ପୁଞ୍ଜିଲାଲ୍‌ଙ୍କୁ ଜାମିନ୍‌ ମିଳିବ ତ?

ବଲାଙ୍ଗିର(ଘଟେଶ୍ୱର ମିଶ୍ର/ସସ୍ମିତା ସାହୁ): ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାର  ମାଷ୍ଟର ମାଇଣ୍ଡ ପୁଞ୍ଜିଲାଲ୍‌ ମେହେରଙ୍କ ଜାମିନ୍‌ ଆବେଦନ ଶୁଣାଣି ଆଜି ବଲାଙ୍ଗିର ଏଡିଜେ କୋର୍ଟରେ ଶେଷ ହୋଇଛି। ତେବେ କୋର୍ଟ ରାୟକୁ ସଂରକ୍ଷିତ ରଖିଛନ୍ତି। ବଲାଙ୍ଗିର ଏଡିଜେ କୋର୍ଟରେ ପୁଞ୍ଜିଲାଲଙ୍କ ଓକିଲ ତାଙ୍କ ପାଇଁ ଜାମିନ୍‌ ଆବେଦନ କରିଥିଲେ। ଆଜି ଦିନ ୧୧ଟାରୁ ୧୨ ଟା ପର୍ଯ୍ୟନ୍ତ ଅଧଘଣ୍ଟା ଧରି କୋର୍ଟରେ ଶୁଣାଣି ହୋଇଥିଲା। ପୁଞ୍ଜିଲାଲଙ୍କ ବିରୋଧରେ କୌଣସି ଠୋସ୍‌ ପ୍ରମାଣ ନଥିବାରୁ […]

punjilal-1

punjilal-1

Rakesh Mallick
  • Published: Thursday, 31 May 2018
  • Updated: 31 May 2018, 02:28 PM IST

Sports

Latest News

ବଲାଙ୍ଗିର(ଘଟେଶ୍ୱର ମିଶ୍ର/ସସ୍ମିତା ସାହୁ): ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାର  ମାଷ୍ଟର ମାଇଣ୍ଡ ପୁଞ୍ଜିଲାଲ୍‌ ମେହେରଙ୍କ ଜାମିନ୍‌ ଆବେଦନ ଶୁଣାଣି ଆଜି ବଲାଙ୍ଗିର ଏଡିଜେ କୋର୍ଟରେ ଶେଷ ହୋଇଛି। ତେବେ କୋର୍ଟ ରାୟକୁ ସଂରକ୍ଷିତ ରଖିଛନ୍ତି।

ବଲାଙ୍ଗିର ଏଡିଜେ କୋର୍ଟରେ ପୁଞ୍ଜିଲାଲଙ୍କ ଓକିଲ ତାଙ୍କ ପାଇଁ ଜାମିନ୍‌ ଆବେଦନ କରିଥିଲେ। ଆଜି ଦିନ ୧୧ଟାରୁ ୧୨ ଟା ପର୍ଯ୍ୟନ୍ତ ଅଧଘଣ୍ଟା ଧରି କୋର୍ଟରେ ଶୁଣାଣି ହୋଇଥିଲା। ପୁଞ୍ଜିଲାଲଙ୍କ ବିରୋଧରେ କୌଣସି ଠୋସ୍‌ ପ୍ରମାଣ ନଥିବାରୁ ତାଙ୍କୁ ଜାମିନ୍‌ ମିଳିବ ବୋଲି ତାଙ୍କ ଓକିଲ ଆଶାବାଦୀ ଅଛନ୍ତି। ଅନ୍ୟପକ୍ଷରେ କ୍ରାଇମବ୍ରାଞ୍ଚ ପୁଞ୍ଜିଲାଲ୍ ବିରୋଧରେ  ଅନେକ ଗୁଡ଼ିଏ ତଥ୍ୟ ପ୍ରମାଣ ଦେଇଛି, ତେଣୁ ତାଙ୍କ ଜାମିନ ଖାରଜ ହେବ ବୋଲି ସରକାରୀ ଓକିଲ କହିଛନ୍ତି।

ସୂଚନାଯୋଗ୍ୟ, ଗତ ଫେବୃଆରୀ  ୨୩ ତାରିଖ ଦିନ ପାଟଣାଗଡ଼ ଭୋଳାନାଥପଡ଼ାରେ ପାର୍ସଲ ବୋମା ବିସ୍ଫୋରଣ ଘଟି ଦୁଇ ଜଣଙ୍କ ମୃତ୍ୟୁ ଘଟିଥିଲା। ଏଥିରେ ଅଧ୍ୟାପକ ରବୀନ୍ଦ୍ର ସାହୁଙ୍କ ପୁଅ ସୌମ୍ୟଶେଖର ଓ ତାଙ୍କ ସମ୍ପର୍କୀୟ  ଜେଜେ ମାଆଙ୍କ ମୃତ୍ୟୁ ହୋଇଥିଲା। ତେବେ ତାଙ୍କ ନବବିହାହିତ ବୋହୂ ରୀମାରାଣୀ ଗୁରୁତର ଆହତ ହୋଇଥିଲେ। ଏକ ମାସ ଧରି ବଲାଙ୍ଗିର ପୋଲିସ ଏହି ଘଟଣାର ତଦନ୍ତ କରିଥିଲା। ପରେ କ୍ରାଇମବ୍ରାଞ୍ଚ ଏହି ଘଟଣାର ତଦନ୍ତ କରିଥିଲା।

ଗତ ଏପ୍ରିଲ ୨୪ ତାରିଖରେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଭଇଁଷା ଜ୍ୟୋତିବିକାଶ କଲେଜର ଇଂରାଜୀ ଅଧ୍ୟାପକ ପୁଞ୍ଜିଲାଲକୁ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା।  ପୁଞ୍ଜିଲାଲଙ୍କୁ କ୍ରାଇମବ୍ରାଞ୍ଚ ୨ ଥର ରିମାଣ୍ଡରେ ଆଣି ତଥ୍ୟ ଯୋଗାଡ଼ କରିଥିଲା। ଏବେ ପୁଞ୍ଜିଲାଲ୍ ଜେଲ୍‌ରେ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story