ଚଉଠି ରାତିରେ ପ୍ରେମିକ ସହ ପତ୍ନୀଙ୍କ ଅଶ୍ଳୀଳ ଭିଡିଓ କଲ୍‌, ମାଡ଼ଖାଇ ସ୍ୱାମୀ ଦେଲେ ଏତଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନୂଆ ନୂଆ ବାହାଘର। ଅଗ୍ନିକୁ ସାକ୍ଷୀ ରଖି ଯାହା ମଥାରେ ସିନ୍ଦୂର ଭରିଥିଲେ ସିଏ ହିଁ ଦେଲେ ଧୋକା। ଆଖି ପିଛୁଳାକେ ମିଳାଇଗଲା ସାରା ଜୀବନ ସାଥୀ ହୋଇ ଚାଲିବାର ପ୍ରତିଶ୍ରୁତି। ଚଉଠି ରାତିରେ ଧୋକା ଦେଲେ ପତ୍ନୀ। ଏବେ କଥା ଯାଇ ଥାନାରେ ପହଞ୍ଚିଥିବା ବେଳେ ପୁଲିସ୍‌ ଆରମ୍ଭ କରିଛି ତଦନ୍ତ। ଏପରି ଏକ ଘଟଣା ଭୁବନେଶ୍ୱର ଉପକଣ୍ଠ ଭରତପୁର ଅଞ୍ଚଳରେ ଘଟିଛି। ଅଭିଯୋଗକାରୀ ସ୍ୱାମୀଙ୍କ କହିବାନୁଯାୟୀ, ପିପିଲି ଅଞ୍ଚଳର ଜଣେ ଯୁବତୀଙ୍କୁ […]

bride

bride

Niharika Rout
  • Published: Tuesday, 17 May 2022
  • Updated: 17 May 2022, 03:20 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନୂଆ ନୂଆ ବାହାଘର। ଅଗ୍ନିକୁ ସାକ୍ଷୀ ରଖି ଯାହା ମଥାରେ ସିନ୍ଦୂର ଭରିଥିଲେ ସିଏ ହିଁ ଦେଲେ ଧୋକା। ଆଖି ପିଛୁଳାକେ ମିଳାଇଗଲା ସାରା ଜୀବନ ସାଥୀ ହୋଇ ଚାଲିବାର ପ୍ରତିଶ୍ରୁତି। ଚଉଠି ରାତିରେ ଧୋକା ଦେଲେ ପତ୍ନୀ। ଏବେ କଥା ଯାଇ ଥାନାରେ ପହଞ୍ଚିଥିବା ବେଳେ ପୁଲିସ୍‌ ଆରମ୍ଭ କରିଛି ତଦନ୍ତ। ଏପରି ଏକ ଘଟଣା ଭୁବନେଶ୍ୱର ଉପକଣ୍ଠ ଭରତପୁର ଅଞ୍ଚଳରେ ଘଟିଛି।

ଅଭିଯୋଗକାରୀ ସ୍ୱାମୀଙ୍କ କହିବାନୁଯାୟୀ, ପିପିଲି ଅଞ୍ଚଳର ଜଣେ ଯୁବତୀଙ୍କୁ ସେ ବିବାହ କରିଥିଲେ। ହେଲେ ଚଉଠି ରାତିରେ ଦେହ ଭଲ ନାହିଁ କହି ପତ୍ନୀ ତାଙ୍କଠୁ ଅଲଗା ଶୋଇଥିଲେ। ରାତି ଅଧରେ କିଛି ଶବ୍ଦ ହେବାରୁ ଉଠି ଯାହା ଦେଖିଲେ ତାଙ୍କ ପାଦ ତଳୁ ମାଟି ଖସିଗଲା। ପତ୍ନୀ ସମ୍ପୂର୍ଣ୍ଣ ଉଲଗ୍ନ ଅବସ୍ଥାରେ ଥିବା ବେଳେ ନିଜ ବୟଫ୍ରେଣ୍ଡଙ୍କ ସହ ଭିଡିଓ କଲ୍‌ରେ କଥା ହେଉଥିଲେ।

ହଠାତ୍‌ ଏପରି ଧରା ପଡ଼ିଯିବେ ବୋଲି ଭାବି ନ ଥିବା ନବବିବାହିତା ଜଣକ ସଙ୍ଗେସଙ୍ଗେ ସ୍ୱାମୀଙ୍କୁ ଦେଖି ଭୁଲ୍‌ ମାଗିଦେଲେ। ଏପରି କାମ ପୁଣି ଭବିଷ୍ୟତରେ କେବେ କରିବେନି ବୋଲି ପ୍ରତିଶ୍ରୁତି ମଧ୍ୟ ଦେଲେ। ଏହାପରେ ସବୁ କିଛି ସ୍ୱାଭାବିକ ହୋଇଯିବ ବୋଲି ସ୍ୱାମୀ ଭାବିଥିଲେ। କିନ୍ତୁ ସେ ଭୁଲ ଥିଲେ।

ଏଇ ମେ ୧୨ ତାରିଖରେ ତାଙ୍କର ବାହାଘର ହୋଇଥିଲା। ପରଦିନ ସ୍ତ୍ରୀ ମନ୍ଦିର ଯିବାକୁ ମାନସିକ କରିଥିଲେ ବୋଲି କହିଲେ। ତେଣୁ ସ୍ୱାମୀ ଜଣକ ବାଇକ୍‌ରେ ତାଙ୍କୁ ଇସ୍କନ ମନ୍ଦିର ନେଇକି ଗଲେ। ସେଠାରେ ଦିଅଁ ଦର୍ଶନ କରିବା ପରେ ପତ୍ନୀ କହିଲେ ଲିଙ୍ଗରାଜ ମନ୍ଦିର ଯିବା। ସ୍ୱାମୀ ତାଙ୍କୁ ସେଠାକୁ ନେଲେ। ସେଠାରେ ଝିଅର ବାପା, ମା, ଭାଇ, ଭଉଣୀ, ଭିଣୋଇ ଓ ଦାଦା ଥିଲେ। ସେମାନଙ୍କ ସହିତ ଝିଅ ମିଶିଗଲା ଯୁବକ ଜଣଙ୍କୁ ତାଙ୍କ ଗାଡ଼ିରେ ବସିବାକୁ କହିଲା। ଯୁବକ ମନା କରିବାରୁ ତାଙ୍କୁ ଘେରିପେରି ସେମାନେ ନୁର୍ଧୁମ ପିଟାପିଟି କଲେ ବୋଲି ଲିଙ୍ଗରାଜ ଥାନାରେ ଏତଲା ଦିଆଯାଇଛି।

ଯୁବକଙ୍କ ବାପାଙ୍କ କହିବା ଅନୁଯାୟୀ ପୁରୀର ଦି’ ଜଣ ଲୋକ ଏହି ବିବାହ ପ୍ରସ୍ତାବ ଦେଇଥିଲେ। ବିବାହ ପାଇଁ ମଧ୍ୟସ୍ଥ ୨୦ ହଜାର ଟଙ୍କା ନେଇଛନ୍ତି। ଝିଅ ଘର ଲୋକ ତାଙ୍କ ଗାଁରେ ବାହାଘର କରିବାକୁ ରାଜି ହେଲେ ନାହିଁ। ସେମାନେ ଭୁବନେଶ୍ୱର ଆଣି ଝିଅକୁ ବାହା ଦେବେ ବୋଲି କହିଲେ। ପୁଅର ବାପ ସେଥିରେ ରାଜି ହୋଇଥିଲେ। ବାହାଘର ଭୁବନେଶ୍ୱରରେ ହୋଇଥିଲା। ତାଙ୍କର ଆଗରୁ ଦୁଇ ପୁଅ ବିବାହ କରି ବେଶ୍‌ ଖୁସିରେ ଅଛନ୍ତି। ସାନ ପୁଅ ବାହା ହୋଇଗଲେ ତାଙ୍କ ଦାୟିତ୍ୱ ସରିବ ଭାବି ବାପା ଝିଅ ଦେଖି ପୁଅକୁ ବାହା କରେଇଥିଲେ। ବିବାହ ପୂର୍ବରୁ ସେ ଝିଅ କି ତାଙ୍କ ସଂପତ୍ତି ବିଷୟରେ ଖୋଳତାଡ଼ କରି ନଥିଲେ। ଝିଅ ସୁନ୍ଦରୀ ଥିବାରୁ ସେ ପୁଅ ପାଇଁ ମନଲାଖି କନ୍ୟା ଠିକ କରିଥିଲେ। କିନ୍ତୁ ସେ ଯେ ବିଷଧର ସାପ ବାହାରିଲା ତାହା ସେ ଜାଣି ନଥିଲେ ବୋଲି ବାପା କହିଛନ୍ତି।

ଏ ସଂପର୍କରେ ଲିଙ୍ଗରାଜ ଥାନାରେ ଏତଲା ଦିଆଯାଇଛି। ଭରତପୁର ଥାନାରେ ମଧ୍ୟ ଏତଲା ଦିଆଯାଇଛି। ତେବେ ଏଯାଏଁ ପୁଲିସ ଝିଅ କି ତାଙ୍କ ପରିବାରର କାହାକୁ ଡାକି ଜେରା କରି ନଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos