ପର୍ଯ୍ୟଟନ ବିଭାଗରେ ଘରୋଇକରଣ ନିଷ୍ପତ୍ତି କାହାର: କିକ୍‌ବ୍ୟାକ୍‌ ସନ୍ଦେହ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ମହାମାରୀ ପରିସ୍ଥିତି ଲାଗି ରହିଥିବାବେଳେ ଲାଭରେ ଚାଲିଥିବା ୫ଟି ସରକାରୀ ପାନ୍ଥନିବାସକୁ ଘରୋଇକରଣ କରିବା ପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ନିଷ୍ପତ୍ତି ନେଇଛି। ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଏନେଇ ଲିଖିତ ଭାବେ ବିଧାନସଭାକୁ ଅବଗତ କରିବାପରେ ରାଜ୍ୟ ସରକାରଙ୍କ ଭୂମିକାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଏହି ୫ଟି ପାନ୍ଥନିବାସ/ପାନ୍ଥିକାର ମାଲିକାନା ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ପାଖରେ ଥାଇ ମଧ୍ୟ ଓଟିଡିସି ଗତ ୫ବର୍ଷ ହେବ କ୍ରମାଗତ ଲାଭ […]

otdc

otdc

Manoranjan Sial
  • Published: Saturday, 03 October 2020
  • Updated: 03 October 2020, 08:59 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ମହାମାରୀ ପରିସ୍ଥିତି ଲାଗି ରହିଥିବାବେଳେ ଲାଭରେ ଚାଲିଥିବା ୫ଟି ସରକାରୀ ପାନ୍ଥନିବାସକୁ ଘରୋଇକରଣ କରିବା ପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ନିଷ୍ପତ୍ତି ନେଇଛି। ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଏନେଇ ଲିଖିତ ଭାବେ ବିଧାନସଭାକୁ ଅବଗତ କରିବାପରେ ରାଜ୍ୟ ସରକାରଙ୍କ ଭୂମିକାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଏହି ୫ଟି ପାନ୍ଥନିବାସ/ପାନ୍ଥିକାର ମାଲିକାନା ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ପାଖରେ ଥାଇ ମଧ୍ୟ ଓଟିଡିସି ଗତ ୫ବର୍ଷ ହେବ କ୍ରମାଗତ ଲାଭ କରିଚାଲିଛି। ତଥାପି କରୋନା ମହାମାରୀରେ ମାନ୍ଦାବସ୍ଥାର ସୁଯୋଗ ନେଇ ଏହି ସରକାରୀ ସମ୍ପତ୍ତିକୁ ପିପିପି ମୋଡରେ ଘରୋଇ ବ୍ୟକ୍ତିବିଶେଷଙ୍କୁ ଶାଗମାଛରେ ଟେକି ଦେବାପାଇଁ ପର୍ଯ୍ୟଟନ ବିଭାଗ କାହିଁକି ବ୍ୟଗ୍ର ହୋଇପଡ଼ିଛି ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ବିଧାନସଭାରେ ଏନେଇ ଲିଖିତ ଉତ୍ତରରେ କହିଛନ୍ତି ଯେ ଓଟିଡିସି ଦ୍ୱାରା ପରିଚାଳିତ ହେଉଥିବା ୫ଟି ପାନ୍ଥନିବାସ/ପାନ୍ଥିକାକୁ ପିପିପି ମାଧ୍ୟମରେ ଉନ୍ନତି ଓ ପରିଚାଳନା ନିମନ୍ତେ ଦେବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହାଦ୍ୱାରା କୌଣସି କର୍ମଚାରୀ ନିଯୁକ୍ତି ହରାଇବେ ନାହିଁ। ୨୦୧୫-୧୬ରୁ ୨୦୧୯-୨୦ ଆର୍ଥିକ ବର୍ଷ ମଧ୍ୟରେ ଓଟିଡିସି ପ୍ରତିବର୍ଷ ଲାଭ କରିଚାଲିଛି। ଓଟିଡିସି ୨୦୧୫-୧୬ରେ ୬.୭୩କୋଟି ଟଙ୍କା, ୨୦୧୬-୧୭ରେ ୫.୮୯କୋଟି ଟଙ୍କା, ୨୦୧୭-୧୮ରେ ୦.୬୧କୋଟି ଟଙ୍କା, ୨୦୧୮-୧୯ରେ ୩.୪୭କୋଟି ଓ ୨୦୧୯-୨୦ରେ ୨.୨୦କୋଟି ଟଙ୍କା ଲାଭ କରିଛି। ସେହିପରି ଓଟିଡିସିକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ୨୦୧୫-୧୬ରୁ ୨୦୧୯-୨୦ ମସିହା ମଧ୍ୟରେ ଯଥାକ୍ରମେ ୭୨.୮୦ କୋଟି, ୬୮୮.୮୬କୋଟି, ୫୫.୮୮କୋଟି,୧୦୦.୮୪କୋଟି ଓ ୧୪୧.୭୯କୋଟି ଟଙ୍କା ପାଣ୍ଠି ପ୍ରଦାନ କରିଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ମହାପାତ୍ର କହିଛନ୍ତି।

ମିଳିଥିବା ସୂଚନା ଅନୁସାରେ, ଓଟିଡିସି ଦ୍ୱାରା ପରିଚାଳିତ ହେଉଥିବା ବାଲେଶ୍ୱର, ଭଦ୍ରକ, ଧଉଳି ଓ ତପ୍ତପାଣିରେ ଥିବା ପାନ୍ଥନିବାସ/ପାନ୍ଥିକା ଓ ଗୋପାଳପୁରରେ ଥିବା ଜମିକୁ ପିପିପି ମୋଡରେ ଘରୋଇ ସଂସ୍ଥାକୁ ଟେକି ଦେବାକୁ ପର୍ଯ୍ୟଟନ ବିଭାଗ ନିଷ୍ପତ୍ତି ନେଇଛି। ଯାହାକୁ ବିରୋଧ କରି ଓଟିଡିସି କର୍ମଚାରୀ ସଂଘ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ପର୍ଯ୍ୟଟନ ସଚିବ ବିଶାଳ ଦେବ ଓ ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ଆର ଯାଦବଙ୍କୁ ଭେଟି ଆପତ୍ତି ଜଣାଇବା ସହ ଘରୋଇକରଣ ନକରିବା ପାଇଁ ଦାବି କରିଥିଲେ। କିନ୍ତୁ କେହି ସେମାନଙ୍କର ଦାବି ପ୍ରତି କର୍ଣ୍ଣପାତ କରିନାହାନ୍ତି ଓ ଏସବୁ ସମ୍ପତ୍ତିକୁ ଘରୋଇ ସଂସ୍ଥା ହାତକୁ ଟେକି ଦେବା ପାଇଁ ବିଭାଗ ନିଜ ଜିଦରେ ଅଟଳ ରହିଛି।

ତେବେ ପ୍ରଶ୍ନ ଉଠୁଛି, ଯଦି ଏସବୁ ପାନ୍ଥନିବାସର ପରିଚାଳନା ଦାୟିତ୍ୱକୁ ଓଟିଡିସି ତୁଲାଇ ପ୍ରତିବର୍ଷ ଲାଭ କରିପାରୁଛି ତା’ହେଲେ କରୋନା ମହାମାରୀବେଳେ ଶାଗ ମାଛଦରରେ ଘରୋଇକରଣ ପାଇଁ ନିଷ୍ପତ୍ତି କାହିଁକି ନିଆଗଲା। ଏହି ନିଷ୍ପତ୍ତି କାହାର-ବିଭାଗୀୟ ମନ୍ତ୍ରୀ ନା ଓଟିଡିସି ଅଧ୍ୟକ୍ଷା ନା ପର୍ଯ୍ୟଟନ ସଚିବ ଓ ନିର୍ଦ୍ଦେଶକଙ୍କର ? କେଉଁ ଘରୋଇ ସଂସ୍ଥାକୁ ଲକ୍ଷ୍ୟରେ ରଖି ଏହି ଘରୋଇକରଣ ପ୍ରକ୍ରିୟା ଆରମ୍ଭ କରାଯାଇଛି ? ଏହାପଛରେ ବଡ଼ଧରଣ କିକବ୍ୟାକ୍ ହୋଇନି ତ? ଏଥିରେ କେଉଁମାନେ ସମ୍ପୃକ୍ତ? ଯଦି ବଡ଼ଧରଣର କିକବ୍ୟାକ୍ ହୋଇନଥାନ୍ତା ତା’ହେଲେ ପର୍ଯ୍ୟଟନ ବିଭାଗ ଏସବୁ ସମ୍ପତ୍ତିକୁ ଘରୋଇ ସଂସ୍ଥା ହାତରେ ଟେକିଦେବାକୁ ଜିଦ୍ ଧରି ବସନ୍ତା ନାହିଁ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। କେବଳ ସେତିକି ନୁହେଁ, ଲାଭରେ ଚାଲିଥିବା ଓଟିଡିସିକୁ ଦେବାଳିଆ କରିବା ନିମନ୍ତେ ଏବେ ସରକାରୀସ୍ତରରେ ଷଡ଼ଯନ୍ତ୍ର ଆରମ୍ଭ ହୋଇଥିବା ଜଣାପଡ଼ିଛି। ଯେଉଁଥିପାଇଁ ମନ୍ତ୍ରୀ-ଅଧ୍ୟକ୍ଷା-ସଚିବ ଓ ନିର୍ଦ୍ଦେଶକଙ୍କ ସହମତିରେ ଓଟିଡିସିକୁ ମାନବ ସମ୍ବଳ ଯୋଗାଣ କରୁଥିବା ସଂସ୍ଥା ଏମବି ସିକ୍ୟୁରିଟିର ଅବଧି ସରିବା ସତ୍ତ୍ୱେ ତାକୁ କାର୍ଯ୍ୟ କରିବାକୁ ଅନୁମତି ଦିଆଯାଇଛି। ଓଟିଡିସିକୁ ମାନବସମ୍ବଳ ଯୋଗାଇବା ନିମନ୍ତେ ଗତବର୍ଷ ନଭେମ୍ବର ମାସରେ ଟେଣ୍ଡରରେ ‘ଏଲ-୧’ ବିଡରଙ୍କୁ ବାଦ୍ ଦେଇ ପୂର୍ବରୁ ଥିବା ସମ୍ପୃକ୍ତ ଏମବି ସିକ୍ୟୁରିଟି ସଂସ୍ଥାକୁ ବିନା ନବୀକରଣରେ କାର୍ଯ୍ୟ କରିବାର ସୁଯୋଗ ଦିଆଯାଇଛି।

ଅନ୍ୟପକ୍ଷରେ ଏ ସମ୍ପର୍କରେ ପ୍ରତିକ୍ରିୟା ଦେଇ ଓଟିଡିସି ଜେନରାଲ ମ୍ୟାନେଜର ପି.କେ. ଚାନ୍ଦ କହିଛନ୍ତି ଯେ, ଲାଭରେ ଚାଲୁଥିଲେ ବି ଘରୋଇକରଣ ନିଷ୍ପତ୍ତି କାହିଁକି ନିଆଗଲା ତାହା ସେ ଜାଣନ୍ତି ନାହିଁ। ମାତ୍ର ଏହା ସାମୂହିକ ନିଷ୍ପତ୍ତି ଓ ସମସ୍ତଙ୍କର ସହମତି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story