ଏମଆରପିଠୁ ବେଶୀ ଦରରେ ବିକ୍ରି ହେଉଛି ମଦ, ମାନିଲେ ମନ୍ତ୍ରୀ; ନାଁ କୁ ମାତ୍ର କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଏମଆରପିଠୁ ଅଧିକ ଦରରେ ମଦ ବିକ୍ରି ହେଉଛି । ଏପରିକି ମଦ ଦୋକାନୀମାନେ ରସିଦ୍ ଦେଉନାହାନ୍ତି । ମଦ ଦୋକାନୀମାନେ ନିଜର ମନମୁଖୀ କାରବାର ଚଳାଇଥିବାବେଳେ ରାଜ୍ୟ ଅବକାରୀ ବିଭାଗର ସେମାନଙ୍କ ସହ ସଲାସୁତରା ଯୋଗୁ ଗ୍ରାହକ ନିଜର ଅଧିକାରରୁ ବଂଚିତ ହେଉଛି । ରାଜ୍ୟରେ ଏମଆରପିଠୁ ଅଧିକ ଦରରେ ମଦ ବିକ୍ରି ହେଉଛି ବୋଲି ଆଜି ବିଧାନସଭାରେ ଅବକାରୀ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ସ୍ୱୀକାର କରିଥିବାବେଳେ ୨୦୨୨-୨୩ ଆର୍ଥିକ ବର୍ଷର […]

wine

wine

Ordigital Desk
  • Published: Saturday, 30 July 2022
  • Updated: 30 July 2022, 10:29 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଏମଆରପିଠୁ ଅଧିକ ଦରରେ ମଦ ବିକ୍ରି ହେଉଛି । ଏପରିକି ମଦ ଦୋକାନୀମାନେ ରସିଦ୍ ଦେଉନାହାନ୍ତି । ମଦ ଦୋକାନୀମାନେ ନିଜର ମନମୁଖୀ କାରବାର ଚଳାଇଥିବାବେଳେ ରାଜ୍ୟ ଅବକାରୀ ବିଭାଗର ସେମାନଙ୍କ ସହ ସଲାସୁତରା ଯୋଗୁ ଗ୍ରାହକ ନିଜର ଅଧିକାରରୁ ବଂଚିତ ହେଉଛି । ରାଜ୍ୟରେ ଏମଆରପିଠୁ ଅଧିକ ଦରରେ ମଦ ବିକ୍ରି ହେଉଛି ବୋଲି ଆଜି ବିଧାନସଭାରେ ଅବକାରୀ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ସ୍ୱୀକାର କରିଥିବାବେଳେ ୨୦୨୨-୨୩ ଆର୍ଥିକ ବର୍ଷର ପ୍ରଥମ ୬ମାସରେ ୩୧ଟି ଏଭଳି ମାମଲା(ଏମଆରପିରୁ ଅଧିକ ଦରରେ ବିକ୍ରି) ରୁଜୁ କରାଯାଇଛି ଓ ସେଥିରୁ ମାତ୍ର ୮ଟି ମାମଲା ଫଇସଲା ହୋଇଛି ଓ ବାକି ୨୩ଟି କେସ୍ ବିଚାରାଧୀନ ରହିଛି ବୋଲି କହିଛନ୍ତି । ତେବେ ଏମଆରପିଠୁ କୌଣସି ସାମଗ୍ରୀ ଅଧିକ ଦରରେ ବିକ୍ରି ହେବାର ନିୟମ ନଥିବାବେଳେ ମଦ କିଭଳି ଏହି ଦୋକାନୀମାନେ ବିକ୍ରି କରୁଛନ୍ତି ଓ ଗ୍ରାହକଙ୍କ ଅଭିଯୋଗ ଉପରେ ତ୍ୱରିତ୍ କାର୍ଯ୍ୟାନୁଷ୍ଠାନ ନେବାକୁ ସରକାର କାହିଁକି ଏତେ ଟାଳଟୂଳ ନୀତି ଅବଲମ୍ବନ କରୁଛନ୍ତି ତାହା ଅସ୍ପଷ୍ଟ ।

ମନ୍ତ୍ରୀ ଶ୍ରୀ ପାତ୍ର ଆଜି ବିଧାନସଭାରେ କହିଛନ୍ତି ଯେ, କୌଣସି ସାମଗ୍ରୀ କିଣିଲେ ରସିଦ୍ ଦେବାର ବ୍ୟବସ୍ଥା ଅଛି । ସେହିପରି ମଦ କିଣିବାରେ ମଧ୍ୟ ରସିଦ୍ ଦେବାର ବ୍ୟବସ୍ଥା ରହିଛି । ତେବେ ରସିଦ୍ ନେବେ କି ନାହିଁ ତାହା ଗ୍ରାହକଙ୍କ ଉପରେ ନିର୍ଭର କରୁଛି । ରାଜ୍ୟରେ ଦେଶୀ ଓ ବିଦେଶୀ ମଦଦୋକାନଗୁଡ଼ିକରେ ଏମଆରପିଠୁ ଅଧିକ ଦାମରେ ମଦ ବିକ୍ରି ହେଉଥିବାର ଖବର ସରକାରଙ୍କ ଦୃଷ୍ଟିକୁ ଆସିଛି । ଅଚାନକ ଦୋକାନଗୁଡ଼ିକ ପରିଦର୍ଶନ ସମୟରେ କିମ୍ବା ଅଧିକ ଦାମରେ ବିକ୍ରିର କୌଣସି ଅଭିଯୋଗ ଆସିବା ମାତ୍ରେ ତାହାର ତଦନ୍ତ ଜିଲ୍ଲାସ୍ତରରେ ଓ ଆବଶ୍ୟକସ୍ଥଳେ ଡିଭିଜନ ଓ ରାଜ୍ୟସ୍ତରୀୟ ସ୍କ୍ୱାର୍ଡ ଦ୍ୱାରା କରାଯାଇଥାଏ। ଅଭିଯୋଗର ସତ୍ୟାସତ୍ୟ ନିର୍ଦ୍ଧାରଣ ପରେ ସମ୍ପୃକ୍ତ ଲାଇସେନ୍ସଧାରୀଙ୍କ ବିରୁଦ୍ଧରେ ଗୁରୁତର ଅନିୟମିତତା ରିପୋର୍ଟ(ଏସଆଇଆର) ଦରଜ ହୋଇ ତଦନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥାଏ ।

୨୦୨୧-୨୨ରେ ସମଗ୍ର ରାଜ୍ୟରେ ମୋଟ ୨୯ଟି ଏମଆରପିଠୁ ଅଧିକ ଦରରେ ମଦ ବିକ୍ରି ମାମଲା ହୋଇଛି । ଏଥିରେ ୨୯ଲକ୍ଷ ଟଙ୍କା ଜୋରିମାନା ଆଦାୟ ହୋଇଛି । ସେହିପରି ୨୦୨୨-୨୩ ଆର୍ଥିକ ବର୍ଷରେ ଜୁନ୍ ମାସ ଶେଷ ସୁଦ୍ଧା ମୋଟ ୩୧ଟି ଏମଆରପି ଉଲ୍ଲଘଂନ କେସରେ ୮ଟିର ଫଇସଲା ହୋଇ ୮ଲକ୍ଷ ଟଙ୍କା ଜୋରିମାନା ଆଦାୟ ହୋଇଛି । ବାକି ୨୩ଟି ମାମଲା ଏବେ ବିଚାରାଧୀନ ରହିଛି । ତେବେ ରାଜ୍ୟରେ ମଦ ଦୋକାନୀମାନେ ଏମଆରପିଠୁ ଅଧିକ ଦରରେ ବିକ୍ରି କିଭଳି କରୁଛନ୍ତି ଓ କାହିଁକି ଗ୍ରାହକଙ୍କୁ ବାଧ୍ୟତାମୂଳକ ଭାବେ ରସିଦ୍ ଦେବା ବ୍ୟବସ୍ଥା ସରକାର କରୁନାହାନ୍ତି ସେ ନେଇ ଗ୍ରାହକଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story