କାମରେ ଲାଗୁନି ଉଠା ଜଳସେଚନ ପ୍ରକଳ୍ପ, କାହିଁକି ତିଆରି କରିଥିଲେ ସରକାର?

ଗଜପତି (ମିହିର ଜତି): ଖତ ଖାଉଛି ସରକାରଙ୍କ ଉଠା ଜଳସେଚନ ପ୍ରକଳ୍ପ। ପ୍ରଶାସନିକ ଅବହେଳା ଯୋଗୁଁ କାର୍ଯ୍ୟକାରୀ ହୋଇପାରିନି ପ୍ରକଳ୍ପ। ହେଲେ ଅବହେଳାକୁ ସ୍ୱୀକାର କରିବା ବଦଳରେ ଯନ୍ତ୍ରୀ ଏଠି ଚାଷୀଙ୍କ ମୁଣ୍ଡରେ ଅଠା ବୋଳୁଥିବା ଦେଖିବାକୁ ମିଳିଛି। ଚାଷ ଜମିକୁ ଠିକ୍ ସମୟରେ ପାଣି ନମିଳିଲେ ଚାଷ ହୁଏ ନାହିଁ। ଯାହାକି ରାଜ୍ୟର ଅଧିକାଂଶ ଚାଷୀଙ୍କ ଅଭିଯୋଗ। ହେଲେ ଗଜପତି ଜିଲ୍ଲା ନାରିଙ୍ଗିରେ ଓଲଟା ଚିତ୍ର ଦେଖିବାକୁ ମିଳିଛି। ଏଠି ସବୁ ଅଛି ହେଲେ ପ୍ରଶାସନିକ […]

utha jala sechana 2

utha jala sechana 2

Subhransu Sekhar
  • Published: Tuesday, 20 October 2020
  • Updated: 20 October 2020, 02:47 PM IST

Sports

Latest News

ଗଜପତି (ମିହିର ଜତି): ଖତ ଖାଉଛି ସରକାରଙ୍କ ଉଠା ଜଳସେଚନ ପ୍ରକଳ୍ପ। ପ୍ରଶାସନିକ ଅବହେଳା ଯୋଗୁଁ କାର୍ଯ୍ୟକାରୀ ହୋଇପାରିନି ପ୍ରକଳ୍ପ। ହେଲେ ଅବହେଳାକୁ ସ୍ୱୀକାର କରିବା ବଦଳରେ ଯନ୍ତ୍ରୀ ଏଠି ଚାଷୀଙ୍କ ମୁଣ୍ଡରେ ଅଠା ବୋଳୁଥିବା ଦେଖିବାକୁ ମିଳିଛି।

ଚାଷ ଜମିକୁ ଠିକ୍ ସମୟରେ ପାଣି ନମିଳିଲେ ଚାଷ ହୁଏ ନାହିଁ। ଯାହାକି ରାଜ୍ୟର ଅଧିକାଂଶ ଚାଷୀଙ୍କ ଅଭିଯୋଗ। ହେଲେ ଗଜପତି ଜିଲ୍ଲା ନାରିଙ୍ଗିରେ ଓଲଟା ଚିତ୍ର ଦେଖିବାକୁ ମିଳିଛି। ଏଠି ସବୁ ଅଛି ହେଲେ ପ୍ରଶାସନିକ ଅବହେଳା ପାଇଁ ଚାଷ ଜମିକୁ ଯାଇପାରିନି ପାଣି।

୨୦୧୭-୧୮ରେ ଆଡିବନ୍ଧ ତିଆରି ଯୋଜନାରେ ଆଷାଢିଆମ୍ବ ନଦୀରେ ୪୭ ଲକ୍ଷ ଟଙ୍କା ବିନିମୟରେ ଗଜପତି ଜିଲ୍ଲା ନାରିଙ୍ଗିରେ ଚେକଡ୍ୟାମ ତିଆରି ହୋଇଛି। ପାଣି ପଞ୍ଚାୟତ କମିଟି ଗଠନ କରି ୧୪ ଲକ୍ଷ ଟଙ୍କା ବିନିମୟରେ ପାଣି ପମ୍ପ ମଧ୍ୟ ସ୍ଥାପନ ହୋଇଛି। ହେଲେ, କାର୍ଯ୍ୟକ୍ଷମ ହୋଇ ନ ପାରି ଏବେ ଏହି ପ୍ରକଳ୍ପ ଖତ ଖାଉଛି। ଫଳରେ ଚାଷୀ କେବଳ ବର୍ଷା ଜଳ ଉପରେ ନିର୍ଭର କରୁଥିବା ବେଳେ ରବି ଋତୁରେ ଜମିରେ ଜଳ ସଚେନ କରିପାରୁ ନାହିଁ। ତେଣୁ ଚାଷ ହୋଇନପାରି ଜମି ପଡିଆ ପଡୁଥିବା କହିଛନ୍ତି ରାମଚନ୍ଦ୍ର ଦଳାଇ ଓ ବିଜୟ ଦଳାଇ।

ଉଠା ଜଳ ସେଚନ ପ୍ରକଳ୍ପ  କାର୍ଯ୍ୟକ୍ଷମ ହେଲେ, ଚାଷୀ ଧାନ ଚାଷ ବ୍ୟତୀତ ଡାଲି ଜାତୀୟ ଫସଲ ଏବଂ ପନିପାରିବା ଆଦି ଚାଷ ହୋଇପାରିବ। ତେବେ ଉଠା ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ କିନ୍ତୁ ଏଠି ଓଲଟା ଯୁକ୍ତି ରଖିଛନ୍ତି। ପାଣି ପଞ୍ଚାୟତ ବିଭାଗର ସହଯୋଗ ମିଳୁନଥିବାରୁ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇପାରୁନଥିବା ଉଠା ଜଳସେଚନ ବିଭାଗର ସହାକରୀ ଯନ୍ତ୍ରୀ ବିଘ୍ନେଶ୍ୱର ସିଂ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos