Advertisment

କାର୍ଗିଲ ବିଜୟ ଦିବସ: ବୀର ସହିଦଙ୍କୁ ଝୁରୁଛି ଜନ୍ମମାଟି

କେନ୍ଦ୍ରାପଡ଼ା(ଓଡ଼ିଶା ରିପୋର୍ଟର): ପାକ ସେନାକୁ ପରାଜିତ କରିବାର ୨୦ ବର୍ଷ ପୂର୍ତ୍ତି ଅବସରରେ ଶୁକ୍ରବାର ସାରା ଦେଶ ପାଳିବ କାର୍ଗିଲ ବିଜୟ ଦିବସ। ଚଳିତବର୍ଷ ଏହି ବିଜୟକୁ ଅଧିକ ସ୍ମରଣୀୟ କରିବାକୁ ବିଶେଷ ଆୟୋଜନ କରିଛି ଭାରତୀୟ ସେନା। ଆଉ ଏପଟେ କାର୍ଗିଲ୍‌ ଯୁଦ୍ଧରେ ସହିଦ ହୋଇଥିବା ବୀର ଓଡ଼ିଆ ଯବାନଙ୍କୁ ଝୁରୁଛି ଜନ୍ମମାଟି। କଟକ ନିଶ୍ଚିନ୍ତକୋଇଲି ବ୍ଲକ ଜନାର୍ଦ୍ଦନପୁର ଗାଁ। ଏଇଠି ଜନ୍ମ ଗ୍ରହଣ କରିଥିଲେ ବୀର ପୁଅ ଗୋପୀନାଥ ମହାରଣା। ଦେଶ ମାତୃକାର ସେବା […]

ଅଦ୍ୟତନ ହୋଇଛି
କାର୍ଗିଲ ବିଜୟ ଦିବସ: ବୀର ସହିଦଙ୍କୁ ଝୁରୁଛି ଜନ୍ମମାଟି

solger

Advertisment

କେନ୍ଦ୍ରାପଡ଼ା(ଓଡ଼ିଶା ରିପୋର୍ଟର): ପାକ ସେନାକୁ ପରାଜିତ କରିବାର ୨୦ ବର୍ଷ ପୂର୍ତ୍ତି ଅବସରରେ ଶୁକ୍ରବାର ସାରା ଦେଶ ପାଳିବ କାର୍ଗିଲ ବିଜୟ ଦିବସ। ଚଳିତବର୍ଷ ଏହି ବିଜୟକୁ ଅଧିକ ସ୍ମରଣୀୟ କରିବାକୁ ବିଶେଷ ଆୟୋଜନ କରିଛି ଭାରତୀୟ ସେନା। ଆଉ ଏପଟେ କାର୍ଗିଲ୍‌ ଯୁଦ୍ଧରେ ସହିଦ ହୋଇଥିବା ବୀର ଓଡ଼ିଆ ଯବାନଙ୍କୁ ଝୁରୁଛି ଜନ୍ମମାଟି।

Advertisment

publive-imageକଟକ ନିଶ୍ଚିନ୍ତକୋଇଲି ବ୍ଲକ ଜନାର୍ଦ୍ଦନପୁର ଗାଁ। ଏଇଠି ଜନ୍ମ ଗ୍ରହଣ କରିଥିଲେ ବୀର ପୁଅ ଗୋପୀନାଥ ମହାରଣା। ଦେଶ ମାତୃକାର ସେବା କରିବା ପାଇଁ ଗୋପୀନାଥ ସେନାରେ ଯୋଗ ଦେଇଥିଲେ। ହେଲେ ୧୯୯୯ କାର୍ଗିଲ୍‌ ଯୁଦ୍ଧରେ ସେ ସହିଦ୍‌ ହୋଇଗଲେ। ୨୦ ବର୍ଷ ତଳର ସେହି କଥା ଆଜି ମନେ ପଡ଼ିଲେ ତାଙ୍କ ମାଆ ଝୁମୁରି ମହାରଣା ସ୍ତବ୍ଧ ହୋଇଯାଆନ୍ତି। ପୁଅ ସିନା ପାଖରେ ନାହିଁ, ହେଲେ ତା ବୀରତ୍ୱର ଗାଥା ମନ ଭିତରେ ଗୁଞ୍ଜରି ଉଠିଲେ ଆଖିରୁ ଝରି ଆସେ ଧାର ଧାର ଲୁହ। ଖାଲି ଘରଲୋକ କାହିଁକି, ଗୋପୀନାଥଙ୍କ ଅଦମ୍ୟ ସାହସ ଓ ବୀରତ୍ୱକୁ ଭୁଲି ନାହାନ୍ତି ଗାଁ ଲୋକେ। ତାଙ୍କ ଅବର୍ତ୍ତମାନରେ ଏବେ ମଧ୍ୟ ସହିଦଙ୍କୁ ଝୁରି ହେଉଛନ୍ତି ତାଙ୍କ ପରିବାର, ଆତ୍ମୀୟ ଓ ସାରା ଗାଁ।

