‘ଓଡ଼ିଶା ସରକାର ଠକଙ୍କ ସର୍ଦ୍ଦାର’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ଚିଟ୍‌ଫଣ୍ଡ କମ୍ପାନୀଙ୍କ ସମ୍ପତ୍ତ ବାଜ୍ୟାପ୍ତି ପରେ ନିଲାମ ଅର୍ଥ ସରକାର ମାଡ଼ି ବସିଛନ୍ତି। ସେତେବେଳେ ଲୋକଙ୍କୁ ପ୍ରଲୋଭନ ଦେଖାଇ କମ୍ପାନୀ ଠକିଥିଲେ। ଏବେ ଠକାମୀର ସର୍ଦ୍ଦାର ହେଉଛନ୍ତି ଓଡ଼ିଶା ସରକାର।” ଆଜି ଏପରି କହିଛନ୍ତି ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀ ମିଳିତ ମଞ୍ଚ ଆବାହକ ଜୟନ୍ତ ଦାଶ। ଓଡ଼ିଶାରେ ନିରୀହ ଜମାକାରୀଙ୍କୁ ମିଛ ପ୍ରଲୋଭନ ଦେଖାଇ ଅର୍ଥତତ୍ତ୍ୱ, ସି-ସୋର, ରୋଜଭ୍ୟାଲି, ଶାରଦା, ଗ୍ରୀନ-ରେ, ସମୃଦ୍ଧ ଜୀବନ ଓ ଆସ୍ଥା ଭଳି ୪୪ରୁ ଅଧିକ ଚିଟ୍‌ଫଣ୍ଡ କମ୍ପାନୀ […]

Jayant-dash

Manoranjan Sial
  • Published: Friday, 17 December 2021
  • , Updated: 17 December 2021, 10:53 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ଚିଟ୍‌ଫଣ୍ଡ କମ୍ପାନୀଙ୍କ ସମ୍ପତ୍ତ ବାଜ୍ୟାପ୍ତି ପରେ ନିଲାମ ଅର୍ଥ ସରକାର ମାଡ଼ି ବସିଛନ୍ତି। ସେତେବେଳେ ଲୋକଙ୍କୁ ପ୍ରଲୋଭନ ଦେଖାଇ କମ୍ପାନୀ ଠକିଥିଲେ। ଏବେ ଠକାମୀର ସର୍ଦ୍ଦାର ହେଉଛନ୍ତି ଓଡ଼ିଶା ସରକାର।” ଆଜି ଏପରି କହିଛନ୍ତି ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀ ମିଳିତ ମଞ୍ଚ ଆବାହକ ଜୟନ୍ତ ଦାଶ।

ଓଡ଼ିଶାରେ ନିରୀହ ଜମାକାରୀଙ୍କୁ ମିଛ ପ୍ରଲୋଭନ ଦେଖାଇ ଅର୍ଥତତ୍ତ୍ୱ, ସି-ସୋର, ରୋଜଭ୍ୟାଲି, ଶାରଦା, ଗ୍ରୀନ-ରେ, ସମୃଦ୍ଧ ଜୀବନ ଓ ଆସ୍ଥା ଭଳି ୪୪ରୁ ଅଧିକ ଚିଟ୍‌ଫଣ୍ଡ କମ୍ପାନୀ କୋଟି କୋଟି ଟଙ୍କା ଧରି ଛୁ ମାରିଛନ୍ତି। ପ୍ରଥମେ କ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ କରି ଅର୍ଥ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଥିଲେ ସରକାର। ଯେଉଁଥିପାଇଁ ସ୍ୱତନ୍ତ୍ର ଚିଟ୍‌ଫଣ୍ଡ କୋର୍ଟ ମଧ୍ୟ କରାଯାଇଥିଲା। ଯାହାମଧ୍ୟରୁ କଟକ ଚିଟ୍‌ଫଣ୍ଡ ଅଦାଲତରେ ୬୦ଟି ସମ୍ପତ୍ତି ବାଜ୍ୟାପ୍ତି ମାମଲା ଦାଏର ହୋଇଥିଲା। ଯେଉଁଥିରୁ ୧୮ଟି ମାମଲାରେ ସମ୍ପତ୍ତି ବାଜ୍ୟାପ୍ତି ପାଇଁ କୋର୍ଟ ଚୂଡ଼ାନ୍ତ ରାୟ ଦେଇଥିଲେ। ରୋଜଭ୍ୟାଲି, ହାଇଟେକ ଓ ଗୋଲଡେନଲ୍ୟାଣ୍ଡ ଭଳି ଚିଟ୍‌ଫଣ୍ଡ କମ୍ପାନୀର ୨୭୫ କୋଟିର ଜମା ରାଶି ବାଜ୍ୟାପ୍ତି ନିର୍ଦ୍ଦେଶ ଦେଇଥିଲେ କୋର୍ଟ। ତା’ମଧ୍ୟରୁ କେବଳ ରୋଜଭ୍ୟାଲିର ୯୨ କୋଟି ଟଙ୍କା ଜମାକାରୀଙ୍କୁ ବଣ୍ଟା ଯାଇଛି। ତେବେ ହାଇଟେକ କମ୍ପାନୀର ୬୪ କୋଟି ପାଇଁ ଜମାକାରୀ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି। ଅନ୍ୟପକ୍ଷରେ ଏହି ଅଦାଲତରେ ୧୦୨୮ ଏକର ଜମି ବାଜ୍ୟାପ୍ତି ପାଇଁ ଆବେଦନ ହୋଇଛି। ଯାହା ମଧ୍ୟରୁ କେବଳ ସି-ସୋର କମ୍ପାନୀର ହଜାରରୁ ଅଧିକ ଏକର ଜମି ରହିଛି।

ସେମିତି ବ୍ରହ୍ମପୁର ଚିଟଫ୍‌ଣ୍ଡ କୋର୍ଟରେ ୧୨୦ଟି ମାମଲା ବିଚାରାଧୀନ ଥିବା ବେଳେ ସେଥିରୁ ମାତ୍ର ୧୦ଟି ଫଇସଲା ହୋଇଛି। ୯ଟିରେ ଦଣ୍ଡ ଘୋଷଣା ହୋଇ ଠକ ୫ଟି କମ୍ପାନୀର ସଂପତ୍ତି ଆଟାଚ୍‌ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଯାହାମଧ୍ୟରେ କେବଳ ଓସ୍କାର କମ୍ପାନୀର ରହିଛି ୩ କୋଟି ୪୫ ଲକ୍ଷରୁ ଅଧିକ ସଂପତ୍ତି। ୨୦୧୫ରୁ ଏସବୁ ପ୍ରକ୍ରିୟା ଆରମ୍ଭ ହୋଇଥିଲେ ମଧ୍ୟ ତାହା ଆଜି ଯାଏଁ ସରିପାରୁନି।

ସେପଟେ ବାଲେଶ୍ୱର ଚିଟ୍‌ଫଣ୍ଡ ଅଦାଲତରେ କେବଳ ରୋଜଭ୍ୟାଲି କମ୍ପାନୀ ନାଁରେ ୩୪ ହଜାର ୪୨ଟି ଠକେଇ ଅଭିଯୋଗ ପଂଜୀକୃତ ହୋଇଛି। ସେଥିରୁ ୧୭ ହଜାର ୫୬ ଜଣ କ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ କରାଯାଇ ୬ କୋଟି ୩୯ ଲକ୍ଷରୁ ଅଧିକ ଟଙ୍କା ପ୍ରଦାନ କରାଯାଇଛି। ଆହୁରି ଅଧାରୁ ଅଧିକ ଆବେଦନକାରୀ ଏବେ ମଧ୍ୟ ଅନ୍ଧାରରେ ରହିଛନ୍ତି। ଏଭଳି ସ୍ଥିତିରେ ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀ ମିଳିତ ମଞ୍ଚ ୨୦୧୩ରେ ଘୋଷଣା ହୋଇଥିବା ରାଜ୍ୟ ସରକାରଙ୍କ ୩୦୦ କୋଟିର କର୍ପସ ଫଣ୍ଡକୁ ଫାର୍ସ ବୋଲି କହିବା ସହ ଜମାକାରୀଙ୍କୁ ଟଙ୍କା ଫେରସ୍ତ ନହେବା ଯାଏଁ ଆନ୍ଦୋଳନ ଚାଲୁ ରହିବ ବୋଲି ଶୁଣାଇଛି।

