ସ୍ୱାମୀକୁ ମାରିବା ପାଇଁ ସ୍ତ୍ରୀ ଦେଇଥିଲା ସୁପାରି

ବଣାଇ(ରଣଜିତ ଚୌଧୁରୀ): ସ୍ୱାମୀର ଶୁଭ ମନାସି, ଦୀର୍ଘୟୁ କାମନା କରି ସବୁବେଳେ ସ୍ତ୍ରୀ ଠାକୁରଙ୍କୁ ଡାକିଥାଏ। ହେଲେ ଏପରି ସ୍ତ୍ରୀ ବିଷୟରେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ କି ନିଜ ହାତରେ ନିଜ ମଥାର ସିନ୍ଦୂର ପୋଛିବାକୁ ପଛାଇ ନାହିଁ। ସ୍ୱାମୀକୁ ହତ୍ୟା କରିବାକୁ ସ୍ତ୍ରୀ ଦେଲା ସୁପାରି।  ଆଉ ଏହି ଷଡଯନ୍ତ୍ରରେ  ନିଜ ପୂର୍ବତନ ପ୍ରେମିକକୁ ସାମିଲ କରିଥିଲା।  ଏପରି ଏକ ହତ୍ୟାକାଣ୍ଡର ପର୍ଦ୍ଦାଫାସ ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ପୁଲିସ୍‌ କରିଥିବା ବେଳେ ଏଥିରେ […]

arrest

Jyoshna Pradhan
  • Published: Friday, 27 December 2019
  • , Updated: 27 December 2019, 03:01 PM IST

ବଣାଇ(ରଣଜିତ ଚୌଧୁରୀ): ସ୍ୱାମୀର ଶୁଭ ମନାସି, ଦୀର୍ଘୟୁ କାମନା କରି ସବୁବେଳେ ସ୍ତ୍ରୀ ଠାକୁରଙ୍କୁ ଡାକିଥାଏ। ହେଲେ ଏପରି ସ୍ତ୍ରୀ ବିଷୟରେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ କି ନିଜ ହାତରେ ନିଜ ମଥାର ସିନ୍ଦୂର ପୋଛିବାକୁ ପଛାଇ ନାହିଁ। ସ୍ୱାମୀକୁ ହତ୍ୟା କରିବାକୁ ସ୍ତ୍ରୀ ଦେଲା ସୁପାରି।  ଆଉ ଏହି ଷଡଯନ୍ତ୍ରରେ  ନିଜ ପୂର୍ବତନ ପ୍ରେମିକକୁ ସାମିଲ କରିଥିଲା।  ଏପରି ଏକ ହତ୍ୟାକାଣ୍ଡର ପର୍ଦ୍ଦାଫାସ ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ପୁଲିସ୍‌ କରିଥିବା ବେଳେ ଏଥିରେ ସମ୍ପୃକ୍ତି ଅଭିଯୋଗରେ ୪ଜଣଙ୍କୁ ଗିରଫ କରିଛି।

ସୂଚନା ଅନୁଯାୟୀ, ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅନ୍ତର୍ଗତ କେନ୍ଦ୍ରିକଲା ଜଙ୍ଗଲରୁ  ଗତ ୧୯ ତାରିଖରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଥିଲା।     ମୃତକଙ୍କ ନାଁ ଅନିଲ ମୁଣ୍ଡା। ତାଙ୍କ ଘର କେନ୍ଦ୍ରିକଲାରେ।  ତାଙ୍କୁ ଗଳାକାଟି ହତ୍ୟା କରାଯାଇଥିବା  ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିଲା। ଏହି ଘଟଣାରେ ପୁଲିସ୍‌ ଅନିଲଙ୍କ ସ୍ତ୍ରୀଙ୍କ ଉପରେ ସନ୍ଦେହ କରିଥିଲା।  ଆଜି  ଏଥିରେ ସମ୍ପୃକ୍ତି ଅଭିଯୋଗରେ  ପୁଲିସ୍‌ ୪ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଖୋଳତାଡ଼ରୁ ଅନିଲଙ୍କୁ ହତ୍ୟା କରିବାକୁ ତାଙ୍କ ସ୍ତ୍ରୀ ସୁପାରି ଦେଇଥିବା ଜଣା ପଡ଼ିଥିଲା ।  ଆଉ ଏହି ଷଡ଼ଯନ୍ତ୍ରରେ ଅନିଲଙ୍କ ସ୍ତ୍ରୀର ପୂର୍ବତନ ପ୍ରେମିକ ସାମିଲ ଥିବା ଜଣା ପଡ଼ିଥିଲା । ଅନିଲଙ୍କ ସ୍ତ୍ରୀକୁ ପୁଲିସ୍‌ ଘନ ଘନ ଜେରା କରିବା ପରେ ଏହି ଘଟଣାର ପର୍ଦ୍ଦାଫାସ ହୋଇଥିଲା। ଏହାପରେ ପୁଲିସ୍‌ ଅନିଲଙ୍କ ସ୍ତ୍ରୀ, ତାର ପୂର୍ବତନ ପ୍ରେମିକ ଓ ଦୁଇ ସୁପାରି କିଲରଙ୍କୁ ରାଜଗାଙ୍ଗପୁର ଅଞ୍ଚଳରୁ ଗିରଫ କରିଥିଲା।

Related story