ଧାମନଗର: କାହିଁକି ହାରିଲା ବିଜେଡି, ତ୍ରୁଟି ରହିଲା କେଉଁଠି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଧାମନଗର ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜଙ୍କ ବିଜୟ ଶାସକ ବିଜେଡି ପାଇଁ ଶକ୍ତ ଧକ୍କା ଓ ସତର୍କ ଘଣ୍ଟି ହୋଇଛି । ଦଳ ଏବେ ରାଜନୀତିକ ସଫଳତାର ଶୀର୍ଷରେ ଥାଇ ମଧ୍ୟ ପ୍ରାୟ ୧୦ହଜାର ଭୋଟ୍ ବ୍ୟବଧାନରେ ପରାଜିତ ହେବା ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଭୟ ସାଂଗଠନିକ ନେତୃତ୍ୱ ଓ ସରକାରର ଲୋକପ୍ରିୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି କୁହାଯାଉଥିଲେ ମଧ୍ୟ ଏହି ନିର୍ବାଚନୀ ଫଳାଫଳ ବିଜେଡିର […]

bjd-poll

bjd-poll

Ordigital Desk
  • Published: Sunday, 06 November 2022
  • Updated: 06 November 2022, 07:21 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଧାମନଗର ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜଙ୍କ ବିଜୟ ଶାସକ ବିଜେଡି ପାଇଁ ଶକ୍ତ ଧକ୍କା ଓ ସତର୍କ ଘଣ୍ଟି ହୋଇଛି । ଦଳ ଏବେ ରାଜନୀତିକ ସଫଳତାର ଶୀର୍ଷରେ ଥାଇ ମଧ୍ୟ ପ୍ରାୟ ୧୦ହଜାର ଭୋଟ୍ ବ୍ୟବଧାନରେ ପରାଜିତ ହେବା ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଭୟ ସାଂଗଠନିକ ନେତୃତ୍ୱ ଓ ସରକାରର ଲୋକପ୍ରିୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି କୁହାଯାଉଥିଲେ ମଧ୍ୟ ଏହି ନିର୍ବାଚନୀ ଫଳାଫଳ ବିଜେଡିର ଆଭ୍ୟନ୍ତରୀଣ ସଂଗଠନ ଓ ରାଜ୍ୟ ରାଜନୀତିରେ ନୂଆ ସମୀକରଣ ସୃଷ୍ଟି କରିବ ବୋଲି ରାଜନୀତିକ ମହଲରେ ଆକଳନ ହେଉଛି । ବିଜେଡି ଏହି ନିର୍ବାଚନରେ ପରାଜିତ ହୋଇଥିଲେ ମଧ୍ୟ ଦଳର ବହୁ ପୁରୁଖା ଓ ଆଗଧାଡ଼ିର ନେତାମାନେ ଫଳାଫଳକୁ ନେଇ ସନ୍ତୋଷ ବ୍ୟକ୍ତ କରିବା ସହ ଏଭଳି ଏକ ଶକ୍ତ ଧକ୍କା ବର୍ତ୍ତମାନ ସମୟରେ ଜରୁରୀ ଥିଲା, ଯାହାକି ଦଳକୁ ୨୦୨୪ ନିମନ୍ତେ ଅଧିକ ସୁସଂଗଠିତ କରିବ ବୋଲି ଚର୍ଚ୍ଚା ହେଉଛି ।

ତେବେ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଓ ପ୍ରଶାସନର ସହଯୋଗରେ ନିର୍ବାଚନ ଜିତିବାର ଦମ୍ଭୋକ୍ତି ବାଢ଼ୁଥିବା ବିଜେଡି କାହିଁକି ଧାମନଗରରେ ପରାଜିତ ହେଲା, ତାକୁ ନେଇ ଅନେକ ନୂଆ ତଥ୍ୟ ପଦାକୁ ଆସିଛି।

