ସ୍ୱାମୀକୁ ହଟାଇବାକୁ ସାଥ୍‌ ଦେଲା ପୂର୍ବତନ ସ୍ୱାମୀ; ଭଦ୍ରକରୁ ମୁଣ୍ଡ, ବାଲେଶ୍ୱରରୁ ମିଳିଲା ଗଣ୍ଡି

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ସନ୍ଦେହରୁ ଆରମ୍ଭ ହୋଇଥିବା ପାରିବାରିକ କଳହ ନେଲା ଭୟାନକ ରୂପ। ସ୍ୱାମୀକୁ ବାଟରୁ ହଟାଇବାକୁ ରାସ୍ତା ଖୋଜୁଥିବା ପତ୍ନୀ ଶେଷରେ ତାଙ୍କୁ ମାରିଦେଲେ। ଏଥିରେ ତାଙ୍କୁ ତାଙ୍କ ପୂର୍ବତନ ସ୍ୱାମୀ ସହଯୋଗ କରିଥିବା ଅଭିଯୋଗ ହୋଇଛି। ବାଲେଶ୍ୱର ସଦର ଥାନା ଅଞ୍ଚଳରୁ ଏପରି ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି। ଗତ ୧୨ ତାରିଖରେ ବାଲେଶ୍ୱର ସଦର ଥାନା ପୁଲିସ୍ ଜଣେ ବ୍ୟକ୍ତିଙ୍କ ଗଳିତ ମୁଣ୍ଡ ବିହୀନ ମୃତଦେହ ଠାବ କରିଥିଲା।  ପୁଲିସ୍‌ ଏହି […]

pic

pic

Niharika Rout
  • Published: Friday, 18 November 2022
  • Updated: 18 November 2022, 03:21 PM IST

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ସନ୍ଦେହରୁ ଆରମ୍ଭ ହୋଇଥିବା ପାରିବାରିକ କଳହ ନେଲା ଭୟାନକ ରୂପ। ସ୍ୱାମୀକୁ ବାଟରୁ ହଟାଇବାକୁ ରାସ୍ତା ଖୋଜୁଥିବା ପତ୍ନୀ ଶେଷରେ ତାଙ୍କୁ ମାରିଦେଲେ। ଏଥିରେ ତାଙ୍କୁ ତାଙ୍କ ପୂର୍ବତନ ସ୍ୱାମୀ ସହଯୋଗ କରିଥିବା ଅଭିଯୋଗ ହୋଇଛି। ବାଲେଶ୍ୱର ସଦର ଥାନା ଅଞ୍ଚଳରୁ ଏପରି ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି।

ଗତ ୧୨ ତାରିଖରେ ବାଲେଶ୍ୱର ସଦର ଥାନା ପୁଲିସ୍ ଜଣେ ବ୍ୟକ୍ତିଙ୍କ ଗଳିତ ମୁଣ୍ଡ ବିହୀନ ମୃତଦେହ ଠାବ କରିଥିଲା।  ପୁଲିସ୍‌ ଏହି ଘଟଣାର ତଦନ୍ତ କଲା ବେଳେ ସାମ୍ନାକୁ ଆସିଥିଲା ଚାଞ୍ଚଲ୍ୟକର ତଥ୍ୟ। ମୃତକ ନୟାଗଡ଼ ଜିଲ୍ଲା ସଙ୍ଗୋଲ ଗାଁର ଶ୍ରୀଧର ଦଳବେହେରା ବୋଲି ଜଣାପଡ଼ିଥିଲା। ଏହି ଘଟଣାରେ ପୁଲିସ୍‌ ତାଙ୍କ ପତ୍ନୀ ସୁମିତ୍ରା ନାୟକଙ୍କ ସମେତ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

ସୁମିତ୍ରାଙ୍କ କହିବାନୁଯାୟୀ, ସେ ଫକୀର ନାୟକଙ୍କୁ ପ୍ରଥମ ବିବାହ କରିଥିଲେ। ପରେ ତାଙ୍କୁ ଛାଡ଼ି ଶ୍ରୀଧର ଦଳବେହେରାଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ହେଲେ ଦ୍ୱିତୀୟ ସ୍ୱାମୀ ସବୁବେଳେ ତାଙ୍କ ଚରିତ୍ର ଉପରେ ସନ୍ଦେହ କରୁଥିବା ବେଳେ ତାଙ୍କୁ ମାରଧର କରୁଥିଲେ। ଏପରିକି ତାଙ୍କ ଛୋଟ ଛୁଆକୁ ବି ମାରିଦେବାକୁ ଉଦ୍ୟମ କରିଥିଲେ। ଏଥିରେ ଅତିଷ୍ଠ ହୋଇ ସେ ସୁଯୋଗ ଅପେକ୍ଷାରେ ଥିଲେ।

