କାହିଁକି ଦ୍ରୁତ ବେଗରେ ବଢ଼ୁଛି ସଂକ୍ରମଣ, ଏମିତି ଆଶଙ୍କା କଲେ ବିଷେଶଜ୍ଞ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ରାଜ୍ୟରେ ସଂକ୍ରମଣ ବଢ଼ାଉଛି ବିଳମ୍ବିତ ଟେଷ୍ଟ୍ ରିପୋର୍ଟ । କରୋନା ଟେଷ୍ଟ୍ ରିପୋର୍ଟ ଆସିବାରେ ବିଳମ୍ବ ହେଉଥିବାରୁ ଆକ୍ରାନ୍ତ ବ୍ୟକ୍ତି ଅନ୍ୟମାନଙ୍କୁ ସଂକ୍ରମିତ କରୁଥିବା ନେଇ ଆଶଙ୍କା ପ୍ରକାଶ କରିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରଜ ମିଶ୍ର ।  ସେ କହିଛନ୍ତି, ଅସିମ୍ପ୍ଟମେଟିକ୍ ବା ଲକ୍ଷଣହୀନ ଆକ୍ରାନ୍ତ କିମ୍ବା ସ୍ୱଳ୍ପ ଲକ୍ଷଣ ଥିବା ସଂକ୍ରମିତ ମାନେ ବାହାରେ ବୁଲିବା ଦ୍ୱାରା ମଧ୍ୟ ସଂକ୍ରମଣ ବଢୁଛି । ତେଣୁ କୋଭିଡ୍ ଟେଷ୍ଟ ରିପୋର୍ଟ କିପରି ଶୀଘ୍ର […]

790

Tapas Behera
  • Published: Sunday, 20 September 2020
  • , Updated: 20 September 2020, 03:57 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ରାଜ୍ୟରେ ସଂକ୍ରମଣ ବଢ଼ାଉଛି ବିଳମ୍ବିତ ଟେଷ୍ଟ୍ ରିପୋର୍ଟ । କରୋନା ଟେଷ୍ଟ୍ ରିପୋର୍ଟ ଆସିବାରେ ବିଳମ୍ବ ହେଉଥିବାରୁ ଆକ୍ରାନ୍ତ ବ୍ୟକ୍ତି ଅନ୍ୟମାନଙ୍କୁ ସଂକ୍ରମିତ କରୁଥିବା ନେଇ ଆଶଙ୍କା ପ୍ରକାଶ କରିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରଜ ମିଶ୍ର ।  ସେ କହିଛନ୍ତି, ଅସିମ୍ପ୍ଟମେଟିକ୍ ବା ଲକ୍ଷଣହୀନ ଆକ୍ରାନ୍ତ କିମ୍ବା ସ୍ୱଳ୍ପ ଲକ୍ଷଣ ଥିବା ସଂକ୍ରମିତ ମାନେ ବାହାରେ ବୁଲିବା ଦ୍ୱାରା ମଧ୍ୟ ସଂକ୍ରମଣ ବଢୁଛି । ତେଣୁ କୋଭିଡ୍ ଟେଷ୍ଟ ରିପୋର୍ଟ କିପରି ଶୀଘ୍ର ଆସି ପାରିବ ସେନେଇ ସରକାର ଚେଷ୍ଟା କରିବା ବା ପଦକ୍ଷେପ ନେବା ଉଚିତ ବୋଲି ସେ କହିଛନ୍ତି ।

ବର୍ତ୍ତମାନର ସ୍ଥିତିକୁ ଦେଖିଲେ, ଓଡ଼ିଶାରେ ନଭେମ୍ବର ୧୭ ବେଳକୁ ସଂକ୍ରମଣ ହାର କମିଯାଇଥିବ।  ତେବେ ଲୋକେ ସତର୍କ ନ ହେଲେ ଏହା ଅଧିକ ବଢିବ ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି । ଭୁବନେଶ୍ୱର ସ୍ଥିତି ସଂପର୍କରେ ଅନୁଧ୍ୟାନ କରି ସେ କହିଛନ୍ତି, ରାଜଧାନୀରେ  ସଂକ୍ରମଣ ୮ ଦିନ ହେବ ପିକ୍ ସମୟ ଅତିକ୍ରମ କରି ଗଲାଣି ।  ଆକ୍ଟିଭ କେସ କମ ଥିବା ବେଳେ ଆରୋଗ୍ୟ ହାର ବି ୮ ଦିନ ହେବ ବଢିଛି। କଟକରେ ଟିକିଏ ସମୟ ଲାଗୁଛି । 5 ରୁ 10 ଦିନ ଭିତରେ କଟକ ବି ଧୀରେ ଧୀରେ କମିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

Related story