ଜିରୋ ନାଇଟକୁ ରଙ୍ଗୀନ କରିବ ମଦ ଆସର, ଅଧ ରାତି ପର୍ଯ୍ୟନ୍ତ ଖୋଲା ରହିବ ମଦ ଦୋକାନ ଓ ବାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସରିସରି ଆସୁଛି ୨୦୧୯। ଶୁଭିଲାଣି ୨୦୨୦ର ପଦଧ୍ୱନି। ଆସନ୍ତାକାଲି ରାତିରେ ଜିରୋ ନାଇଟ୍‌ ସେଲିବ୍ରେସନ ପାଇଁ ବିଭିନ୍ନ ସହରରେ ଚୂଡ଼ାନ୍ତ ପର୍ଯ୍ୟାୟ ପ୍ରସ୍ତୁତି। ସେଥିପାଇଁ ହୋଟେଲ୍‌, ରେଷ୍ଟୁରାଣ୍ଟ ଓ କ୍ଲବ ପକ୍ଷରୁ ହାଇଫାଇ ଆୟୋଜନ କରାଯାଇଛି। ନୂଆବର୍ଷ ସେଲିବ୍ରେସନ୍‌କୁ ଟିକେ ରଙ୍ଗୀନ କରିବା ପାଇଁ ବିଳମ୍ୱିତ ରାତି ପର୍ଯ୍ୟନ୍ତ ଖୋଲା ରହିବ ମଦ ଦୋକାନ। ଏହି ନିୟମ କେବଳ ରାଜ୍ୟର ୩ଟି ସହରରେ ଲାଗୁ ହେବ। ଏଥିପାଇଁ ଅବକାରୀ ବିଭାଗ ନିର୍ଦ୍ଦେଶନାମା ଜାରି କରିଛି। […]

wine-shop-may-be-open-late-night

Manoranjan Sial
  • Published: Monday, 30 December 2019
  • , Updated: 30 December 2019, 10:06 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସରିସରି ଆସୁଛି ୨୦୧୯। ଶୁଭିଲାଣି ୨୦୨୦ର ପଦଧ୍ୱନି। ଆସନ୍ତାକାଲି ରାତିରେ ଜିରୋ ନାଇଟ୍‌ ସେଲିବ୍ରେସନ ପାଇଁ ବିଭିନ୍ନ ସହରରେ ଚୂଡ଼ାନ୍ତ ପର୍ଯ୍ୟାୟ ପ୍ରସ୍ତୁତି। ସେଥିପାଇଁ ହୋଟେଲ୍‌, ରେଷ୍ଟୁରାଣ୍ଟ ଓ କ୍ଲବ ପକ୍ଷରୁ ହାଇଫାଇ ଆୟୋଜନ କରାଯାଇଛି। ନୂଆବର୍ଷ ସେଲିବ୍ରେସନ୍‌କୁ ଟିକେ ରଙ୍ଗୀନ କରିବା ପାଇଁ ବିଳମ୍ୱିତ ରାତି ପର୍ଯ୍ୟନ୍ତ ଖୋଲା ରହିବ ମଦ ଦୋକାନ। ଏହି ନିୟମ କେବଳ ରାଜ୍ୟର ୩ଟି ସହରରେ ଲାଗୁ ହେବ। ଏଥିପାଇଁ ଅବକାରୀ ବିଭାଗ ନିର୍ଦ୍ଦେଶନାମା ଜାରି କରିଛି।

ରାଜଧାନୀ ଭୁବନେଶ୍ୱର ଓ କଟକ ମହାନଗର ନିଗମ ସହ ପୁରୀ ପୌରାଞ୍ଚଳରେ ମଦ ଦୋକାନ ଗୁଡ଼ିକ ବିଳମ୍ୱିତ ରାତି ପର୍ଯ୍ୟନ୍ତ ଖୋଲା ରହିବ। ଡିସେମ୍ବର ୩୧ ତାରିଖରେ ରାତି ଗୋଟାଏ ପର୍ଯ୍ୟନ୍ତ ମଦ ବିକ୍ରି ହୋଇପାରିବ। ମଦ ଦୋକାନ ଓ ବାରରେ ମିଳିବ ବିଦେଶୀ ମଦ। ଏଥିପାଇଁ ରାଜ୍ୟ ସରକାରଙ୍କ ଅବକାରୀ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରିଛି।

Related story