ବାଲେଶ୍ୱର ଜିଲ୍ଲା ଶ୍ୟାମସୁନ୍ଦରପୁର ଗାଁର ପୁଷ୍ପବତୀ ପରିଡ଼ା। ଦୋକାନଟିଏ କରି ଚଳୁଛନ୍ତି। ସେଥିରୁ ଯାହା ଉପାର୍ଜନ କରନ୍ତି, ସେଥିରୁ କିଛି ପଇସା ସଞ୍ଚୟ କରି ମାଇକ୍ରୋ ଲିଜିଂ ନାମକ ଚିଟ୍‌ଫଣ୍ଡ କମ୍ପାନୀରେ ଜମା ରଖିଥିଲେ। ୨୦୧୧ରୁ ମାସକୁ ମାସ ଟଙ୍କା ବାନ୍ଧି ଆସୁଥିଲେ। ହେଲେ ହଠାତ୍ ଦିନେ କମ୍ପାନୀ ଉଭାନ ହୋଇଗଲା। ଆଉ ବୁଡ଼ିଗଲା ସବୁ ଟଙ୍କା। ୨୦୧୩ରେ କ୍ଷୁଦ୍ର ଜମାକାରୀଙ୍କୁ ରାଜ୍ୟ ସରକାର ଟଙ୍କା ଫେରସ୍ତ କରିବା ନେଇ ଘୋଷଣା କରିବା ପରେ ଆଶ୍ୱସ୍ତ ମିଳିଥିଲା। ଏମିତିକି ଟଙ୍କା ଫେରି ପାଇବାକୁ ନିକଟସ୍ଥ ଆରଆଇ ଅଫିସରେ ନାଁ ମଧ୍ୟ ପଂଜୀକରଣ କରିଥିଲେ ପୁଷ୍ପବତୀ। ଏତେଦିନ ବିତିଗଲା ସିନା, ଟଙ୍କା କିନ୍ତୁ ମିଳିଲାନି।

ସେମିତି ଆଉ ଜଣେ ହେଉଛନ୍ତି ବାଲେଶ୍ୱର ସହଦେବଖୁଣ୍ଟା ଅଞ୍ଚଳର କନକଲତା ପାତ୍ର। ତାଙ୍କ ଝିଅ ବାହାଘ ବେଳେ ଅଧିକ ଟଙ୍କା ମିଳିବା ଆଶାକରି ରୋଜଭ୍ୟାଲି ଓ ଏଟି ଚିଟ୍‌ଫଣ୍ଡ କମ୍ପାନୀରେ ୪ ଲକ୍ଷ ଟଙ୍କା ଜମା ରଖିଥିଲେ। କମ୍ପାନୀ ବୁଡ଼ିବା ପରେ ଆଉ ଫେରିବାର ଆଶା ନଥିଲା ଜମା ଟଙ୍କା। ହେଲେ କ୍ଷୁଦ୍ର ଜମାକାରୀଙ୍କୁ ଟଙ୍କା ମିଳୁଥିବା କଥା ଶୁଣି ସେ ଆଶା ବାନ୍ଧିଥିଲେ।

Related story