ଓଡ଼ିଶାରେ ନୂଆ ଆଞ୍ଚଳିକ ଦଳ ଗଠନ ଜରୁରୀ କି ? ଯଦି ହୁଏ ତେବେ କିଏ ଓ କେମିତି କରିବେ ?

ଭୁବନେଶ୍ୱର (ପ୍ରକାଶ ସେଠୀ):  ଦେଶର ରାଜନୀତିକ ଦୃଶ୍ୟପଟ୍ଟରେ ଜାତୀୟ ଦଳଗୁଡ଼ିକର ପ୍ରଭାବ ହ୍ରାସ ପାଉଥିବା ବେଳେ, ବିଭିନ୍ନ ରାଜ୍ୟରେ ଆଞ୍ଚଳିକ ଦଳଗୁଡ଼ିକର ଗ୍ରହଣୀୟତା ବଢ଼ିବାରେ ଲାଗିଛି। ମାତ୍ର  ଓଡ଼ିଶାରେ ଦୀର୍ଘ ୧୮ ବର୍ଷ ଧରି କ୍ଷମତାସୀନ ଆଞ୍ଚଳିକ ଦଳ ବିଜେଡି ପ୍ରତି ଲୋକଙ୍କ ବଢ଼ୁଥିବା ଆକ୍ରୋଶର ରାଜନୀତିକ ଫାଇଦା ଉଠାଇବାକୁ  ଉଭୟ ବିଜେପି ଓ କଂଗ୍ରେସ ଏ ପର୍ଯ୍ୟନ୍ତ ସକ୍ଷମ ହୋଇପାରୁ ନଥିବାରୁ, ରାଜ୍ୟରେ ଆଉଏକ ଆଞ୍ଚଳିକ ଦଳ ଗଠନର ଆବଶ୍ୟକତା ଅନୁଭୂତ ହୋଇଛି। ବର୍ତ୍ତମାନର ରାଜ୍ୟ ରାଜନୀତିକ ପରିସ୍ଥିତିରେ […]

Biju part-2

Biju part-2

Ordigital Desk
  • Published: Saturday, 04 August 2018
  • Updated: 04 August 2018, 05:04 PM IST

Sports

Latest News

ଭୁବନେଶ୍ୱର (ପ୍ରକାଶ ସେଠୀ):  ଦେଶର ରାଜନୀତିକ ଦୃଶ୍ୟପଟ୍ଟରେ ଜାତୀୟ ଦଳଗୁଡ଼ିକର ପ୍ରଭାବ ହ୍ରାସ ପାଉଥିବା ବେଳେ, ବିଭିନ୍ନ ରାଜ୍ୟରେ ଆଞ୍ଚଳିକ ଦଳଗୁଡ଼ିକର ଗ୍ରହଣୀୟତା ବଢ଼ିବାରେ ଲାଗିଛି।

ମାତ୍ର  ଓଡ଼ିଶାରେ ଦୀର୍ଘ ୧୮ ବର୍ଷ ଧରି କ୍ଷମତାସୀନ ଆଞ୍ଚଳିକ ଦଳ ବିଜେଡି ପ୍ରତି ଲୋକଙ୍କ ବଢ଼ୁଥିବା ଆକ୍ରୋଶର ରାଜନୀତିକ ଫାଇଦା ଉଠାଇବାକୁ  ଉଭୟ ବିଜେପି ଓ କଂଗ୍ରେସ ଏ ପର୍ଯ୍ୟନ୍ତ ସକ୍ଷମ ହୋଇପାରୁ ନଥିବାରୁ, ରାଜ୍ୟରେ ଆଉଏକ ଆଞ୍ଚଳିକ ଦଳ ଗଠନର ଆବଶ୍ୟକତା ଅନୁଭୂତ ହୋଇଛି।

