ଜେରା ହେବେ ମାହାଙ୍ଗା ବିଧାୟକ ପ୍ରତାପ ଜେନା !

 ସ୍ୱାତୀ ଜେନା ଜେରା ହେବେ ମାହାଙ୍ଗା ବିଧାୟକ ପ୍ରତାପ ଜେନା ! ପୁଲିସ ପଞ୍ଝାରେ ପଡ଼ିବେ ପୂର୍ବତନ ପଂଚାୟତରାଜ ମନ୍ତ୍ରୀ ! ଖୋଲିବ ମାହାଙ୍ଗା ଡବଲ ମର୍ଡର ଘଟଣାର ଅସଲି ଗୁମର । ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ଘଟଣାର ପୁନଃ ତଦନ୍ତ କରି ସାଲେପୁର ଜେଏମଏଫସିରେ ପ୍ରାଥମିକ ରିପୋର୍ଟ ଦାଖଲ କରିଛନ୍ତି କଟକ ଜିଲ୍ଲା ଏସଡିପିଓ । ୭ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରି ତଦନ୍ତର ଅପ ଟୁ ଟେଡ୍ ଷ୍ଟାଟସ୍ ରିପୋର୍ଟ କୋର୍ଟରେ […]

Pratap Jena

Pratap Jena

Ordigital Desk
  • Published: Monday, 20 June 2022
  • Updated: 20 June 2022, 08:14 PM IST

Sports

Latest News

 ସ୍ୱାତୀ ଜେନା

ଜେରା ହେବେ ମାହାଙ୍ଗା ବିଧାୟକ ପ୍ରତାପ ଜେନା ! ପୁଲିସ ପଞ୍ଝାରେ ପଡ଼ିବେ ପୂର୍ବତନ ପଂଚାୟତରାଜ ମନ୍ତ୍ରୀ ! ଖୋଲିବ ମାହାଙ୍ଗା ଡବଲ ମର୍ଡର ଘଟଣାର ଅସଲି ଗୁମର । ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ଘଟଣାର ପୁନଃ ତଦନ୍ତ କରି ସାଲେପୁର ଜେଏମଏଫସିରେ ପ୍ରାଥମିକ ରିପୋର୍ଟ ଦାଖଲ କରିଛନ୍ତି କଟକ ଜିଲ୍ଲା ଏସଡିପିଓ । ୭ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରି ତଦନ୍ତର ଅପ ଟୁ ଟେଡ୍ ଷ୍ଟାଟସ୍ ରିପୋର୍ଟ କୋର୍ଟରେ ଦାଖଲ କରିଛନ୍ତି । ଏବଂ ଖୁବ୍‌ଶୀଘ୍ର ପୂରା ଘଟଣାର ତଦନ୍ତ ଶେଷ କରି ଚୂଡାନ୍ତ ରିପୋର୍ଟ ଦାଖଲ କରିବାକୁ କୋର୍ଟରୁ ଜଣାଇଛନ୍ତି ଏସଡିପିଓ ।

ଏସଡିପିଓ କୋର୍ଟରେ ଦାଖଲ କରିଥିବା ସିଡିରେ ରହିଛି ପ୍ରତାପ ଜେନାଙ୍କ ଏକାନ୍ତ ନିକଟତର ଥିବା ବାପି ବିଶ୍ୱାଳ ଓ ଶରତ ନାୟକଙ୍କ ବୟାନ। ବାପି ବିଧାୟକ ପ୍ରତାପ ଜେନାଙ୍କ ବ୍ୟକ୍ତିଗତ ସଚିବ ହୋଇଥିବା ବେଳେ ଶରତ ମାହାଙ୍ଗାର ପୂର୍ବତନ ବ୍ଲକ ଅଧ୍ୟକ୍ଷ । ଉଭୟେ ଏହି ହତ୍ୟାକାଣ୍ଡରେ ସାମିଲ ଥିବା ଦୁଇ ଅଭିଯୁକ୍ତ ଭିକାରୀ ସ୍ୱାଇଁ ଓ କ୍ଷୀତିଶ ଆଚାର୍ଯ୍ୟଙ୍କ ସହ ନିୟମିତ ଯୋଗାଯୋଗାରେ ଥିଲେ । ବିଚାର ବିଭାଗୀୟ ହାଜତରେ ଥିବା ଉଭୟ ଭିକାରୀ ଓ କ୍ଷୀତିଶଙ୍କ ସହ ରାଜନୀତିକ କଥାବାର୍ତ୍ତା ହେଉଥିବା ବାପି ଓ ଶରତ ବୟାନ ରଖିଥିବା ଆବେଦନକାରୀ ଓକିଲ କହିଛନ୍ତି।

ହେଲେ ଜେରା ବେଳେ ଜେଲରେ ଥିବା କ୍ଷୀତିଶ ପୁଲିସ ଆଗରେ ଉଗାରିଛି ବଡ଼ ରହସ୍ୟ । ମନ୍ତ୍ରୀ ଫୋନ ନୁହେଁ ବରଂ ଏସଏମଏସ କରିବାକୁ କୁହନ୍ତି ବୋଲି ପୁଲିସକୁ ବୟାନ ଦେଇଛନ୍ତି କ୍ଷୀତିଶ । କାହିଁକି ଏମିତି କିଛି ନିର୍ଦ୍ଦେଶ ଦେଇଥିଲେ ହତ୍ୟାକାଣ୍ଡରେ ୧୩ ନମ୍ବର ମୁଦାଲା ଥିବା ବିଧାୟକ ପ୍ରତାପ ଜେନା ? ଏସଏମଏସ ଜରିଆରେ ହତ୍ୟାକାରୀଙ୍କୁ କ’ଣ ନିର୍ଦ୍ଦେଶ ଦେଉଥିଲେ ପୂର୍ବତନ ମନ୍ତ୍ରୀ ?

ଗତ ବର୍ଷ ଜାନୁୟାରୀ ୨ ତାରିଖରେ ଘଟିଥିବା ଏହି ବର୍ବର ହତ୍ୟାକାଣ୍ଡରେ ଘଟଣାସ୍ଥଳରେ ବିଜେପି ନେତା କୁଳମଣି ବରାଳ ଟଳି ପଡିଥିବା ବେଳେ ଦିବ୍ୟସିଂହ ବରାଳ କିନ୍ତୁ ମୁର୍ମୂଷ ଅବସ୍ଥାରେ ଆମ୍ବୁଲାନ୍ସରେ ଯାଇ ହସ୍ପିଟାଲରେ ପ୍ରାଣ ହାରିଲେ । ଶେଷ ମୁହୂର୍ତ୍ତରେ ସେ ହତ୍ୟାକାରୀଙ୍କ ନାଁ ନେଇଥିବା କୁଳମଣିଙ୍କ ପୁଅ ରମାକାନ୍ତ ନିଜ ଏଫଆଇଆରରେ ଲେଖିଥିଲେ । ତେବେ ରମାକାନ୍ତଙ୍କ କଥାରେ କେତେ ସତ୍ୟତା ରହିଛି, ତାହାର ତଦନ୍ତ କରିବା ପାଇଁ ସେହି ୧୦୮ ଆମ୍ବୁଲାନ୍ସର ଡ୍ରାଇଭର ଓ ଫାର୍ମାସିଷ୍ଟଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଛି । ରମାକାନ୍ତଙ୍କ ଅଭିଯୋଗର ସତ୍ୟାସତ୍ୟ ବଖାଣିବ,୧୦୮ ଆମ୍ବୁଲାନ୍ସର ଫାର୍ମାସିଷ୍ଟଙ୍କ ବୟାନ, ଆଉ ଖୋଲିପାରେ ଆଉ କିଛି ଗୁମୁର କଥା।

ତେବେ ସାଲେପୁର ଜେଏମଏଫସି ତିନି ଜଣଙ୍କ ୩ ମାସର କଲ୍ ରେକର୍ଡ ମଧ୍ୟ ସଂଗ୍ରହ କରିବାକୁ ମାହାଙ୍ଗା ଥାନା ପୁଲିସକୁ ନିର୍ଦ୍ଦେଶ ଦେଇଥିଲେ। ଏମାନଙ୍କ ମଧ୍ୟରେ ରହିଛି ବିଧାୟକ ପ୍ରତାପ ଜେନାଙ୍କ ବ୍ୟକ୍ତିଗତ ସଚିବ ବାପି ବିଶ୍ୱାଳ, ମାହାଙ୍ଗାର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶରତ ନାୟକ ଓ ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ମୃତ ପ୍ରଫୁଲ ବିଶ୍ୱାଳଙ୍କ ନାଁ । ପୁଲିସ ସିଡିଆର୍‌ ରିପୋର୍ଟ କୋର୍ଟରେ ଦାଖଲ କରିନଥିଲେ ମଧ୍ୟ ନିଜ ପାଖରେ ସରଂକ୍ଷିତ କରି ରଖିଛି । ଏହି ସିଡିଆର ରିପୋର୍ଟ ହିଁ ଅନେକ କିଛି ରହସ୍ୟ ଭେଦ କରିପାରେ । କାରଣ ହତ୍ୟାକାରୀଙ୍କ ସହ ହତ୍ୟାକାଣ୍ଡ ପୂର୍ବରୁ ଓ ପରେ ଏକାଧିକବାର ଉଭୟ ବାପି ଓ ଶରତ କଥା ହୋଇଥିବା ସ୍ୱୀକାର କରିଛନ୍ତି ।

ଏପରକି କଟକର ଆଡସିନାଲ ଏସପି ଥିବା ପି.କେ ଜେନାଙ୍କ ସହ ମଧ୍ୟ ଶରତ ନାୟକ ପ୍ରାୟ ୨୦ ଥର ବାର୍ତ୍ତାଳାପ କରିଥିବାର ସଂଗୀନ ଆରୋପ ଆଣିଛନ୍ତି ଆବେଦନକାରୀ ଓକିଲ ପ୍ରବଣ କାନୁନଗୋ। ଯଦି ଆଡଭୋକଟ ପ୍ରବୀଣଙ୍କ କଥା ସତ ହୋଇଥାଏ, ତା’ହେଲେ ଏହା ସାଙ୍ଘାତିକ କଥା। କାରଣ ମାମଲା ତଦନ୍ତାଧୀନ ଥିବା ବେଳେ କାହିଁକି ବିଧାୟକ ପ୍ରତାପ ଜେନାଙ୍କ ସହଯୋଗୀ ଆଡସିନାଲ ଏସପିଙ୍କ ସହ ବାରମ୍ବାର ଯୋଗାଯୋଗରେ ଥିଲେ ? ଆଡସିନାଲ ଏସପି ପି.କେ ଜେନାଙ୍କ ସହ କ’ଣ ରହିଛି ପ୍ରତାପ ଜେନାଙ୍କ ସଂପର୍କ ? ଉଭୟ ସଂପର୍କରେ ଶଢୁ ହୋଇଥିବାରୁ ପି.କେ ଜେନାଙ୍କ ଜରିଆରେ ତଦନ୍ତକୁ ବାଟବଣା କରିବାକୁ ପ୍ରଚେଷ୍ଟା କରାଯାଉଥିବା ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ, ଏହି ହତ୍ୟାକାଣ୍ଡ ବେଳେ ଆଡସିନାଲ ଏସପି ପି.କେ ଜେନାଙ୍କ ଅଧୀନରେ ମାହାଙ୍ଗା ଥାନା ଥିଲା।

ମାହାଙ୍ଗା ଡବଲ ମର୍ଡର ଘଟଣାରେ ୧୩ ଜଣଙ୍କ ନାଁରେ ଏତେଲା ଦିଆଯାଇଥିଲା । କେବଳ ମୃତ ପ୍ରଫୁଲ୍ଲ ବିଶ୍ୱାଳକୁ ଛାଡି ଦେଲେ ସମସ୍ତେ ଜେଲରେ ଅଛନ୍ତି । ତଦନ୍ତ ଶେଷ ହୋଇନଥିବା ବେଳେ ବେଲ୍‌ ମିଳିବାର ମଧ୍ୟ ସବୁ ବାଟ ବନ୍ଦ ହୋଇ ଯାଇଛି । ଏପରିସ୍ଥଳେ କେବଳ ବାହାରେ ଅଛନ୍ତି ନିକଟରେ ମନ୍ତ୍ରୀ ପଦ ହରାଇଥିବା ବିଧାୟକ ପ୍ରତାପ ଜେନା । ତିନି ତିନିଟି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ହାତରୁ ଯିବା ପରେ ତାଙ୍କୁ ସାଂଗଠାନିକ ଦାୟିତ୍ୱ ମଧ୍ୟ ମିଳିଲା ନାହିଁ। ଏକଦା ବହୁ ପ୍ରତାପୀ ମନ୍ତ୍ରୀ ଥିବା ପ୍ରତାପ ଜେନା ଏବେ କେବଳ ବିଧାୟକଟିଏ ହୋଇ ରହିଯାଇଛନ୍ତି । ତଦନ୍ତ ଆହୁରି ବାକି ଅଛି ବୋଲି କୋର୍ଟରେ ଏସଡିପିଓ ରିପୋର୍ଟ ଦାଖଲ କରିବା ପରେ ଏବେ ହତ୍ୟାକାଣ୍ଡର ୧୩ ନମ୍ବର ମୁଦାଲା ପ୍ରତାପ ଜେନାଙ୍କ ପାଖରେ ପୁଲିସ୍ ପହଞ୍ଚିବା ନେଇ ଚର୍ଚ୍ଚା ଜୋର ଧରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos