ଓଡ଼ିଶାରେ ଅମଳ ହେଉଛି ଦୁଇ ଗୁଣା ଡାଲି: ତଥାପି ବାହାରୁ କିଣୁଛୁ, କାହିଁକି ଜାଣନ୍ତି?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୁହାଯାଏ ଗରିବ ଖାଉଥିବା ଏକମାତ୍ର ପ୍ରୋଟିନ୍ ଜାତୀୟ ଖାଦ୍ୟ ହେଉଛି ଡାଲି। ସୁଖର କଥା ଯେତିକି ଡାଲି ଦରକାର ଆମ ରାଜ୍ୟରେ ତାର ତିନି ଗୁଣା ଅଧିକ ଉତ୍ପାଦନ ହେଉଛି। କିନ୍ତୁ ଆଶ୍ଚର୍ଯ୍ୟର କଥାହେଲା, ଏତେ ପରିମାଣରେ ଡାଲି ଉତ୍ପାଦନ କରି ମଧ୍ୟ ଓଡ଼ିଶାକୁ ବାହାର ରାଜ୍ୟରୁ ଡାଲି କିଣିବାକୁ ପଡୁଛି। ଏହାର କାରଣ ହେଉଛି, ଆମ ରାଜ୍ୟରେ ଡାଲି ମିଲ୍‌ ଗୁଡ଼ିକ ବନ୍ଦ ହୋଇ ପଡିରହିଛି। ଫଳରେ କୃଷକଙ୍କୁ ଶସ୍ତାରେ ଡାଲି ଜାତୀୟ […]

d

Rakesh Mallick
  • Published: Monday, 09 April 2018
  • , Updated: 09 April 2018, 03:03 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୁହାଯାଏ ଗରିବ ଖାଉଥିବା ଏକମାତ୍ର ପ୍ରୋଟିନ୍ ଜାତୀୟ ଖାଦ୍ୟ ହେଉଛି ଡାଲି। ସୁଖର କଥା ଯେତିକି ଡାଲି ଦରକାର ଆମ ରାଜ୍ୟରେ ତାର ତିନି ଗୁଣା ଅଧିକ ଉତ୍ପାଦନ ହେଉଛି। କିନ୍ତୁ ଆଶ୍ଚର୍ଯ୍ୟର କଥାହେଲା, ଏତେ ପରିମାଣରେ ଡାଲି ଉତ୍ପାଦନ କରି ମଧ୍ୟ ଓଡ଼ିଶାକୁ ବାହାର ରାଜ୍ୟରୁ ଡାଲି କିଣିବାକୁ ପଡୁଛି। ଏହାର କାରଣ ହେଉଛି, ଆମ ରାଜ୍ୟରେ ଡାଲି ମିଲ୍‌ ଗୁଡ଼ିକ ବନ୍ଦ ହୋଇ ପଡିରହିଛି। ଫଳରେ କୃଷକଙ୍କୁ ଶସ୍ତାରେ ଡାଲି ଜାତୀୟ ଶସ୍ୟ ବିକ୍ରିକରି, ବାହାର ରାଜ୍ୟରୁ ଚଢ଼ା ଦରରେ ପ୍ରକ୍ରିୟାକୃତ ଡାଲି କିଣିବାକୁ ପଡୁଛି । ଆମ ରାଜ୍ୟରେ ବର୍ଷକୁ ୩ ଲକ୍ଷ ୪୦ ହଜାର ମେଟ୍ରିକ୍ ଟନ୍ ଡାଲି ଆବଶ୍ୟକ ହେଉଛି।

ପୂର୍ବରୁ ଖୋର୍ଦ୍ଧା ଏବଂ ରାଜଧାନୀ ଉପକଣ୍ଠ ଜଟଣୀରେ କିଛି ଡାଲି ମିଲ୍‌ ଥିଲା। ସେସବୁ ଏବେ ବନ୍ଦ ହୋଇଯାଇଛି। ଦିନ ଥିଲା ଏହି ମିଲ୍‌ ଗୁଡିକ କେବଳ ରାଜ୍ୟ ନୁହେଁ ରାଜ୍ୟ ବାହାର ଡାଲି ଚାହିଦା ମେଣ୍ଟାଇବାରେ ସକ୍ଷମ ଥିଲେ। କିନ୍ତୁ ଏବେ ଏହି ଅକାମୀ ମିଲ୍‌ ଗୁଡ଼ିକ ସରକାରଙ୍କ ପାଇଁ ଚିନ୍ତାର କରଣ ପାଲଟିଛି। ମିଲ୍‌ ବନ୍ଦ ପଛରେ ସରକାରୀ ଉଦାସୀନତା ଓ ଦୂରଦୃଷ୍ଟିର ଅଭାବ ବୋଲି କୁହାଯାଉଛି।

ବିଧାନସଭାରେ ବିଧାୟକ ନବ ଦାସଙ୍କ ପ୍ରଶ୍ନର ଉତ୍ତରରେ ଖାଦ୍ୟ ଯୋଗାଣମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଏହି ତଥ୍ୟ ଦେବା ପରେ ଚର୍ଚ୍ଚା ଆରମ୍ଭ ହୋଇଛି।

https://www.youtube.com/watch?v=iJbu5ivnqao

Related story