍ୱର ଶାଣିତ ନୁହେଁ। ଯାହା କିଛି ସ୍ୱର ଶୁଭୁଚି ତାହା ପୁରୀର କେଉଁ କୋଣରେ ସୀମିତ। ସତେ ଯେମିତି କିଛି ଗୋଟେ ଅଲିଖିତ ଡିଲ୍‌ ହୋଇଛି। ହିନ୍ଦୁ ଧର୍ମର ସୁରକ୍ଷା କହିଲେ କେବଳ ଅଯୋଧ୍ୟାକୁ ବୁଝାଏ ନାହିଁ।

ହିନ୍ଦୁ ଧର୍ମର ସୁରକ୍ଷା ପାଇଁ ଆଦି ଶଙ୍କରାଚାର୍ଯ୍ୟ ଭାରତର ୪ କୋଣରେ ୪ଟି ଧାମ କରିଛନ୍ତି। ତନ୍ମଧ୍ୟରୁ ପୁରୀ ଧାମ ହେଉଛି ଶ୍ରେଷ୍ଠ। ଆଉ ଏକ କଥା ହେଉଛି ଗତ କିଛି ବର୍ଷ ହେଲା ଭାରତ ବର୍ଷରେ ଭଣ୍ଡ ବାବାମାନଙ୍କର ଆବିର୍ଭାବ ଓ ଉତ୍ଥାନ ପରେ ସବୁ ସାଧୁସନ୍ଥମାନଙ୍କୁ ସମସ୍ତେ ସେହି ଗୋଟିଏ ଚଷମାରେ ଦେଖୁଛନ୍ତି। ତେଣୁ ପୁରୀର ସାଧୁସନ୍ଥମାନଙ୍କୁ ସେଭଳି ସମର୍ଥନ ମିଳୁ ନାହିଁ।

ଏଠାରେ ମନେ ରଖିବାକୁ ହେବ ଯେ, ଭାରତ ହେଉଛି ଏକମାତ୍ର ଦେଶ ଯାହାକୁ ଦେବଭୂମି ବୋଲି କୁହାଯାଏ। ଯେଉଁଠି ସାଧୁ ସନ୍ନ୍ୟାସୀଙ୍କୁ ପୂଜା କରାଯାଏ। ଏହାର ଅର୍ଥ ନିଜ ସ୍ୱାର୍ଥ ପାଇଁ ସାଧୁ ବେଶଧାରୀ ରାବଣକୁ ସାଧୁ କୁହାଯିବ ନାହିଁ। ଚାଣକ୍ୟଙ୍କ ମତରେ ସବୁ ପାହାଡ଼ରେ ରତ୍ନ ନଥାଏ। ସବୁ ହାତୀ ମୁଣ୍ଡରେ ମୋତି ନଥାଏ କି ସବୁ ଜାଗାରେ ସାଧୁ ସନ୍ଥ ନଥାନ୍ତି। ପ୍ରକୃତ ସାଧୁକୁ ଖୋଜିବା ଏକ କଷ୍ଟକର ବ୍ୟାପାର। ଇତିହାସ ସାକ୍ଷୀ ଅଛି ଶ୍ରୀମନ୍ଦିରର ସୁରକ୍ଷା ପାଇଁ କେତେ କେତେ ରକ୍ତର ନଦୀ ବହିଛି। ଓଡ଼ିଆମାନଙ୍କର ବଳିଦାନ ବି କିଛି କମ୍ ନୁହେଁ। ଓଡ଼ିଆର ଅସ୍ମିତା, ଅସ୍ତିତ୍ୱ ଏହି ମହାପ୍ରଭୁଙ୍କ ପାଇଁ ଆଗକୁ ବି ଓଡ଼ିଆମାନେ ତ୍ୟାଗ ଓ  ଉତ୍ସର୍ଗ କରିବେ। ହେଲେ ଓଡ଼ିଆଙ୍କ ଭାବାବେଗକୁ ନେଇ ହରିଲୁଟ୍‌, ପୁରାତନ ସମ୍ପତ୍ତିକୁ ନଷ୍ଟ କରିବାର ଖେଳ ଖେଳା ନଯାଉ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story