ଶନି-ରବିବାର ଶଟ୍‌ଡାଉନ୍ ପଛରେ କ’ଣ ରହିଛି ଦୃଢ଼ ଯୁକ୍ତି ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ୧୧ଟି ଜିଲ୍ଲାରେ ପ୍ରତି ସପ୍ତାହରେ ଦୁଇ ଦିନିଆ ସଟ୍ ଡାଉନ୍ । ତେବେ କାହିଁକି ଏଭଳି କଡ଼ା କଟକଣା? ଜୁନ୍‌ରେ ପ୍ରତି ଶନି ଓ ରବିବାର ସଟ୍‌ଡାଉନ୍ ଘୋଷଣା ପଛରେ କଣ ରହିଛି ଯୁକ୍ତି? କୁହାଯାଉଛି ଏସବୁ ଜିଲ୍ଲାରେ ଅଧିକ କରୋନା କେସ୍ ଚିହ୍ନଟ ହେଉଥିବାରୁ ସରକାର ଏଭଳି ପକ୍ଷକ୍ଷେପ ନେଇଛନ୍ତି ତେବେ ଏହାଦ୍ୱାରା ରଜ ବଜାର ଫିକା ପଡ଼ିବା ସହିତ ବ୍ୟବସାୟ ଆହୁରି ମାନ୍ଦା ହେବ ବୋଲି ବ୍ୟବସାୟୀ ସଂଘ କହିଛି […]

http___com.ft.imagepublish.upp-prod-us.s3.amazonaws

Tapas Behera
  • Published: Tuesday, 02 June 2020
  • Updated: 02 June 2020, 09:21 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ୧୧ଟି ଜିଲ୍ଲାରେ ପ୍ରତି ସପ୍ତାହରେ ଦୁଇ ଦିନିଆ ସଟ୍ ଡାଉନ୍ । ତେବେ କାହିଁକି ଏଭଳି କଡ଼ା କଟକଣା? ଜୁନ୍‌ରେ ପ୍ରତି ଶନି ଓ ରବିବାର ସଟ୍‌ଡାଉନ୍ ଘୋଷଣା ପଛରେ କଣ ରହିଛି ଯୁକ୍ତି? କୁହାଯାଉଛି ଏସବୁ ଜିଲ୍ଲାରେ ଅଧିକ କରୋନା କେସ୍ ଚିହ୍ନଟ ହେଉଥିବାରୁ ସରକାର ଏଭଳି ପକ୍ଷକ୍ଷେପ ନେଇଛନ୍ତି ତେବେ ଏହାଦ୍ୱାରା ରଜ ବଜାର ଫିକା ପଡ଼ିବା ସହିତ ବ୍ୟବସାୟ ଆହୁରି ମାନ୍ଦା ହେବ ବୋଲି ବ୍ୟବସାୟୀ ସଂଘ କହିଛି । ଗୋଟିଏ ପଟେ ଆର୍ଥିକ ଅବସ୍ଥା ସୁଧାରିବାକୁ କେନ୍ଦ୍ର ସରକାର କଟକଣା କୋହଳ କରୁଥିବା ବେଳେ ରାଜ୍ୟ ସରକାରଙ୍କ ଏଭଳି କଡ଼ା କଟକଣାକୁ ନେଇ ପ୍ରଶ୍ନ ଉଠିଛି।

ଗଲା ୩ ଦିନ ଭିତରେ ୪୨୬ ପଜିଟିଭ୍ । ମୋଟ୍ ଉପରେ ୨୨୪୫ କେଶ୍ । ରାଜ୍ୟରେ ବେଲଗାମ୍ ଭାବେ ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଏସବୁ ମଧ୍ୟରୁ ଉପକୂଳର ୯ ଜିଲ୍ଲା ଏବଂ ନୟାଗଡ଼ ଓ ବଲାଙ୍ଗୀର, ଏହି ୧୧ଟି ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୮୦ ପ୍ରତିଶତ କେଶ୍ । ଚଳିତ ମାସରେ ସ୍ଥିତି ଆହୁରି ଜଟିଳ ହେବାର ଆଶଙ୍କା କରୁଛନ୍ତି ।

ସରକାର ସ୍ଥିତି ନିୟନ୍ତ୍ରଣ ପାଇଁ ଏସବୁ ଜିଲ୍ଲାରେ ଜୁନ୍ ମାସର ସମସ୍ତ ଶନି ଓ ରବିବାର ସଟ୍‌ଡାଉନ୍ ଘୋଷଣା କରିଛନ୍ତି । ତେବେ ୫ ଦିନ ଦୋକାନ ବଜାର ଖୋଲି କେବଳ ସପ୍ତାହକୁ ୨ ଦିନ ସଟ୍‌ଡାଉନ୍  କଲେ କରୋନା ନିୟନ୍ତ୍ରଣକୁ ଆସିବ କି? ସରକାରଙ୍କ ଯୁକ୍ତି ହେଲା- ଲକ୍‌ଡାଉନ୍ ୪ରୁ କେତେକ ନିୟମ କୋହଳ କରାଯିବା ପରେ ଲୋକେ ବେପରଓ୍ୱା ହୋଇଯାଇଛନ୍ତି। ଅଧିକାଂଶ ସ୍ଥାନରେ ସାମାଜିକ ଦୂରତା ରହୁନି କି ସମସ୍ତେ ମାସ୍କ ପିନ୍ଧୁନାହାନ୍ତି । ଖାସ୍ କରି ସପ୍ତାହନ୍ତରେ ଲୋକେ ଅଧିକ ଭିଡ଼ କରି ବୁଲାବୁଲି କରୁଛନ୍ତି । ତେବେ ସପ୍ତାହରେ ୨ଦିନ ସଟ୍ ଡାଉନ କରି ୫ ଦିନ ଦୋକାନ ବଜାର ଖୋଲା ରଖିଲେ ସଠିକ୍ ପ୍ରଭାବ ପଡି ନପାରେ ବୋଲି ବିଶେଷଜ୍ଞ କହିଛନ୍ତି।

ଜୀବନ ଓ ଜୀବିକା ମଧ୍ୟରେ ବାଲାନ୍ସ ରଖି ଚାଲିବା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଥିବା ଗତକାଲି ମୁଖ୍ୟ ଶାସନ ସିବ କହିଥିଲେ। କେନ୍ଦ୍ର ସରକାର ମଧ୍ୟ ୟା ଭିତରେ ଜୀବିକାକୁ ପ୍ରାଧାନ୍ୟ ଦେଇ ଅନେକ ନିୟମରେ କୋହଳ କରିଛନ୍ତି । ତେବେ ରାଜ୍ୟ ସରକାରଙ୍କ ସାନି ଗାଇଡଲାଇନ୍ ଜୀବିକା ଉପରେ ବେଶ୍ ପ୍ରଭାବ ପକାଇଛି।

ସାଧାରଣତଃ ସଂଧ୍ୟା ସମୟରେ ବ୍ୟବସାୟ ଅଧିକ ହେଉଥିବା ବେଳେ ନାଇଟ୍ କର୍ଫ୍ୟୁ କଟକଣା ଯୋଗୁଁ ଉପର ବେଳା ବେପାର ଠପ୍ ହୋଇଯାଉଛି । ଏହାପରେ ପୁଣି ପୁରା ଉପକୂଳରେ ଶନି-ରବି ସଟ୍‌ଡାଉନ୍ ଜୀବିକା ଉପରେ ଜୋରଦାର ମାଡ଼ କରିବ ବୋଲି ବ୍ୟବସାୟୀ କହିଲେଣି । ସେହିପରି ଏହି କଟକଣା ଯୋଗୁଁ ରଜ ବଜାର ବି ମାଡ଼ ଖାଇବ ବୋଲି ବ୍ୟବସାୟୀମାନେ ଆଶଙ୍କା କରୁଛନ୍ତି । ଏଭଳି ସଟ୍‌ଡାଉନ୍‌ରୁ ପ୍ରକୃତରେ କେତେ ଲାଭ ମିଳିବ, କରୋନା କେତେ ନିୟନ୍ତ୍ରଣକୁ ଆସିବ ତା ଉପରେ ନଜର ରହିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story