ମଥାରୁ ସିନ୍ଦୂର ପୋଛିଦେଲା ସ୍ତ୍ରୀ

ମାଲକାନଗିରି(ଜିତେନ୍ଦ୍ର ବେଉରା): ସାତ କଳସ ଆଠ ଦୀପକୁ ସାକ୍ଷୀ ରଖି ବାହା ହୋଇଥିଲେ। ଉଭୟ ଘର ସଂସାର ବି କରିଥିଲେ। ହେଲେ ଏମିତି କଣ ହେଲା ଯେ, ସାତ ଜନମର ସାଥୀକୁ ଛୁରା ଭୁସି ହତ୍ୟା କଲା ସ୍ତ୍ରୀ। ଏପରି ନୃଶଂସ ହତ୍ୟାକାଣ୍ଡ ମାଲକାନଗିରି ଜିଲ୍ଲା ବାଲିମେଳା ଥାନା ଅଞ୍ଚଳରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତ ସ୍ତ୍ରୀକୁ ଅଟକ ରଖି ପଚରା ଉଚରା କରୁଛି। ଗତକାଲି ବିଳମ୍ୱିତ ରାତିରେ […]

malkangiri

Manoranjan Sial
  • Published: Wednesday, 22 January 2020
  • , Updated: 22 January 2020, 04:18 PM IST

ମାଲକାନଗିରି(ଜିତେନ୍ଦ୍ର ବେଉରା): ସାତ କଳସ ଆଠ ଦୀପକୁ ସାକ୍ଷୀ ରଖି ବାହା ହୋଇଥିଲେ। ଉଭୟ ଘର ସଂସାର ବି କରିଥିଲେ। ହେଲେ ଏମିତି କଣ ହେଲା ଯେ, ସାତ ଜନମର ସାଥୀକୁ ଛୁରା ଭୁସି ହତ୍ୟା କଲା ସ୍ତ୍ରୀ। ଏପରି ନୃଶଂସ ହତ୍ୟାକାଣ୍ଡ ମାଲକାନଗିରି ଜିଲ୍ଲା ବାଲିମେଳା ଥାନା ଅଞ୍ଚଳରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତ ସ୍ତ୍ରୀକୁ ଅଟକ ରଖି ପଚରା ଉଚରା କରୁଛି।

ଗତକାଲି ବିଳମ୍ୱିତ ରାତିରେ ଆପନମଲା ଗାଁର ଆନ୍ତୁ ମୁଦୁଲି ଓ ତାଙ୍କ ସ୍ତ୍ରୀ ଚନ୍ଦ୍ରମା ମୁଦୁଲିଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଚନ୍ଦ୍ରମା ଏକ ଛୁରିରେ ଆନ୍ତୁ ମୁଦୁଲିଙ୍କ ବାମ ପାଖ ଛାତିକୁ ଛୁରିରେ ଭୁସି ଦେଇଥିଲା। ଫଳରେ ଘଟଣାସ୍ଥଳରେ ଅନ୍ତୁଙ୍କ ମୃତ୍ୟୁ ଘଟିଥିଲା।

ଆଜି ସକାଳେ ଏହି ଖବର ପ୍ରକାଶ ପାଇବା ପରେ ବାଲିମେଳା ଥାନା ଅଧିକାରୀ ଜଗଦୀଶ ବାରା ଓ ଏସ୍‌ଆଇ ନୀଳାଦ୍ରି ଚରଣ ବିଶ୍ୱାଳ ଗାଁରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଅନ୍ୟପକ୍ଷରେ ଅଭିଯୁକ୍ତ ଚନ୍ଦ୍ରମାଙ୍କ ମୁଦୁଲିକୁ ଅଟକ ରଖି ପଚରା ଉଚରା କରୁଛି।

Related story