୧- ବିଜେଡିର ଦୀର୍ଘବର୍ଷର ସଂଗଠକ ରାଜେନ୍ଦ୍ର ଦାସଙ୍କୁ ହଟାଇ କିଛି ତୋଷାମଦକାରୀ ନେତାଙ୍କ କଥାରେ ଧାମନଗର ଆସନ ପାଇଁ ଅବନ୍ତୀ ଦାସଙ୍କୁ ଅଚାନକ ପ୍ରାର୍ଥୀ କରାଯିବା ହିଁ ବିଜେଡି ପାଇଁ ପରାଜୟର ମୁଖ୍ୟ କାରଣ ହୋଇଥିଲା । ରାଜେନ୍ଦ୍ରଙ୍କ ସହ ବିଜେଡିର ଏଭଳି ବିଶ୍ୱାସଘାତକତା ଓ ରାଜେନ୍ଦ୍ରଙ୍କୁ ମ୍ୟାନେଜ ନକରିବା ବିଜେଡିକୁ ମହଙ୍ଗା ପଡ଼ିଲା ।

୨-  ଧାମନଗରରେ ନିର୍ବାଚନ ପ୍ରଚାର ଓ ପ୍ରକ୍ରିୟାରେ କେବଳ ଯାଜପୁର ଓ ଅବିଭକ୍ତ ବାଲେଶ୍ୱର ଜିଲ୍ଲାର ନେତାମାନଙ୍କୁ ଗୁରୁତ୍ୱ ମିଳିବା ।

୩- ଧାମନଗରରେ କ୍ୟାମ୍ପେନ୍ ଦାୟିତ୍ୱରୁ ବରିଷ୍ଠ ଓ ଅଭିଜ୍ଞ ନେତାମାନଙ୍କୁ ଦୂରେଇ ରଖାଯିବା । ସ୍ଥିତି ଅସମ୍ଭାଳ ହେବାରୁ ଶେଷ ଆଡ଼କୁ କିଛି ନେତାଙ୍କୁ ସାମିଲ କରାଇବା।

୪- ଦଳର ଦ୍ୱିତୀୟ ଓ ତୃତୀୟ ଧାଡ଼ିର ନେତାମାନଙ୍କୁ କୋଣଠେସା କରି ଯୁବ ଓ ଛାତ୍ର ନେତାମାନଙ୍କୁ ଦାୟିତ୍ୱ ଦେବା ଓ ସେମାନେ ସେଠାରେ ଦଳ ପାଇଁ ଭୋଟ୍ ସଂଗ୍ରହ କମ୍ ଓ ନେତାଗିରି ବେଶୀ ଦେଖାଇବା।

୫- ଚଟୂ ଆମିଷ, ବେଂଟ ନିରାମିଷ ଭଳି ନବୀନ ପଟ୍ଟନାୟକଙ୍କ ନିର୍ମଳ ଭାବମୂର୍ତ୍ତି କଥା କହୁଥିବା ବିଜେଡି ଧାମନଗରରେ ଚିଟଫଣ୍ଡଠୁ ଆରମ୍ଭ କରି ଖଣି ଦୁର୍ନୀତି ଓ ଗ୍ୟାଙ୍ଗଷ୍ଟାର ସହ ସମ୍ପର୍କକୁ ନେଇ ବିବାଦୀୟ ପ୍ରଣବ ବଳବନ୍ତରାୟଙ୍କୁ ନିର୍ବାଚନୀ ପରିଚାଳନା ଦାୟିତ୍ୱ ନ୍ୟସ୍ତ କରିବା।

୬- ଚିଟଫଣ୍ଡଠୁ ଆରମ୍ଭ କରି ବିଭିନ୍ନ କେଳେଙ୍କାରୀରେ ଲିପ୍ତ ଯୁବ ବିଜେଡି ସଭାପତି ତଥା ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ନିଜର ପତିଆରା ଦେଖାଇବାକୁ ଧାମନଗରର ଅଘୋଷିତ ନେତା ପାଲଟିବା।

୭- ଧାମନଗର ନିର୍ବାଚନ ପ୍ରକ୍ରିୟାରୁ ମୁକ୍ତିକାନ୍ତ ମଣ୍ଡଳଙ୍କୁ ଦୂରେଇ ରଖାଯିବା । ସାଂସଦ ପତ୍ନୀ ମଞ୍ଜୁଲତାଙ୍କୁ ପ୍ରଚାରରେ ସାମିଲ କରାଇ ମୁକ୍ତିକାନ୍ତଙ୍କୁ ଭଦ୍ରକରେ ବସାଇ ରଖି ଦଳ ପରୋକ୍ଷରେ ତାଙ୍କ ସମର୍ଥକଙ୍କୁ ନିରାଶ କରିଥିଲା । ମୁକ୍ତିକାନ୍ତଙ୍କ ଷଡ଼ଯନ୍ତ୍ର ଯୋଗୁ ୨୦୧୯ରେ ରାଜେନ୍ଦ୍ର ବିଜେଡି ପ୍ରାର୍ଥୀ ଥାଇ ବି ପରାଜିତ ହୋଇଥିଲେ।

୮- ଧାମନଗର ନିର୍ବାଚନ ପରିଚାଳନାରେ ବିଜେଡି ସୁପ୍ରିମୋ ଓ ତାଙ୍କ ପରାମର୍ଶଦାତା ସମ୍ପୂର୍ଣ୍ଣ ଭାବେ ଦଳର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପରେ ନିର୍ଭରଶୀଳ ରହିବା । ପ୍ରଣବ ନିଜକୁ ସର୍ବେସର୍ବା ଭାବି ମନମୁଖୀ ନିଷ୍ପତ୍ତି ନେବା।

୯- ନବୀନ ଓ ବିଜେଡିର ଲୋକପ୍ରିୟତାର ଦମରେ ଧାମନଗରରେ ବିଜେଡି ପ୍ରାର୍ଥୀଙ୍କୁ ଜିତାଇ ୨୦୨୪ ସାଧାରଣ ନିର୍ବାଚନରେ ନିଜର ଦବଦବା ଦେଖାଇବାକୁ ଚାହୁଁଥିବା ପ୍ରଣବଙ୍କୁ ଉଚିତ୍ ଶିକ୍ଷା ଦେବା।

୧୦- ମିଶନ ଶକ୍ତି ଆଳରେ ମହିଳା ଭୋଟ୍ ହାତେଇବାକୁ ବିଜେଡିର ରଣନୀତି ଫେଲ୍ ମାରିବା ଓ ବିଜେପି ପ୍ରଥମରୁ ହିଁ ଏଥିପ୍ରତି ସତର୍କ ରହି ଗାଁ ଗାଁରେ ନିଜର କ୍ୟାଡ଼ରକୁ ସକ୍ରିୟ କରାଇବା।

୧୧- ଦଳୀୟ ସାଂଗଠନିକ ପରିଚାଳନାକୁ ନେଇ ଅସନ୍ତୁଷ୍ଟ ଥିବା ବିଜେଡି ନେତାମାନେ ଧାମନଗରରେ ରାଜେନ୍ଦ୍ରଙ୍କ ପ୍ରତି ହୋଇଥିବା ଅନ୍ୟାୟ ପାଇଁ ତାଙ୍କୁ ଭିତରି ନୈତିକ ସମର୍ଥନ ଦେଇଥିଲେ, ଯାହାର ଫଳସ୍ୱରୂପ ରାଜେନ୍ଦ୍ର ୮୧୫୩ଖଣ୍ଡ ଭୋଟ୍ ପାଇବାକୁ ସକ୍ଷମ ହୋଇଛନ୍ତି।

୧୨-ଧମନଗରରେ ନୂଆ ଓ ପୁରୁଣା ବିଜେଡି ନେତାଙ୍କ ଭିତରେ ସମନ୍ୱର ଅଭାବ ସହ ପ୍ରାର୍ଥୀ ଅବନ୍ତୀ ଦାସଙ୍କୁ ଭିତିରିଆ ବିରୋଧ।

ଏହି ସମସ୍ତ ଉପରୋକ୍ତ କାରଣ ପାଇଁ ବିଜେଡି ଧାମନଗରରେ ବିପୁଳ ଭୋଟ୍ ବ୍ୟବଧାନ(୯୮୮୧ଖଣ୍ଡ ଭୋଟ)ରେ ପରାଜୟର ସ୍ୱାଦ ଚାଖିଲା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story