publive-imageସେହିଭଳି କାର୍ଗିଲରେ ବିଜୟର ବାନା ଉଡ଼ାଇବା ପୂର୍ବରୁ ଶତ୍ରୁ ଗୁଳିରେ ପ୍ରାଣବଳି ଦେଇଥିବା ଆଉ ଜଣେ ବୀର ସୈନିକ ହେଉଛନ୍ତି ସହିଦ ସଚ୍ଚିଦାନନ୍ଦ ମଲ୍ଲିକ। କେନ୍ଦ୍ରାପଡ଼ା ରାଜନନଗର ବ୍ଲକ୍ କଣିଆହାଟ ଅଞ୍ଚଳର ଏହି ଯୋଦ୍ଧାଙ୍କୁ ହରାଇବା ପରେ ପରିବାରରେ ସୃଷ୍ଟି ହୋଇଛି ବିରାଟ ଶୂନ୍ୟସ୍ଥାନ। ତଥାପି ଶତ୍ରୁ ଆଗରେ ସେ ଦେଖାଇଥିବା ପରାକ୍ରମ ମନେ ପକାଇ ଗର୍ବରେ ଛାତି ଫୁଲାଇ ଦିଅନ୍ତି ସଚ୍ଚିଦାନନ୍ଦଙ୍କ ଘର ଲୋକେ ଆଉ ଗ୍ରାମବାସୀ।

Advertisment

୧୯୯୯ର କାର୍ଗିଲ ବିଜୟ ଦିବସକୁ ମହାସମାରୋହରେ ପାଳନ କରିବାର ଅବ୍ୟବହିତ ପୂର୍ବରୁ ଜାମ୍ମୁ ଓ କାଶ୍ମୀରର ଦ୍ରାସ ସେକ୍ଟରରେ ଅତି ଚିତ୍ତାକର୍ଷକ ଡେୟାର ଡେଭିଲ ଶୋ’ ପ୍ରଦର୍ଶନ କରୁଛନ୍ତି ଭାରତୀୟ ସ୍ଥଳସେନାର ଯବାନ। ଏଣେ ପାକିସ୍ତାନ ବିରୋଧରେ ଭାରତର ଏହି ସାମରିକ ବିଜୟର ୨୦ ବର୍ଷ ପୂର୍ତ୍ତିକୁ ଅତି ରୋମାଞ୍ଚକର ଢଙ୍ଗରେ ପାଳନ ପାଇଁ ସବୁ ପ୍ରକାର ଉଦ୍ୟମ କରିଛନ୍ତି ସ୍ଥଳସେନା। କେଉଁଠି ଯୁଦ୍ଧାସ୍ତ୍ର ପ୍ରଦର୍ଶନ ଜରିଆରେ ତ ଆଉ କେଉଁଠି କାର୍ଗିଲ ବିଜୟ ଜ୍ୟୋତିକୁ ଚାରିଆଡ଼େ ବୁଲାଇ ବୀର ସହିଦଙ୍କ ଆତ୍ମୀୟଙ୍କୁ ସମ୍ମାନିତ କରାଯାଉଛି।

୧୯୯୯ କାର୍ଗିଲ ଯୁଦ୍ଧରେ ଭାରତୀୟ ସେନାର ୫୨୭ ଯବାନ ସହିଦ ହୋଇଥିଲେ। ହେଲେ ସେମାନଙ୍କ ପ୍ରାଣବଳି ବୃଥା ଯାଇନଥିଲା। ପ୍ରାୟ ୬୦ ଦିନର ଏହି ଯୁଦ୍ଧ ଶେଷରେ ବିଜୟ ପତାକା ଉଡାଇଥିଲା ଭାରତ। ଆଉ ସେବେଠୁ ପ୍ରତିବର୍ଷ ଜୁଲାଇ ୨୬ ତାରିଖରେ ଭାରତୀୟ ସେନା ପାଳନ କରି ଆସୁଛି ବିଜୟ ଦିବସ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe