ମଦ ଦୋକାନ ସାଇନ୍‌ ବୋର୍ଡରେ ଆଉ ଲେଖାହେବନି ‘ସରକାରୀ ମଦ ଦୋକାନ’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନୂଆ ମଦ ଦୋକାନ ଖୋଲିବା ନିୟମକୁ କଡ଼ାକଡି କଲେ ରାଜ୍ୟ ସରକାର। ଏଣିକି ରାଜ୍ୟରେ ସପିଂ କମ୍ପ୍ଲେକ୍ସ, ମଲ୍ ଓ  ଗ୍ରାମାଞ୍ଚଳରେ ନୂଆ ମଦ ଦୋକାନ ଖୋଲିବାକୁ ଅନୁମତି ଦିଆଯିବନି। ଯଦି ଖୋଲାଯିବ, ତାହାହେଲେ ଏଥିପାଇଁ କିଛି ନିର୍ଦ୍ଦିଷ୍ଟ ସର୍ତ୍ତ ରଖାଯାଇଛି। ସପିଂ କମ୍ପ୍ଲେକ୍ସରେ ତାରକା ହୋଟେଲ ଥିଲେ ମଦ ଦୋକାନ ଖୋଲିବାକୁ ଲାଇଲେନ୍ସ ଦିଆଯିବ। ସେହିପରି ଗ୍ରାମାଞ୍ଚଳର କୌଣସି ହୋଟେଲରେ କମ୍‌ରେ ୬ ରୁମ ବିଶିଷ୍ଟ ଲଜିଂ ବ୍ୟବସ୍ଥା ରହିଥିଲେ ଲାଇସେନ୍ସ […]

PCOS-and-alcohol

Rakesh Mallick
  • Published: Friday, 30 March 2018
  • , Updated: 30 March 2018, 09:40 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନୂଆ ମଦ ଦୋକାନ ଖୋଲିବା ନିୟମକୁ କଡ଼ାକଡି କଲେ ରାଜ୍ୟ ସରକାର। ଏଣିକି ରାଜ୍ୟରେ ସପିଂ କମ୍ପ୍ଲେକ୍ସ, ମଲ୍ ଓ  ଗ୍ରାମାଞ୍ଚଳରେ ନୂଆ ମଦ ଦୋକାନ ଖୋଲିବାକୁ ଅନୁମତି ଦିଆଯିବନି। ଯଦି ଖୋଲାଯିବ, ତାହାହେଲେ ଏଥିପାଇଁ କିଛି ନିର୍ଦ୍ଦିଷ୍ଟ ସର୍ତ୍ତ ରଖାଯାଇଛି। ସପିଂ କମ୍ପ୍ଲେକ୍ସରେ ତାରକା ହୋଟେଲ ଥିଲେ ମଦ ଦୋକାନ ଖୋଲିବାକୁ ଲାଇଲେନ୍ସ ଦିଆଯିବ। ସେହିପରି ଗ୍ରାମାଞ୍ଚଳର କୌଣସି ହୋଟେଲରେ କମ୍‌ରେ ୬ ରୁମ ବିଶିଷ୍ଟ ଲଜିଂ ବ୍ୟବସ୍ଥା ରହିଥିଲେ ଲାଇସେନ୍ସ ପ୍ରଦାନ କରାଯିବ। ଏଣିକି ମଦ ଦୋକାନ ସାଇନ୍‌ ବୋର୍ଡ଼ରେ ଆଉ ‘ସରକାରୀ ମଦ ଦୋକାନ’ ବୋଲି ଲେଖାଯାଇପାରିବ ନାହିଁ। ରାଜ୍ୟ ସରକାର ୨୦୧୮-୧୯ ବର୍ଷ ପାଇଁ ଆଣିଥିବା ନୂଆ ଅବକାରୀ ନୀତିରେ ଏଭଳି ବ୍ୟବସ୍ଥା କରିଛନ୍ତି। ସେହିପରି ସିଡ୍ୟୁଲ ଏରିଆରେ ଯଦି ଗ୍ରାମସଭାର ଆପତ୍ତି ଥିବ, ସେଠାରେ ଥିବା ମଦ ଦୋକାନର ଲାଇସେନ୍ସ ନବୀକରଣ ହେବ ନାହିଁ।

ମଦ ଦୋକାନରେ ଝୁଲିବ ସଚେତନତା ଫଳକ

ଅତ୍ୟଧିକ ମଦ୍ୟପାନ ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ। ଏଣିକି ପ୍ରତ୍ୟେକ ଦୋକାନରେ ଏହି ସ୍ୱାସ୍ଥ୍ୟ ସଚେତନତା ବାର୍ତ୍ତା ଲେଖିବା  ବାଧ୍ୟତାମୂଳକ ହେବ। ନୂଆ ନୀତି ଅନୁସାରେ ଦୋକାନୀ ଏମ୍‌ଆର୍‌ପିଠାରୁ ଅଧିକ ଦରରେ ମଦ ବକିପାରିବେ ନାହିଁ। ରାଜ୍ୟକୁ  ଯେମିତି ଅଧିକ ନୂଆ ମଦ ବ୍ରାଣ୍ଡ ଆସିବେ ସେଥିଲାଗି ଲେବୁଲ ରେଜିଷ୍ଟ୍ରେସନ ଫି’କୁ ସରଳ କରାଯାଇଛି। ଦେଶୀ ମଦରେ ଆଲକୋହଲର ପରିମାଣ କମିବ। ତେବେ ଅପ୍ଲିକେସନ ଫି’କୁ ସରକାର ୬୦ ହଜାରରୁ ୧ ଲକ୍ଷ ଓ ୟୁଜର୍ସ ଫି ୧୦ ହଜାରରୁ ୨୫ ହଜାରକୁ ବୃଦ୍ଧି କରିଛନ୍ତି।

Related story