ବର୍ତ୍ତମାନର ରାଜ୍ୟ ରାଜନୀତିକ ପରିସ୍ଥିତିରେ ଏହା ମଧ୍ୟ ଆବଶ୍ୟକ ହୋଇପଡ଼ିଛି ବୋଲି ରାଜନୀତିକ ବିଶ୍ଲେଷକମାନେ ମତ ଦେଇଛନ୍ତି। ସେମାନଙ୍କ ମତରେ, ଓଡ଼ିଶାରେ ବିଜେଡି ସରକାର ପ୍ରତି କ୍ଷମତା ବିରୋଧୀ ବା ଆଣ୍ଟି-ଇନ୍‌କମ୍ବେସୀ ହାୱା ବୃଦ୍ଧି ପାଇବାରେ ଲାଗିଛି।

କିନ୍ତୁ ଉଭୟ ବିଜେପି ଓ କଂଗ୍ରେସ ନେତୃତ୍ୱ ସହ ବିଜେଡି ସୁପ୍ରିମୋଙ୍କ ଭିତିରିଆ ସମ୍ପର୍କ ଥିବାର ସନ୍ଦେହ ଯୋଗୁ ଏହି ଦୁଇ ଦଳ ରାଜ୍ୟବାସୀଙ୍କ ଆସ୍ଥାଭାଜନ ହୋଇ ପାରୁନାହାନ୍ତି।

ବିଜେପିର ଜାତୀୟ ନେତୃତ୍ୱଙ୍କ ସହ ଘନିଷ୍ଠ ସମ୍ପର୍କ ହେଉ ଅବା ତୋଷଣ ନୀତି ଆପଣାଇ କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାରକୁ ବିଭିନ୍ନ ପ୍ରସଙ୍ଗରେ ଅଯାଚିତ ସମର୍ଥନ ଦେଇ ବିଜେଡି ନେତୃତ୍ୱ ବିଜେପିର ରାଜ୍ୟ ନେତୃତ୍ୱଙ୍କୁ ମଧ୍ୟ ଅକଳରେ ପକାଇଛନ୍ତି।

ସେହିପରି କଂଗ୍ରେସର ରାଜ୍ୟ ମୁଖିଆ କିଏ ହେବ ତାହା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସ୍ଥିର କରନ୍ତି ବୋଲି ଖୋଲାଖୋଲି ଭାବେ ରାଜ୍ୟ କଂଗ୍ରେସର ବରିଷ୍ଠ ନେତାମାନେ କହି ସାରିଛନ୍ତି। ତେଣୁ ଏଭଳି ସ୍ଥିତିରେ ରାଜ୍ୟରେ ବିଜେଡିର ବିକଳ୍ପ ନଥିବାରୁ ତା’ର ସ୍ପଷ୍ଟ ରାଜନୀତିକ ଫାଇଦା ସ୍ୱତଃ ବିଜେଡିକୁ ମିଳୁଛି।

ଅନ୍ୟ କୌଣସି ଦଳ ମଧ୍ୟ ରାଜ୍ୟରେ ଭୋଟରଙ୍କ ଆସ୍ଥା ଜିଣିବା ଭଳି ସ୍ଥିତିରେ ନାହାନ୍ତି।

ତେଣୁ ବିଜେଡିର ଦଳୀୟ ପରିଚାଳନାକୁ ନେଇ ଘୋର ଅସନ୍ତୁଷ୍ଟ ଥିବା ନେତା ଓ ଏବେ ବିଜେଡିରୁ ଦୂରେଇ ରହିଥିବା ପ୍ରତିଷ୍ଠାତା ସଦସ୍ୟମାନଙ୍କ ମିଳିତ ଉଦ୍ୟମରେ ଏକ ନୂଆ ଆଞ୍ଚଳିକ ଦଳ ଗଠନ ସମ୍ଭବପର ହୋଇପାରିବ ଏବଂ ଏହା ବିଜେଡିକୁ ମଧ୍ୟ ଟକ୍କର ଦେବାରେ ସକ୍ଷମ ହେବ ବୋଲି ମତ ପ୍ରକାଶ ପାଇଛି।

ବରିଷ୍ଠ ସାମ୍ବାଦିକ ତଥା ପୁରୁଖା ରାଜନୀତିକ ବିଶ୍ଳେଷକ ବସନ୍ତ ଦାସଙ୍କ ମତରେ, ବର୍ତ୍ତମାନର ରାଜ୍ୟ ରାଜନୀତିକ ପରିସ୍ଥିତିକୁ ବିଶ୍ଲେଷଣ କଲେ ଜଣାପଡ଼ୁଛି ଯେ ଆମ ରାଜ୍ୟରେ ଆଉ ଗୋଟିଏ ଆଞ୍ଚଳିକ ଦଳର ଆବଶ୍ୟକତା ଉପୁଜିଛି।

କାରଣ ରାଜ୍ୟରେ ଥିବା ୩ଟି ଯାକ ପ୍ରମୁଖ ଦଳ- ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ଆଭ୍ୟନ୍ତରୀଣ କନ୍ଦଳ ବଢ଼ିବାରେ ଲାଗିଛି।

ସବୁକଥା ଉପରକୁ ଠିକ୍ ଜଣାପଡ଼ୁଥିଲେ ମଧ୍ୟ ବାସ୍ତବ ସ୍ଥିତି ଭିନ୍ନ। ନିର୍ବାଚନ ଯେତିକି ପାଖେଇ ଆସୁଛି ଏସବୁ ଦଳର ନେତାମାନଙ୍କ ମଧ୍ୟରେ ଅସନ୍ତୋଷ ସେତିକି ବଢ଼ିବାରେ ଲାଗିଛି।

ଯଦିଓ ରାଜ୍ୟରେ ବିଜେଡିକୁ ଟକ୍କର ଦେବା ପାଇଁ ଆଉଏକ ଆଞ୍ଚଳିକ ଦଳର ଆବଶ୍ୟକତା ରହିଛି। ତଥାପି ଏ କ୍ଷେତ୍ରରେ ତିନୋଟି ମୁଖ୍ୟ ଚ୍ୟାଲେଞ୍ଜ ରହିଛି। ପ୍ରଥମ, ଏହାର ନେତୃତ୍ଵ ନେବ କିଏ ଏବଂ ସେ ନବୀନଙ୍କ ଭାବମୂର୍ତ୍ତି ସହ ଟକ୍କର ଦେବାରେ କେତେଦୂର ସଫଳ ହେବେ?

ଦ୍ଵିତୀୟ, ଗୋଟିଏ ନୂଆ ଦଳ ଗଢିବା ପାଇଁ ଆବଶ୍ୟକ ପାଣ୍ଠି ଆସିବ କେଉଁଠୁ? ଶେଷରେ, ଏଥିପାଇଁ ଯଥେଷ୍ଟ ସମୟ ଅଛି ତ? ଏକ ପ୍ରଭାବଶାଳୀ ନୂଆ ଦଳ ଗଠନ ପାଇଁ ଅତିକମ୍‌ରେ ୨୦୦ କୋଟି ଟଙ୍କାର ଆବଶ୍ୟକତା ରହିଛି। ହାତରେ ସମୟ ମଧ୍ୟ ବେଶୀ ନାହିଁ।

ଯଦି ବିଭିନ୍ନ କାରଣରୁ ବିଜେଡି ସହ ସମ୍ପର୍କ ଛିନ୍ନ କରିଥିବା ବରିଷ୍ଠ ନେତାମାନେ ଏକଜୁଟ ହୋଇ, ଏହି ଚ୍ୟାଲେଞ୍ଜର ସଫଳ ମୁକାବିଲା କରିପାରନ୍ତି, ତା’ହେଲେ ହୁଏତ ଏଭଳି ଆଞ୍ଚଳିକ ଦଳ ବାସ୍ତବ ରୂପ ନେଇପାରନ୍ତା। ଅତୀତରେ ରାଜ୍ୟରେ ଏକାଧିକ ଆଞ୍ଚଳିକ ଦଳକୁ ସଫଳତା ମିଳିଛି। ଅବଶ୍ୟ ଆଞ୍ଚଳିକ ଦଳ ଭାବେ ବିଜେଡି ସବୁଠୁ ଅଧିକ ସଫଳ ହୋଇପାରିଛି ବୋଲି ଶ୍ରୀ ଦାସ କହିଛନ୍ତି।

ତଥ୍ୟ ଅନୁସାରେ, ସ୍ୱାଧୀନତା ପରେ ରାଜ୍ୟରେ ପ୍ରଥମ ଆଞ୍ଚଳିକ ଦଳ ଭାବେ ଗଣତନ୍ତ୍ର ପରିଷଦ ଜନ୍ମ ନେଇଥିଲା। ୧୯୫୨ ମସିହାରେ ପ୍ରଥମ ବିଧାନସଭା ନିର୍ବାଚନରେ ୧୪୦ଟି ଆସନରୁ ଗଣତନ୍ତ୍ର ପରିଷଦକୁ ୩୧ଟି ଆସନ ମିଳିଥିବା ବେଳେ କଂଗ୍ରେସ ୬୭ଟି ଆସନ ଜିଣିଥିଲା। ୨୦ଟି ଲୋକସଭା ଆସନରୁ ୧୦ଟି କଂଗ୍ରେସ ଜିତିଥିବା ବେଳେ ଗଣତନ୍ତ୍ର ପରିଷଦକୁ ୫ଟି ସିଟ୍ ମିଳିଥିଲା।

ମାତ୍ର ୧୯୫୭ ମସିହାର ସାଧାରଣ ନିର୍ବାଚନରେ ଗଣତନ୍ତ୍ର ପରିଷଦକୁ  ଅଧିକ ସଫଳତା ମିଳିଥିଲା। କଂଗ୍ରେସକୁ ଟକ୍କର ଦେଇ ସେତେବେଳେ ଦଳ ୫୧ଟି ବିଧାନସଭା ସିଟ୍ ଓ ୭ଟି ଲୋକସଭା ଆସନ ଜିତିଥିଲା। ତେବେ ସରକାର ମାତ୍ର ଦେଢ଼ବର୍ଷ ଚାଲିବା ପରେ କଂଗ୍ରେସରୁ ଝାଡ଼ଖଣ୍ଡ ପାର୍ଟି ସମର୍ଥନ ପ୍ରତ୍ୟାହାର କରିନେଇଥିଲା।

ଗଣତନ୍ତ୍ର ପରିଷଦ ସହଯୋଗରେ ଏବଂ କଂଗ୍ରେସ ନେତୃତ୍ୱରେ ଡଃ ହରେକୃଷ୍ଣ ମହତାବ ରାଜ୍ୟରେ ପ୍ରଥମ ମେଣ୍ଟ ସରକାର ଗଠନ କରିଥିଲେ। ଗଣତନ୍ତ୍ର ପରିଷଦର ମୁଖ୍ୟ ଆର୍‌.ଏନ୍.ସିଂହଦେଓଙ୍କୁ ସରକାରରେ ଅର୍ଥମନ୍ତ୍ରୀ ଦାୟିତ୍ୱ ମିଳିଥିଲା।

୧୯୬୧ ନିର୍ବାଚନରେ ଗଣତନ୍ତ୍ର ପରିଷଦ ୩୭ଟି ସିଟ୍ ସହ ମୁଖ୍ୟ ବିରୋଧୀ ଦଳ ରହିଥିଲା। ପରବର୍ତ୍ତୀ ସମୟରେ ଜାତୀୟ ଦଳ ‘ସ୍ୱତନ୍ତ୍ର ପାର୍ଟି’ରେ ଗଣତନ୍ତ୍ର ପରିଷଦର ବିଲୟ ହୋଇଥିଲା। ସେହିପରି, କଂଗ୍ରେସ ସହ ମତଭେଦ ଯୋଗୁ ଡଃ ହରେକୃଷ୍ଣ ମହତାବଙ୍କ ନେତୃତ୍ୱରେ ରାଜ୍ୟରେ ଆଉ ଏକ ଆଞ୍ଚଳିକ ଦଳ ‘ଜନ କଂଗ୍ରେସ’ ମୁଣ୍ଡ ଟେକିଥିଲା।

ଦଳ ପ୍ରଥମଥର ପାଇଁ ୧୯୬୭ ମସିହାର ସାଧାରଣ ନିର୍ବାଚନରେ ଓହ୍ଲାଇ ୨୬ଟି ଆସନ ଜିତିଥିଲା। ଅନ୍ୟପକ୍ଷରେ, କଂଗ୍ରେସକୁ ମାତ୍ର ୩୧ଟି ସିଟ୍‌ରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। ସ୍ୱତନ୍ତ୍ର ପାର୍ଟି ଓ ଜନ କଂଗ୍ରେସ ମିଳିତ ସରକାର ଗଢ଼ିଥିଲେ, ଯାହା

