‘ଟିକା ନେବାପରେ ବି କାହିଁକି ହେଉଛି ମୃତ୍ୟୁ, ତର୍ଜମା କଲେ ବୈଷୟିକ କମିଟି’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୁଇଟି ଡୋଜ୍ ଟିକା ନେବାପରେ ମଧ୍ୟ କୋଭିଡ୍ ସଂକ୍ରମିତ ହୋଇ କାହିଁକି ମୃତ୍ୟୁ ହେଉଛି ତା’ର ଅନୁଧ୍ୟାନ ପାଇଁ ରାଜ୍ୟ ସରକାର ଗଢ଼ିଥିବା ବୈଷୟିକ କମିଟିର ଆଜି ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ ଲାଇଫ ସାଇନ୍ସ(ଆଇଏଲଏସ) ନିର୍ଦ୍ଦେଶକ ଡାକ୍ତର ଅଜୟ କୁମାର ପରିଡ଼ାଙ୍କ ଅଧ୍ୟକ୍ଷତାରେ ଗଠିତ ୮ଜଣିଆ ବୈଷୟିକ କମିଟି ଆଜି ଏନେଇ ବିଚାରବିମର୍ଶ କରିଛନ୍ତି । ବୈଠକ ସମ୍ପର୍କରେ ସୂଚନା ଦେଇ ଡାକ୍ତର ପରିଡ଼ା କହିଛନ୍ତି ଯେ, ଦୁଇଟି […]

Vaccine1

Vaccine1

Tapas Behera
  • Published: Saturday, 19 June 2021
  • Updated: 19 June 2021, 10:39 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୁଇଟି ଡୋଜ୍ ଟିକା ନେବାପରେ ମଧ୍ୟ କୋଭିଡ୍ ସଂକ୍ରମିତ ହୋଇ କାହିଁକି ମୃତ୍ୟୁ ହେଉଛି ତା’ର ଅନୁଧ୍ୟାନ ପାଇଁ ରାଜ୍ୟ ସରକାର ଗଢ଼ିଥିବା ବୈଷୟିକ କମିଟିର ଆଜି ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି।
ଭୁବନେଶ୍ୱରସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ ଲାଇଫ ସାଇନ୍ସ(ଆଇଏଲଏସ) ନିର୍ଦ୍ଦେଶକ ଡାକ୍ତର ଅଜୟ କୁମାର ପରିଡ଼ାଙ୍କ ଅଧ୍ୟକ୍ଷତାରେ ଗଠିତ ୮ଜଣିଆ ବୈଷୟିକ କମିଟି ଆଜି ଏନେଇ ବିଚାରବିମର୍ଶ କରିଛନ୍ତି । ବୈଠକ ସମ୍ପର୍କରେ ସୂଚନା ଦେଇ ଡାକ୍ତର ପରିଡ଼ା କହିଛନ୍ତି ଯେ, ଦୁଇଟି ଡୋଜ୍ କୋଭିଡ୍ ଟିକା ନେବାପରେ କାହିଁକି ମୃତ୍ୟୁ ହେଉଛି ତାହା ବୈଷୟିକ କମିଟି ତର୍ଜମା କରୁଛି। ଟିକା ନେବାପରେ ୭୫% ଲୋକଙ୍କୁ ମେଡିକାଲ ଯିବାକୁ ପଡ଼ୁନି। ଆଇସିଏମଆର ଡାଟା ଅନୁସାରେ ୦.୦୪% ଲୋକ ପ୍ରଥମ ଡୋଜ୍ ନେବାପରେ ସଂକ୍ରମିତ ହୋଇଛନ୍ତି। ଦ୍ୱିତୀୟ ଡୋଜ୍ ନେବାପରେ ଏହି ସଂକ୍ରମିତ ହାର ୦.୦୩%କୁ ହ୍ରାସ ପାଉଛି। ଦେଶରେ ୪୦ହଜାର ସାମ୍ପଲର ଜିନମ ସିକ୍ୟୁଏନ୍ସିଂ ୨୮ଟି ଲ୍ୟାବ୍ରୋଟୋରୀରେ ଚାଲିଛି। ଓଡ଼ିଶା ସମେତ ଛତିଶଗଡ଼, ବିହାର ଓ ଝାଡ଼ଖଣ୍ଡକୁ ନେଇ ଇନଷ୍ଟିଚ୍ୟୁଟ୍ ଅଫ ଲାଇଫ ସାଇନ୍ସରେ ସିକ୍ୟୁଏନ୍ସିଂ ହେଉଛି । ଅଧିକ ସାମ୍ପଲ ସିକ୍ୟୁଏନ୍ସିଂ କରାଗଲେ ଡେଲ୍ଟା ପ୍ଲସ୍ ଭାଇରସ୍ ସ୍ଥିତି ଜଣାପଡ଼ିବ। ଦେଶରେ ୬ଟି କେସରେ ଡେଲଟା ପ୍ଲସ୍ ଭାଇରସ୍ ଚିହ୍ନଟ ହୋଇଛି । ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗରୁ ଗୋଟିଏ ଲେଖାଏଁ ଡେଲ୍ଟା ପ୍ଲସ୍ ଚିହ୍ନଟ ହୋଇଛି ବୋଲି ଡାକ୍ତର ପରିଡ଼ା କହିଛନ୍ତି।

ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରୋଜ ମିଶ୍ର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ତୃତୀୟ ଲହର ବଡ଼ଧରଣର ରୂପ ନେଇପାରେ । ସମସ୍ତଙ୍କୁ ୩ରୁ ୪ମାସ ସତର୍କ ରହିବାକୁ ପଡ଼ିବ। ଟିକାକରଣ ମଧ୍ୟ ଦ୍ରୁତ ହେଉଛି, ବିଶେଷ ପ୍ରଭାବ ପଡ଼ିବନି । ସେରୋ ସର୍ଭେଲାନ୍ସରେ ପ୍ରତିରୋଧ ଶକ୍ତି ପ୍ରାୟ ୭୫% ବୃଦ୍ଧି ପାଉଛି । ଛୋଟପିଲାଙ୍କ ରୋଗ ପ୍ରତିରୋଧକ ଶକ୍ତି ଅଧିକ। ସେଥିପାଇଁ ସେମାନଙ୍କ ମଧ୍ୟରେ ଭୂତାଣୁ ସଂକ୍ରମଣର ଆଶଙ୍କା କମ୍। ୨ଟି ଡୋଜ୍ ଟିକା ନେବାପରେ ୯୨% ହସ୍ପିଟାଲାଇଜେସନ୍ ମାମଲାକୁ ରୋକାଯାଇପାରୁଛି । ଆଷ୍ଟ୍ରୋଜେନିକା ଟିକା ଡେଲଟା ଭାରିଏଣ୍ଟକୁ ୭୧% ପ୍ରତିରୋଧ କରିପାରୁଛି। ଆମେ ସତର୍କ ରହିଲେ ୬ମାସ ମଧ୍ୟରେ କରୋନାରୁ ମୁକ୍ତି ମିଳିପାରିବ ବୋଲି ଡାକ୍ତର ମିଶ୍ର କହିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟ ସରକାର ଗତ ୩ଦିନ ତଳେ ଆଇଏଲଏସ୍ ନିର୍ଦ୍ଦେଶକ ଡାକ୍ତର ପରିଡ଼ାଙ୍କ ଅଧ୍ୟକ୍ଷତାରେ ବୈଷୟିକ କମିଟି ଗଠନ କରିଥିଲେ।ଏହି କମିଟିର ସଦସ୍ୟ ଆବାହକ ଭାବେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ରହିଥିବାବେଳେ ଆରଏମଆରସି ନିର୍ଦ୍ଦେଶକ ଡଃ ସଂଘମିତ୍ରା ପତି, ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଓ ହସ୍ପିଟାଲର ସୁପରିଟେଣ୍ଡେଣ୍ଟ ଡାକ୍ତର କୌସିକ ମିଶ୍ର, କଟକସ୍ଥିତ ଏସସିବି ମେଡିକାଲର ମାଇକ୍ରୋବାୟୋଲୋଜି ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ନିରୁପମା ଚଇନି, ଏସସିବିର ପଲ୍ୟୁମିନାରୀ ମେଡିସିନ ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ଏମଆର ପଟ୍ଟନାୟକଙ୍କ ସମେତ ସମ୍ ହସ୍ପିଟାଲର ରୁମାଟୋଲୋଜି ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ପ୍ରଦୀପ୍ତ ଶେଖର ପାତ୍ର ସଦସ୍ୟ ଅଛନ୍ତି। ଏହି କମିଟି କୋଭିଡ୍‌-୧୯ ସଂକ୍ରମଣର କାରଣ ଓ ବିଭିନ୍ନ ଦିଗକୁ ଅନୁଧ୍ୟାନ କରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story