ଥରୁଛି ସାରା ରାଜ୍ୟ; ଫୁଲବାଣୀରେ ସର୍ବନିମ୍ନ ୪.୮ ଡିଗ୍ରୀ

ଭୁବନେଶ୍ୱର: ହାଡ଼ଭଙ୍ଗା ଶୀତରେ ଥରୁଛି ସାରା ଓଡ଼ିଶା। ଆଜି ରାଜ୍ୟର ୯ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି। ଫୁଲବାଣୀରେ ତାପମାତ୍ରା ସର୍ବନିମ୍ନ ୪.୮ ଡିଗ୍ରୀ ରହିଥିବା ବେଳେ ଭବାନୀପାଟଣାରେ ୭ ଓ ଦାରିଙ୍ଗବାଡ଼ିରେ ୭.୨ ଡିଗ୍ରୀ ରହିଥିଲା। ସମ୍ବଲପୁର ଓ ହୀରାକୁଦରେ ତାପମାତ୍ରା ୭.୫ ଡିଗ୍ରୀ ଲେଖାଏଁ ରହିଥିଲା। ଅନୁଗୋଳରେ ତାପମାତ୍ରା ୭.୬ ଡିଗ୍ରୀ ରହିଥିବା ବେଳେ ସୁନ୍ଦରଗଡ଼ରେ ୮, ଝାରସୁଗୁଡ଼ାରେ ୮.୩ ଓ କୋରାପୁଟରେ ୯ ଡିଗ୍ରୀ ରହିଥିଲା। ଭୁବନେଶ୍ୱରରେ ତାପମାତ୍ରା ୧୨.୩ […]

phulbani

Rakesh Mallick
  • Published: Thursday, 22 December 2016
  • , Updated: 22 December 2016, 08:01 PM IST

ଭୁବନେଶ୍ୱର: ହାଡ଼ଭଙ୍ଗା ଶୀତରେ ଥରୁଛି ସାରା ଓଡ଼ିଶା। ଆଜି ରାଜ୍ୟର ୯ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି। ଫୁଲବାଣୀରେ ତାପମାତ୍ରା ସର୍ବନିମ୍ନ ୪.୮ ଡିଗ୍ରୀ ରହିଥିବା ବେଳେ ଭବାନୀପାଟଣାରେ ୭ ଓ ଦାରିଙ୍ଗବାଡ଼ିରେ ୭.୨ ଡିଗ୍ରୀ ରହିଥିଲା। ସମ୍ବଲପୁର ଓ ହୀରାକୁଦରେ ତାପମାତ୍ରା ୭.୫ ଡିଗ୍ରୀ ଲେଖାଏଁ ରହିଥିଲା। ଅନୁଗୋଳରେ ତାପମାତ୍ରା ୭.୬ ଡିଗ୍ରୀ ରହିଥିବା ବେଳେ ସୁନ୍ଦରଗଡ଼ରେ ୮, ଝାରସୁଗୁଡ଼ାରେ ୮.୩ ଓ କୋରାପୁଟରେ ୯ ଡିଗ୍ରୀ ରହିଥିଲା। ଭୁବନେଶ୍ୱରରେ ତାପମାତ୍ରା ୧୨.୩ ଡିଗ୍ରୀ ରହିଥିବା ବେଳେ କଟକରେ ୧୨.୫ ଡିଗ୍ରୀ ରହିଥିଲା।

ସୋନପୁରରେ ତାପମାତ୍ରା ୧୦.୮ ଡିଗ୍ରୀ ରହିଥିବା ବେଳେ ଟିଟିଲାଗଡ଼ରେ ୧୦.୫, ବଲାଙ୍ଗିରରେ ୧୦.୭, ତାଳଚେରରେ ୧୦.୩, କେନ୍ଦୁଝରରେ ୧୦.୧, ବାରିପଦାରେ ୧୧.୫ ବାଲେଶ୍ୱରରେ ୧୨.୮ ଡିଗ୍ରୀ ରହିଥିଲା।

Related story