୧୯୭୧ ମସିହା ପର୍ଯ୍ୟନ୍ତ ଚାଲିଥିଲା। ତେବେ ବିଜୁ ପଟ୍ଟନାୟକ କଂଗ୍ରେସ ଛାଡ଼ିବା ପରେ ‘ଉତ୍କଳ କଂଗ୍ରେସ’ ନାମରେ ଆଉଏକ ଆଞ୍ଚଳିକ ଦଳ ଗଠନ କରିଥିଲେ। ସେହିବର୍ଷ ନିର୍ବାଚନ ହୋଇଥିଲା ଓ କୌଣସି ଦଳକୁ ସଂଖ୍ୟାଗରିଷ୍ଠତା ମିଳିନଥିଲା।

ଏହି ନିର୍ବାଚନରେ ଉତ୍କଳ କଂଗ୍ରେସକୁ ୩୩, ସ୍ୱତନ୍ତ୍ର ପାର୍ଟିକୁ ୩୬ ଓ କଂଗ୍ରେସକୁ ୫୧ଟି ସିଟ୍ ମିଳିଥିଲା । କଂଗ୍ରେସକୁ କ୍ଷମତାରୁ ଦୂରେଇ ରଖିବା ପାଇଁ ସ୍ୱତନ୍ତ୍ର ପାର୍ଟି, ଉତ୍କଳ କଂଗ୍ରେସ ଓ ଝାଡ଼ଖଣ୍ଡ ପାର୍ଟି ମିଳିତ ମେଣ୍ଟ ସରକାର ଗଠନ କରିଥିଲେ।

ଏହିପରି ଭାବେ ୧୯୭୭ ମସିହା ପର୍ଯ୍ୟନ୍ତ ରାଜ୍ୟରେ ଆଞ୍ଚଳିକ ଦଳଗୁଡ଼ିକ ସରକାର ଗଠନରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରି ଆସୁଥିଲେ। ପ୍ରାୟ ୨୩ ବର୍ଷ ବ୍ୟବଧାନ ପରେ ଏକ ନୂଆ ଆଞ୍ଚଳିକ ଦଳ ଭାବେ ବିଜେଡି ଉଭା ହୋଇଥିଲା, ଯାହା କି ଲଗାତାର ୧୮ବର୍ଷ ଧରି କ୍ଷମତାରେ ରହିଛି।

ତେଣୁ ଓଡ଼ିଶାରେ ଆଞ୍ଚଳିକ ଦଳର ଭବିଷ୍ୟତ ନିଶ୍ଚିତ ଭାବେ ଉଜ୍ଜ୍ଵଳ। ବିଜେଡି ପ୍ରତି ବଢ଼ୁଥିବା ଅସନ୍ତୋଷ ଓ ଆକ୍ରୋଶରୁ ରାଜନୀତିକ ଫାଇଦା ନେବାକୁ ହେଲେ ଆଉଏକ ଆଞ୍ଚଳିକ ଦଳର ଆତ୍ମପ୍ରକାଶ ଜରୁରୀ ହୋଇପଡ଼ିଛି।

ଅବଶ୍ୟ ଏହି ନୂଆ ଦଳ ପାଇଁ ନେତୃତ୍ୱ ଓ ପାଣ୍ଠି, ଦୁଇଟି ମୁଖ୍ୟ ସମସ୍ୟା ହୋଇପାରେ, ମାତ୍ର ସାମୁହିକ ପ୍ରୟାସ ଓ ପ୍ରତିବଦ୍ଧତା ରହିଲେ ସବୁକିଛି ସମ୍ଭବପର ବୋଲି ରାଜନୀତିକ ବିଶ୍ଲେଷକମାନେ ମତ ଦେଇଛନ୍ତି। ତେବେ ମୂଳ ପ୍ରଶ୍ନ ହେଉଛି, ଏଥିପାଇଁ ନବୀନଙ୍କ ବିକଳ୍ପ ଖୋଜୁଥିବା ନେତାଏ ପ୍ରସ୍ତୁତ ତ?

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story