ଲକଡାଉନ୍‌ ପୋଛିଦେଲା ଦେଲା ମଥାର ସିନ୍ଦୂର

ପୋଲସରା (ଆଲୋକ ଗୌଡ଼): କରୋନାକୁ ନେଇ ସାରାଦେଶରୁ ଗୋଟିଏ ପରେ ଗୋଟିଏ କରୁଣ କାହାଣୀ ଆସୁଥିବା ବେଳେ ଏହି ତାଲିକାରେ ଆଉ ଗୋଟିଏ ଚିତ୍ର ଯୋଡ଼ିହୋଇଯାଇଛି। ଲକ୍‌ଡାଉନ୍‌ରେ ଘର ମୁହାଁ ହୋଇଥିବା ଶ୍ରମିକଙ୍କ ସୀମାହୀନ ଦୁଃଖ ଭୂତାଣୁ ଭୟଠାରୁ ବଳିଯାଇଛି। ଘରକୁ ଆସିବା ପାଇଁ ସୁରତ ଷ୍ଟେସନରେ ପହଞ୍ଚିଲେ। ହେଲେ ଟ୍ରେନ୍‌ ଚଢ଼ିପାରିଲେନି । ଘରେ ପହଞ୍ଚିବା ଆଗରୁ ଚାଲିଗଲା ଜୀବନ। ଏମିତି ଏକ ହୃଦୟ ବିଦାରକ ଘଟଣା ଗଞ୍ଜାମ ଜିଲ୍ଲା ପୋଲାସରା ବ୍ଲକ ମାଳତେନ୍ତୁଳିଆ ପଂଚାୟତ […]

hb0-1

hb0-1

Niharika Rout
  • Published: Thursday, 28 May 2020
  • Updated: 28 May 2020, 05:35 PM IST

Sports

Latest News

ପୋଲସରା (ଆଲୋକ ଗୌଡ଼): କରୋନାକୁ ନେଇ ସାରାଦେଶରୁ ଗୋଟିଏ ପରେ ଗୋଟିଏ କରୁଣ କାହାଣୀ ଆସୁଥିବା ବେଳେ ଏହି ତାଲିକାରେ ଆଉ ଗୋଟିଏ ଚିତ୍ର ଯୋଡ଼ିହୋଇଯାଇଛି। ଲକ୍‌ଡାଉନ୍‌ରେ ଘର ମୁହାଁ ହୋଇଥିବା ଶ୍ରମିକଙ୍କ ସୀମାହୀନ ଦୁଃଖ ଭୂତାଣୁ ଭୟଠାରୁ ବଳିଯାଇଛି। ଘରକୁ ଆସିବା ପାଇଁ ସୁରତ ଷ୍ଟେସନରେ ପହଞ୍ଚିଲେ। ହେଲେ ଟ୍ରେନ୍‌ ଚଢ଼ିପାରିଲେନି । ଘରେ ପହଞ୍ଚିବା ଆଗରୁ ଚାଲିଗଲା ଜୀବନ। ଏମିତି ଏକ ହୃଦୟ ବିଦାରକ ଘଟଣା ଗଞ୍ଜାମ ଜିଲ୍ଲା ପୋଲାସରା ବ୍ଲକ ମାଳତେନ୍ତୁଳିଆ ପଂଚାୟତ ଖଇର ଛଟା ଗାଁରୁ ଆସିଛି । ମୃତ ଯୁବକ ଜଣକ ହେଲେ ସିଲୁ ଜେନା।

ସିଲୁ ସୁରତରେ ସୂତାକଳରେ କାମ କରନ୍ତି। ଅନ୍ୟ ଶ୍ରମିକଙ୍କ ଭଳି ଏବେ ସେ ଘର ମୁହାଁ ହୋଇଥିଲେ। ଏଥିପାଇଁ ସେ ସୁରତ ଷ୍ଟେସନରେ ପହଞ୍ଚିଥିଲେ। ବସ୍‌ରେ ଆସି ଟ୍ରେନ୍‌ ଧରିଥାନ୍ତେ ସିଲୁ। ହେଲେ ଗାଁକୁ ଆସିବାକୁ ଷ୍ଟେସନରେ ଅପେକ୍ଷା କରିଥିବା ବେଳେ ହଠାତ ଦେହ ଅସୁସ୍ଥ ହେବାରୁ ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଆଉ ସେହିଠାରେ ହିଁ ସାଙ୍ଗରେ ଥିବା ତାଙ୍କ ଭାଇ ଏବଂ ମାମୁଁ ଶବ ଶତ୍କାର କରିଦେଇଥିଲେ।

ଅନ୍ୟପଟେ ପରିବାରର ବୋଝ ଉଠାଉ ଥିବା ପୁଅ ଗଲାପରେ ଏବେ ବାହୁନି ବାହୁନି କାନ୍ଦୁଛନ୍ତି ତାଙ୍କ ମା’। ଆଉ ଧୈର୍ଯ୍ୟହରା ହୋଇ ଚେତା ବୁଡିଯାଉଥିଲେ ତାଙ୍କ ସ୍ତ୍ରୀ। ଅନ୍ୟପଟେ ପରିବାର ରୋଜଗାରିଆ ପୁଅକୁ ହରାଇ ଥିବା ପରିବାରକୁ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ତରଫରୁ ଅନୁରୋଧ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos