ଆଜିଠୁ ଶୀତ ଅଧିବେଶନ, ଶାସକ ଦଳକୁ ଘେରିବା ପାଇଁ ବିରୋଧୀଙ୍କ ବ୍ଲୁ ପ୍ରିଣ୍ଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା କଟକଣା ଭିତରେ ଆଜିଠୁ ଆରମ୍ଭ ହେଉଛି ବିଧାନସଭାର ଶୀତକାଳୀନ ଅଧିବେଶନ । ଡିସେମ୍ବର ୩୧ ପର୍ଯ୍ୟନ୍ତ ଅଧିବେଶନ ଚାଲିବାକୁ ଧାର୍ଯ୍ୟ ହୋଇଛି । ଆଜି ଅତିରିକ୍ତ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ । ଏଥିରେ ପ୍ରାୟ ୧୧ ହଜାର ୨ଶହ କୋଟିର ବ୍ୟୟବରାଦ ହୋଇଥିବା ସୂଚନା ମିଳିଛି । ଆଜି ବିଧାନସଭା ପ୍ରଥମ ଦିନର ପ୍ରଥମ ସେସନ୍‌ରେ ଦିବଙ୍ଗତ ନେତାଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଦିଆଯିବ । ପୂର୍ବତନ ବାଚସ୍ପତି ଶରତ କର, ପୂର୍ବତନ […]

Odisha-assembly-1

Niharika Rout
  • Published: Friday, 20 November 2020
  • , Updated: 20 November 2020, 07:39 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା କଟକଣା ଭିତରେ ଆଜିଠୁ ଆରମ୍ଭ ହେଉଛି ବିଧାନସଭାର ଶୀତକାଳୀନ ଅଧିବେଶନ । ଡିସେମ୍ବର ୩୧ ପର୍ଯ୍ୟନ୍ତ ଅଧିବେଶନ ଚାଲିବାକୁ ଧାର୍ଯ୍ୟ ହୋଇଛି । ଆଜି ଅତିରିକ୍ତ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ । ଏଥିରେ ପ୍ରାୟ ୧୧ ହଜାର ୨ଶହ କୋଟିର ବ୍ୟୟବରାଦ ହୋଇଥିବା ସୂଚନା ମିଳିଛି ।

ଆଜି ବିଧାନସଭା ପ୍ରଥମ ଦିନର ପ୍ରଥମ ସେସନ୍‌ରେ ଦିବଙ୍ଗତ ନେତାଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଦିଆଯିବ । ପୂର୍ବତନ ବାଚସ୍ପତି ଶରତ କର, ପୂର୍ବତନ ଶାସକ ଦଳ ମୁଖ୍ୟ ସଚେତକ ଗୁରୁପଦ ନନ୍ଦ, ପୂର୍ବତନ ସଭ୍ୟ ସ୍ୱର୍ଗତ କାର୍ତ୍ତିକେଶ୍ୱର ପାତ୍ର ଏବଂ ରାଜ୍ୟର ଯେଉଁ କରୋନା ଯୋଦ୍ଧା କୋଭିଡ୍ ମହାମାରୀରେ ପ୍ରାଣ ହରାଇଛନ୍ତି, ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବ । ଅପରାହ୍ନ ସେସନ୍‌ରେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଆଗତ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍‌ ଆଗତ କରିବେ।

ମୌସୁମୀ ଅଧିବେଶନ ଭଳି ଏଥର ବି ପ୍ରଶ୍ନକାଳ ରହିବ ନାହିଁ । ଅନ୍ୟପକ୍ଷରେ ଏଥର ତାରକା ପ୍ରଶ୍ନ ବି ରହିବ ନାହିଁ । ଗୃହ ପ୍ରତିଦିନ ୧୦.୩୦ରୁ ଗୋଟାଏ ଓ ଅପରାହ୍ଣ ୩ଟାରୁ ୫ଟା ଏଭଳି ପ୍ରାୟ ସାଢେ ଚାରି ଘଣ୍ଟା ଚାଲିବ । ରବିବାର ବି ଗୃହକାର୍ଯ୍ୟ ଚାଲିବ । ୪୦ ଦିନର ଏହି ଲମ୍ବା ଅଧିବେଶନରେ ବିଧାନସଭାରେ ଶାସକ ଦଳକୁ ଘେରିବାକୁ ଉଭୟ ବିଜେପି ଓ କଂଗ୍ରେସ ପ୍ରସ୍ତୁତ କରିଛନ୍ତି ବ୍ଲୁ ପ୍ରିଣ୍ଟ ।

ଧାନ କିଣାରେ ଅବ୍ୟବସ୍ଥା, ବଗଲା ଧର୍ମଶାଳା ଜମି ଦୁର୍ନୀତି, ସୀମା ବିବାଦ, ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି, ବିଦ୍ୟୁତ୍‌ ଦର ବୃଦ୍ଧି ପ୍ରମୁଖ ପ୍ରସଙ୍ଗକୁ ଅସ୍ତ୍ର କରିବ ବିଜେପି । ସେହିପରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ଘରେ ଅନୁଷ୍ଠିତ ବୈଠକରେ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଛି । ସେପଟେ ବିରୋଧୀଙ୍କ ସବୁ ପ୍ରଶ୍ନର ଉତ୍ତର ଦେବାକୁ ପ୍ରସ୍ତୁତ ଶାସକ ଦଳ । ବିରୋଧୀଙ୍କୁ ମୁକାବିଲା କରିବାକୁ ରଣନୀତି ପ୍ରସ୍ତୁତ ହୋଇଛି । ଏଥର ଗୃହ ଭିତରେ ଓ ବାହାରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବା ସହ ୩୦ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯିବ।

 

Related story