ନବୀନଙ୍କ ଚିଠି ଓ ପୁରୀରୁ-ଭୁବନେଶ୍ୱର ଦୂରତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ପର୍ଯ୍ୟଟନ କ୍ଷେତ୍ର ପୁରୀରେ ଅନ୍ତର୍ଜାତୀୟ ଏୟାରପୋର୍ଟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖିଛନ୍ତି। ନୂଆବର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ ମହାପ୍ରଭୁ ଜଗନ୍ନାଥଙ୍କ ନାଁରେ ଏକ ଅନ୍ତର୍ଜାତୀୟ ଏୟାରପୋର୍ଟ ପାଇଁ ଚିଠି ଲେଖି ଦାବି କରିଛନ୍ତି। ଦେଶ ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କ ସୁବିଧା ପାଇଁ ଏୟାରପୋର୍ଟ ଜରୁରୀ ଥିବା ଦାବି କରିଛନ୍ତି ନବୀନ । ତେବେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିବା ପରେ ପୁରୀରେ ଅନ୍ତର୍ଜାତୀୟ ବିମାନ ବନ୍ଦର […]

NAVEEN-MODI

NAVEEN-MODI

Tapas Behera
  • Published: Friday, 01 January 2021
  • Updated: 01 January 2021, 10:04 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ପର୍ଯ୍ୟଟନ କ୍ଷେତ୍ର ପୁରୀରେ ଅନ୍ତର୍ଜାତୀୟ ଏୟାରପୋର୍ଟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖିଛନ୍ତି। ନୂଆବର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ ମହାପ୍ରଭୁ ଜଗନ୍ନାଥଙ୍କ ନାଁରେ ଏକ ଅନ୍ତର୍ଜାତୀୟ ଏୟାରପୋର୍ଟ ପାଇଁ ଚିଠି ଲେଖି ଦାବି କରିଛନ୍ତି। ଦେଶ ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କ ସୁବିଧା ପାଇଁ ଏୟାରପୋର୍ଟ ଜରୁରୀ ଥିବା ଦାବି କରିଛନ୍ତି ନବୀନ । ତେବେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିବା ପରେ ପୁରୀରେ ଅନ୍ତର୍ଜାତୀୟ ବିମାନ ବନ୍ଦର ହୋଇପାରିବ କି ନାହିଁ ତାକୁ ନେଇ ପ୍ରଶ୍ନ ଉଠିଛି। କାହିଁକି ନା ଭୁବନେଶ୍ୱରରେ ବିଜୁ ପଟ୍ଟନାୟକ ବିମାନ ବନ୍ଦର ଅବସ୍ଥାପିତ ଥିବା ବେଳେ ଏଠାରୁ ପୁରୀକୁ ଦୂରତା ହେଉଛି ମାତ୍ର ୬୦ କି.ମି.।

ତେବେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ହୋଇଥିବା ଗାଇଡ୍‌ ଲାଇନ୍‌ରେ ନୂତନ ବିମାନବନ୍ଦର ସ୍ଥାପନ ବାବଦରେ ସ୍ପଷ୍ଟ ତଥ୍ୟ ରହିଛି। ସେଥିରେ କୁହାଯାଇଛି ଯେ, ଅବସ୍ଥାପିତ ଥିବା କୌଣସି ବେସାମରିକ ବିମାନ ବନ୍ଦରଠାରୁ ୧୫୦ କିମି (ଏରିଏଏଲ ଡିଷ୍ଟାନ୍ସ) ଦୂର ମଧ୍ୟରେ ନୂଆ ବନ୍ଦରକୁ ଅନୁମତି ଦିଆଯାଇପାରିବ ନାହିଁ। ଯଦି ୧୫୦ କିମି ଦୂର ବ୍ୟବଧାନ ସେମିତି କିଛି ଆବେଦନ ଆସିଥାଏ ତେବେ ଏହାକୁ ନୀରିକ୍ଷଣ କରାଯିବ। ମୁଖ୍ୟତଃ ନୂଆ ବନ୍ଦର ଦ୍ୱାରା ଏହି ଅବସ୍ଥାପିତ ଥିବା ବନ୍ଦର ଉପରେ କ’ଣ ପ୍ରଭାବ ପଡ଼ିବ ତାକୁ ନେଇ ବିଚାର କରାଯିବ। ତେବେ କେସ୍‌ ଷ୍ଟଡି କରି ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ଉପରେ ବିଚାର କରାଯିବ ବୋଲି କୁହାଯାଇଛି। ଗାଇଡ୍‌ଲାଇନ୍‌ରେ କୁହାଯାଇଛି ଯେ, ଯଦି ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ କିମ୍ବା କୌଣସି ଏୟାରପୋର୍ଟ କମ୍ପାନୀ ପକ୍ଷରୁ ଆବେଦନ କରାଯାଇଥାଏ ଆଉ ତାହା ଯଦି ୧୫୦ କିମି ବ୍ୟବଧାନ ଭିତରେ ଆସୁଥାଏ ତେବେ ଏବାବଦରେ ଷ୍ଟିଅରିଂ କମିଟି ଅନୁଧ୍ୟାନ କରି କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦେବେ। ଏହି ପ୍ରସ୍ତାବ ଉପରେ କେନ୍ଦ୍ର ସରକାର ଅର୍ଥାତ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି କୁହାଯାଇଛି।

ତେବେ କେଉଁ ସବୁ କାରଣ ପାଇଁ ପୁରୀରେ ବିମାନ ବନ୍ଦର ହେବା ଜରୁରୀ, ସେସବୁ ବାବଦରେ ରାଜ୍ୟ ସରକାର ଯଦି ଷ୍ଟିଅରିଂ କମିଟି, କେନ୍ଦ୍ର ସରକାର ଏବଂ ଡିଜିସିଏକୁ ବୁଝାଇବାରେ ସକ୍ଷମ ହେବେ, ତେବେ ଯାଇ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟ ପୂରଣ ହୋଇପାରିବ। ନଚେତ ଉକ୍ତ ଚିଠି ଅନ୍ୟ ସବୁ ଚିଠି ଭଳି ଧୂଆଁବାଣ ଭଳି ହେବ ବୋଲି ଚର୍ଚ୍ଚା ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos