ରାୟଗଡ଼ା(ଓଡ଼ିଶା ରିପୋର୍ଟର): ବିଧବା ଝିଅ ଲାଗି ଏକ ମାତ୍ର ଆଶ୍ରା ବିଧବା ମାଆ। ମାଆଙ୍କ ପେନସନରେ ଚଳନ୍ତି ୪ ପ୍ରାଣୀ କୁଟୁମ୍ଭ। ରାୟଗଡ଼ା ସହର ରାମକୃଷ୍ଣ ନଗରରେ ରହୁଥିବା ଟି.ଭେଙ୍କେଟ୍ ରତ୍ନମ୍ ୨୦୧୩ ମସିହାରେ ଟି.ସୁନିଲ୍ କୁମାରଙ୍କୁ ବିବାହ କରିଥିଲେ।
ସୁନିଲ ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ତହସିଲ୍ରେ କନିଷ୍ଠ କିରାଣୀ ଭାବେ କାମ କରୁଥିଲେ । ୨୦୧୮ ମସିହାରେ କିଡନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କରି ମୃତ୍ୟୁ ହୋଇଥିଲା । ସୁନୀଲଙ୍କ ମୃତ୍ୟୁ ଏବେ ୩ ବର୍ଷ ବିତିଲାଣି । ହେଲେ ଏବେ ବି ତାଙ୍କ ସ୍ତ୍ରୀ ଟି. ଭେଙ୍କେଟ୍ ରତ୍ନମଙ୍କୁ ମିଳିନି କୌଣସି ସରକାରୀ ସହାୟତା ।
ସ୍ୱାମୀଙ୍କ ମୃତ୍ୟୁ ପରେ ଟି-ଭେଙ୍କେଟ୍ ରତ୍ନମଙ୍କୁ ମିଳିବାକୁ ଥିବା ଅର୍ଥରାଶି ସହ ଚାକିରି ଲାଗି କାଗଜ ପତ୍ର ଦାଖଲ କରିଛନ୍ତି । ହେଲେ ତିନି ବର୍ଷ ହେଲାଣି କାଗଜ ଆଗକୁ ଉଠିନି। ଏବେ ବିଧବା ମାଆଙ୍କ ପେନସନ୍ ଅର୍ଥ ଉପରେ ସେ ନିର୍ଭରଶୀଳ। ଏଥିଲାଗି ସେ ଚନ୍ଦ୍ରପର ତହସିଲ ଠାରୁ ଆରମ୍ଭ କରି ଜିଲ୍ଲାପାଳ ଅଫିସକୁ ବାରମ୍ବାର ଦୌଡ଼ିଲେଣି । ହେଲେ ସେ ନିରାଶ, ସେପଟେ ଏ ନେଇ ରାୟଗଡ଼ାର ନବ ନିଯୁକ୍ତ ଜିଲ୍ଲାପାଳଙ୍କୁ ଏ ନେଇ ଅବଗତ କରିବା ପରେ ଖୁବ ଶୀଘ୍ର ସରକାରୀ ନିୟମ ଅନୁସାରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।