ବସିଛନ୍ତି ୫ ବରିଷ୍ଠ ଆଇପିଏସ୍ , କାହିଁକି ମିଳୁନି ନିଯୁକ୍ତି?

ଭୁବନେଶ୍ୱର(ପ୍ରକାଶ ସେଠୀ): ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଦିନକୁ ଦିନ ପୁଲିସ୍ ପାଇଁ ଚ୍ୟାଲେଞ୍ଜ ପାଲଟୁଥିବାବେଳେ ବରିଷ୍ଠ ଆଇପିଏସ ଅଫିସରମାନଙ୍କୁ କୌଣସି ଦାୟିତ୍ୱ ନଦେଇ ବସାଇ ରଖିବା ହିଁ ପରୋକ୍ଷରେ ରାଜ୍ୟ ସରକାରଙ୍କ ଆଇପିଏସ୍ ପରିଚାଳନା ନୀତି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ରାଜ୍ୟ ଗୃହ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଏଡିଜି ପାହ୍ୟାର ଆଇପିଏସ ଅରୁଣ କୁମାର ରାୟ, ଯଶବନ୍ତ କୁମାର ଜେଠୱା ଓ ରୀତୁ ଅରୋରା, ଡିଆଇଜି ପାହ୍ୟାର ହିମାଂଶୁ ଲାଲ, ଏସପି ପାହ୍ୟାର […]

ias-1-1

ias-1-1

Tapas Behera
  • Published: Tuesday, 22 September 2020
  • Updated: 22 September 2020, 09:29 PM IST

Sports

Latest News

ଭୁବନେଶ୍ୱର(ପ୍ରକାଶ ସେଠୀ): ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଦିନକୁ ଦିନ ପୁଲିସ୍ ପାଇଁ ଚ୍ୟାଲେଞ୍ଜ ପାଲଟୁଥିବାବେଳେ ବରିଷ୍ଠ ଆଇପିଏସ ଅଫିସରମାନଙ୍କୁ କୌଣସି ଦାୟିତ୍ୱ ନଦେଇ ବସାଇ ରଖିବା ହିଁ ପରୋକ୍ଷରେ ରାଜ୍ୟ ସରକାରଙ୍କ ଆଇପିଏସ୍ ପରିଚାଳନା ନୀତି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ରାଜ୍ୟ ଗୃହ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଏଡିଜି ପାହ୍ୟାର ଆଇପିଏସ ଅରୁଣ କୁମାର ରାୟ, ଯଶବନ୍ତ କୁମାର ଜେଠୱା ଓ ରୀତୁ ଅରୋରା, ଡିଆଇଜି ପାହ୍ୟାର ହିମାଂଶୁ ଲାଲ, ଏସପି ପାହ୍ୟାର ସତ୍ୟଜିତ୍ ନାଏକ କେନ୍ଦ୍ରୀୟ ଡେପୁଟେସନରୁ ଫେରି ରାଜ୍ୟ ସରକାରରେ ଯୋଗ ଦେଇସାରିଛନ୍ତି। ଗତ ଦୁଇ ସପ୍ତାହରୁ ଅଧିକ ସମୟ ଧରି ଏହି ବରିଷ୍ଠ ଆଇପିଏସ ଅଫିସରମାନେ ନିଜର ଜଏନିଂ ରିପୋର୍ଟ ଦାଖଲ କରି ନିଯୁକ୍ତି ଅପେକ୍ଷାରେ ରହିଛନ୍ତି। ସେହିପରି ଆଇପିଏସ୍ ରାହୁଲ ପିଆରଙ୍କ ପତ୍ନୀ ଆଇପିଏସ୍  ଭି. ଲୋଗାନାୟାଗୀ ଦିବ୍ୟା ଜୁଲାଇ ୩୦ତାରିଖରୁ ପଶ୍ଚିମବଙ୍ଗ କ୍ୟାଡ଼ର ଛାଡ଼ି ଓଡ଼ିଶା କ୍ୟାଡ଼ରରେ ଯୋଗ ଦେଇ ଛୁଟିରେ ପଳାଇଥିବା ଜଣାପଡ଼ିଛି।
ବରିଷ୍ଠ ପାହ୍ୟାର ଏହି ୬ଜଣ ଆଇପିଏସ ନିଜର ନିଯୁକ୍ତିକୁ ନେଇ ଅପେକ୍ଷା କରିଥିବାବେଳେ ଏଡିଜି ପାହ୍ୟାର ଆଇପିଏସ୍ ସୁଶାନ୍ତ କୁମାର ନାଥଙ୍କୁ ବିଏସଏଫ ଆଇଜି ଭାବେ ନିଯୁକ୍ତି ମିଳିବା ସହ ତାଙ୍କୁ ତୁରନ୍ତ ରିଲିଭ୍ କରିବାକୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଗତକାଲି ଚିଠି ଲେଖି ଜଣାଇ ସାରିଛି। ଶ୍ରୀ ନାଥ କେନ୍ଦ୍ରୀୟ ଡେପୁଟେସନକୁ ଗଲେ କେନ୍ଦ୍ରରେ ଓଡ଼ିଶା କ୍ୟାଡ଼ରର ଆଇପିଏସଙ୍କ ସଂଖ୍ୟା ବୃଦ୍ଧି ପାଇ ୨୪ ହେବ। ଏମାନଙ୍କ ବ୍ୟତୀତ ଆଇପିଏସ୍ ସୂର୍ଯ୍ୟା ଥାଙ୍କପାନ୍ ଏବେ କେରଳ କ୍ୟାଡ଼ରରେ କାର୍ଯ୍ୟ କରୁଛନ୍ତି।

ରାଜ୍ୟରେ ମୋଟ ମଞ୍ଜୁରୀପ୍ରାପ୍ତ ଆଇପିଏସ୍ କ୍ୟାଡ଼ର ପଦବୀ ୧୮୮ ହୋଇଥିବାବେଳେ ରାଜ୍ୟ ସରକାରଙ୍କ ଅପାରଗତା ଯୋଗୁ ଦୀର୍ଘବର୍ଷ ଧରି ୫୭ଟି ପଦୋନ୍ନତିପ୍ରାପ୍ତ ଆଇପିଏସ୍ ପଦବୀ ପୂରଣ ହୋଇପାରୁନାହିଁ। ଏପଟେ ବାକି ୧୩୧ଟି ସିଧାସଳଖ ଆଇପିଏସ୍ ପଦବୀ ମଧ୍ୟରୁ ମାତ୍ର ୧୧ଟି ପଦବୀ ଖାଲିପଡ଼ିଛି ଓ ମୋଟ ୧୨୦ଜଣ ଆଇପିଏସ୍ ରହିଥିବାବେଳେ ସେମାନଙ୍କ ମଧ୍ୟରୁ ୯ଜଣ ଆଇପିଏସ୍ ଏବେ ପ୍ରଶିକ୍ଷଣରେ ଅଛନ୍ତି। ୨୪ଜଣ କେନ୍ଦ୍ରୀୟ ଡେପୁଟେସନରେ ଓ ଜଣେ ରାଜ୍ୟ ଡେପୁଟେସନରେ। ତେଣୁ କେନ୍ଦ୍ରୀୟ ଡେପୁଟେସନ ଓ ପ୍ରଶିକ୍ଷଣରେ ଥିବା ଆଇପିଏସଙ୍କୁ ମିଶାଇଲେ ସେମାନଙ୍କ ସଂଖ୍ୟା ୩୩ ହୋଇôଥବାବେଳେ ଅନ୍ୟ ଦୁଇଜଣ ବରିଷ୍ଠ ଆଇପିଏସ୍ ବିଜୟ କୁମାର ଶର୍ମା(ପୂର୍ବତନ ଡିଜି) ବିନା କାର୍ଯ୍ୟରେ ଘରେ ବସିଥିବାବେଳେ ଆଇଜି ପାହ୍ୟାର ଏନବି ଭାରତୀ ଏବେ ବିନା ଛୁଟିରେ କାର୍ଯ୍ୟରେ ଅନୁପସ୍ଥିତ ରହିଛନ୍ତି।
ତେଣୁ ଏସବୁକୁ ମିଶାଇଲେ ଏବେ ରାଜ୍ୟରେ ୧୨୦ ଆଇପିଏସଙ୍କ ମଧ୍ୟରୁ ମାତ୍ର ୮୫ଜଣ ଅଛନ୍ତି। ଆଉ ଏହି ୮୫ଜଣଙ୍କ ମଧ୍ୟରୁ ବରିଷ୍ଠ ପାହ୍ୟାର ୫ଜଣ ଆଇପିଏସ୍ ନିଯୁକ୍ତି ଅପେକ୍ଷାରେ ରହିଛନ୍ତି।

ଯାହାକି ରାଜ୍ୟ ସରକାରଙ୍କ ଅପାରଗତା ଓ ଆଇପିଏସ୍ ପରିଚାଳନା ନୀତିକୁ ନେଇ ଖାମଖିଆଲି ମନୋଭାବକୁ ପଦାରେ ପକାଇଛି।
ରାଜ୍ୟରେ ନକ୍ସଲ ସମସ୍ୟା ପୁଣିଥରେ ମୁଣ୍ଡ ଟେକୁଥିବାବେଳେ କୋଭିଡ୍ ପରିଚାଳନା ଓ ଅନ୍ୟାନ୍ୟ ଆଇନଶୃଙ୍ଖଳା ପରିସ୍ଥିତି ନିମନ୍ତେ ଅଭିଜ୍ଞ ଆଇପିଏସମାନଙ୍କର ଆବଶ୍ୟକତା ରହିଛି। ଅବଶ୍ୟ ଗୃହ ବିଭାଗ ଏହି ଅଫିସରମାନଙ୍କ ନିଯୁକ୍ତି ସଂକ୍ରାନ୍ତ ଫାଇଲକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ନିମନ୍ତେ ତୃତୀୟ ମହଲାକୁ ପଠାଇଥିଲେ ତାହା ପ୍ରାୟ ଏକ ସପ୍ତାହ ଧରି ସେଠାରେ ପଡ଼ିରହିଛି। ତୃତୀୟ ମହଲାର ଏଭଳି ଆଭିମୁଖ୍ୟ ଯୋଗୁ  ଏହି ବରିଷ୍ଠ ଆଇପିଏସମାନେ ବିନା କାର୍ଯ୍ୟରେ ରାଜ୍ୟ ରାଜକୋଷରୁ କେବଳ ଦରମା ନେବା ପରିସ୍ଥିତି ହିଁ ସୃଷ୍ଟି ହୋଇଛି ବୋଲି ପାୱାର କରିଡରରେ ଚର୍ଚ୍ଚା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story