ଭୁବନେଶ୍ୱରକୁ ଫେରିବ କି ଶଟ୍‌ଡାଉନ୍?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ଗାଇଡ୍‌ଲାଇନ୍‌ ନମାନିଲେ ରାଜଧାନୀର ମାର୍କେଟକୁ ଶଟଡାଉନ୍‌ କରିଦିଆଯିବ। କିନ୍ତୁ ଆମେ ସେମିତି କରିବାକୁ ଚାହୁଁନାହୁଁ। ମାର୍କେଟ ବନ୍ଦ ରହିଲେ ବ୍ୟବସାୟୀଙ୍କର ବହୁ କ୍ଷତି ହେବ। ତେଣୁ ସହରରେ ସମସ୍ତେ କରୋନା ଗାଇଡ୍‌ଲାଇନ୍‌ ପାଳନ କରିବାକୁ ଅନୁରୋଧ ବୋଲି ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀ କହିଛନ୍ତି। ରାଜଧାନୀରେ କେମିତି ପାଳନ ହେଉଛି କୋଭିଡ୍ ଗାଇଡଲାଇନ୍? ଏହାର ଅନୁଧ୍ୟାନ କରିବା ପାଇଁ ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀ ଆଜି ସନ୍ଧ୍ୟା ବେଳେ ୟୁନିଟ୍-୨ର ମାର୍କେଟ ବିଲ୍ଡିଂକୁ […]

bbsr

bbsr

Manoranjan Sial
  • Published: Friday, 25 September 2020
  • Updated: 25 September 2020, 08:14 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ଗାଇଡ୍‌ଲାଇନ୍‌ ନମାନିଲେ ରାଜଧାନୀର ମାର୍କେଟକୁ ଶଟଡାଉନ୍‌ କରିଦିଆଯିବ। କିନ୍ତୁ ଆମେ ସେମିତି କରିବାକୁ ଚାହୁଁନାହୁଁ। ମାର୍କେଟ ବନ୍ଦ ରହିଲେ ବ୍ୟବସାୟୀଙ୍କର ବହୁ କ୍ଷତି ହେବ। ତେଣୁ ସହରରେ ସମସ୍ତେ କରୋନା ଗାଇଡ୍‌ଲାଇନ୍‌ ପାଳନ କରିବାକୁ ଅନୁରୋଧ ବୋଲି ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀ କହିଛନ୍ତି।

ରାଜଧାନୀରେ କେମିତି ପାଳନ ହେଉଛି କୋଭିଡ୍ ଗାଇଡଲାଇନ୍? ଏହାର ଅନୁଧ୍ୟାନ କରିବା ପାଇଁ ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀ ଆଜି ସନ୍ଧ୍ୟା ବେଳେ ୟୁନିଟ୍-୨ର ମାର୍କେଟ ବିଲ୍ଡିଂକୁ ଯାଇଥିଲେ। ସାଙ୍ଗରେ ଥିଲେ ଡିସିପି ଉମାଶଙ୍କର ଦାସ।

ଶ୍ରୀ ଷଡଙ୍ଗୀ କହିଛନ୍ତି-“ଆଜି ସ୍ଥିତି ଠିକ୍‌ ଅଛି। ଭିଡ କମ୍‌ ରହିଛି। ଗତକାଲି ମାର୍କେଟ ବିଲ୍‌ଡିଂର କର୍ମକର୍ତ୍ତାଙ୍କ ସହିତ ଆଲୋଚନା କରିଥିଲୁ। କୋଭିଡ୍‌ ଗାଇଡ୍‌ଲାଇନ୍‌ ପାଳନ କରିବାକୁ ସମସ୍ତଙ୍କୁ କହିଥିଲୁ। ଗତ ରଜ ଭଳି ପରିସ୍ଥିତି ସୃଷ୍ଟି କରାନଯାଉ। ରଜ ବେଳେ ଭିଡ ନିୟନ୍ତ୍ରଣ କରାଯାଇନଥିବାରୁ ପୂରା ମାର୍କେଟକୁ ବନ୍ଦ କରିଦିଆଯାଇଥିଲା। ଆଗକୁ ଦୁର୍ଗା ପୂଜା ଥିବାରୁ ଏବେଠାରୁ ପ୍ରସ୍ତୁତ ରହିବାକୁ ପଡ଼ିବ। ଯଦି ଦୋକନରେ କିଛି ଲୋକ କିଣାକିଣ କରୁଛନ୍ତି, ତାହାହେଲେ ଆଉ କାହାରିକୁ ଯିବାକୁ ଅନୁମତି ଦିଆନଯାଉ। ସେମାନଙ୍କ ପାଇଁ ବାହାରେ ବସିବାର ବ୍ୟବସ୍ଥା କରାଯାଉ।”

ସୂଚନା ଯୋଗ୍ୟ ରାଜଧାନୀରେ କରୋନା ସଂକ୍ରମଣ ବଢ଼ୁଥିବା ଦେଖି ସନ୍ଧ୍ୟା ୬ଟା ପରେ ସହରର ଦୋକାନ ବଜାର ବନ୍ଦ କରିବା ପାଇଁ ବ୍ୟବସାୟୀ ସଂଘ ଏକ ପ୍ରସ୍ତାବ ଦେଇଥିଲା। ଏହି ପ୍ରସ୍ତାବକୁ ଅନୁଧ୍ୟାନ କରାଯାଉଛି ବୋଲି ଗତକାଲି ପୁଲିସ କମିଶନର କହିଥିଲେ।

ଅନ୍ୟପକ୍ଷରେ ଭୁବନେଶ୍ୱରରେ କରୋନା ସ୍ଥିତି ନେଇ ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି-“ଭୁବନେଶ୍ୱରରେ କରୋନା ସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ପୂର୍ବ ଭଳି ସଂକ୍ରମଣ ହାର ହ୍ରାସ ପାଇଛି। ବିଏମ୍‌ସି ଅଞ୍ଚଳରେ ଏବେ ୩ ହଜାର ୬୮୩ ଜଣ କରୋନା ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅଛନ୍ତି। ତେବେ ଆକ୍ଟିଭ୍‌ କେସ ଗୁଡ଼ିକ ମଧ୍ୟରୁ ୭୫ ପ୍ରତିଶତ ହୋମ ଆଇସୋଲେସନରେ ଅଛନ୍ତି। ଏହାଛଡ଼ା ବର୍ତ୍ତମାନ ସୁଦ୍ଧା ୧୦ ହଜାର ଲୋକ ଆଇସୋଲେସନରେ ରହିସାରିଛନ୍ତି। ସେମାନଙ୍କ ମଧ୍ୟରୁ ୭ ହଜାର ସୁସ୍ଥ ହୋଇ ସାରିଲେଣି। କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଲାଗି ବିଏମ୍‌ସି ଅଞ୍ଚଳରେ ଆଉ ୬୦ଟି କୋଭିଡ୍ ଆଇସିୟୁ ବେଡ୍‌ ବୃଦ୍ଧି କରାଯାଇଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story