ଗତ ୬ ତାରିଖ ରାତିରେ ଶ୍ରୀଧର ଶୋଇଥିବା ବେଳେ ସୁମିତ୍ରା ଏକ ଧାରୁଆ ଅସ୍ତ୍ରରେ ତାଙ୍କୁ ହତ୍ୟା କରି ମୁଣ୍ଡଗଣ୍ଡି ଅଲଗା କରିଦେଇଥିବା ପୁଲିସ୍‌ ସମ୍ମୁଖରେ କହିଛନ୍ତି। ଏହାର ଦିନକ ପରେ ପୂର୍ବତନ ସ୍ଵାମୀ ଫକୀର ନାୟକକୁ ଡାକି ଶ୍ରୀଧରଙ୍କ ମସ୍ତକ ବିହୀନ ମୃତଦେହକୁ ବାଲେଶ୍ଵରର ଖାନ ନଗରରେ ପକାଇ ଦେଇଥିଲେ। ମୁଣ୍ଡକୁ ଏକ ଅଖାରେ ଭର୍ତ୍ତି କରି ତାକୁ ପ୍ରାୟ ଶହେ କିମି ଦୂର ନେଇ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀର ଛତାବରରେ ପକାଇଥିଲେ ବୋଲି ସ୍ୱୀକାର କରିଛନ୍ତି ସୁମିତ୍ରା।

ସୁମିତ୍ରାଙ୍କ ତଥ୍ୟ ଆଧାରରେ ପୁଲିସ୍‌ ଆଜି ଭଣ୍ଡାରିପୋଖରୀରୁ ମୁଣ୍ଡକୁ ଜବତ କରିଛି । ତେବେ ସ୍ତ୍ରୀ ପୂର୍ବତନ ସ୍ୱାମୀଙ୍କୁ ସୁପାରି ଦେଇ ସ୍ୱାମୀକୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି।

ମୃତକଙ୍କ ସମ୍ପର୍କୀୟ କହିଛନ୍ତି,  ଶ୍ରୀଧର ଦଳବେହେରା ନୟାଗଡ଼ରୁ ଆସି ୩ ବର୍ଷ ହେଲାଣି ବାଲେଶ୍ୱରରେ ପାଣି ଟାଙ୍କି କାମ କରୁଥିଲେ। ଗତ କିଛି ଦିନ ହେବ ତାଙ୍କ ସହ ମୋବାଇଲରେ ଯୋଗାଯୋଗ ହୋଇ ନ ପାରିବାରୁ ପରିବାର ଲୋକେ ଫୋନ୍‌ ଯୋଗେ ଖନ୍ତାପଡ଼ା ଥାନାରେ ଏକ ମିସିଂ କେସ୍‌ ରୁଜୁ କରିଥିଲେ। ପୁଲିସ୍‌ ଖୋଜାଖୋଜି କରି ବାଲେଶ୍ୱରରୁ ମୃତଦେହ ସାଙ୍ଗକୁ ଭଦ୍ରକରୁ ଜବତ କରିଛି ମୁଣ୍ଡ। ତାଙ୍କ ସ୍ତ୍ରୀ ହିଁ ସୁପାରୀ ଦେଇ ଏପରି କାଣ୍ଡ ଘଟାଇଥିବା ପାରିପାର୍ଶିକ ସ୍ଥିତିରୁ ଜଣାପଡ଼ୁଛି। ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ଲାଗି ରହୁଥିବା ବେଳେ ତାଙ୍କ ବାଟରୁ ହଟାଇବାକୁ ସୁମିତ୍ରା ଏପରି କାଣ୍ଡ ଘଟାଇଥିବା ଜଣାପଡ଼ୁଛି।

ସୁମିତ୍ରା ଫକୀର ନାୟକଙ୍କୁ ପ୍ରଥମ ବିବାହ କରିଥିବା ବେଳେ ସେମାନଙ୍କର ୩ଟି ସନ୍ତାନ ଅଛନ୍ତି। ଏହାପରେ କିନ୍ତୁ ସେ ସ୍ୱାମୀ, ଛୁଆଙ୍କୁ ଛାଡ଼ି ଶ୍ରୀଧରଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ହେଲେ ଉଭୟଙ୍କ ମଧ୍ୟରେ ସବୁବେଳେ ଝଗଡ଼ା ଲାଗି ରହୁଥିଲା।

ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରି ସୁମିତ୍ରା, ତାଙ୍କ ପୂର୍ବତମ ସ୍ୱାମୀ ଓ ଅନ୍ୟ ଜଣେ ମହିଳାଙ୍କୁ ଅଟକ ରଖି ପଚରାଉଚରା କରୁଛି।

https://youtu.be/UkuMjUBl2ck

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story