ପ୍ରତିଶ୍ରୁତି ମିଳିବା ପରେ ଡାକ୍ତର ଓ କର୍ମଚାରୀଙ୍କ ଧାରଣା ହଟିଲା

ଉଦଳା(ମାନସ ପାଣି): ମୟୂରଭଞ୍ଜ ଜିଲ୍ଲା ଉଦଳା ଡାକ୍ତରଖାନା ଆଉଟଡୋର ଆଗରେ ଡାକ୍ତର ଓ ସୁରକ୍ଷା କର୍ମୀ ଚଳାଇଥିବା ଧାରଣା ପ୍ରତ୍ୟାହୃତ ହୋଇଛି । ଡାକ୍ତର ଓ ସୁରକ୍ଷାକର୍ମୀଙ୍କୁ ମାଡ ସହ ଡାକ୍ତରଖାନାର ଆସବାବପତ୍ର ଭଙ୍ଗାରୁଜା ଘଟଣା ପ୍ରତିବାଦରେ ଡାକ୍ତରଙ୍କ ସମେତ ବହୁ କର୍ମଚାରୀ ଆଜି ଧାରଣାରେ ବସିଥିଲେ।  ଫଳରେ ଆଉଟଡୋର ସଂପୂର୍ଣ୍ଣ ବନ୍ଦ ରହିବା ସହ ରୋଗୀ ସେବା ବାଧାପ୍ରାପ୍ତ ହୋଇଥିଲା।  ତୁରନ୍ତ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ଡାକ୍ତର ଓ କର୍ମଚାରୀ। ଘଟଣାସ୍ଥଳରେ […]

docter

Jyoshna Pradhan
  • Published: Sunday, 21 July 2019
  • , Updated: 21 July 2019, 03:14 PM IST

ଉଦଳା(ମାନସ ପାଣି): ମୟୂରଭଞ୍ଜ ଜିଲ୍ଲା ଉଦଳା ଡାକ୍ତରଖାନା ଆଉଟଡୋର ଆଗରେ ଡାକ୍ତର ଓ ସୁରକ୍ଷା କର୍ମୀ ଚଳାଇଥିବା ଧାରଣା ପ୍ରତ୍ୟାହୃତ ହୋଇଛି । ଡାକ୍ତର ଓ ସୁରକ୍ଷାକର୍ମୀଙ୍କୁ ମାଡ ସହ ଡାକ୍ତରଖାନାର ଆସବାବପତ୍ର ଭଙ୍ଗାରୁଜା ଘଟଣା ପ୍ରତିବାଦରେ ଡାକ୍ତରଙ୍କ ସମେତ ବହୁ କର୍ମଚାରୀ ଆଜି ଧାରଣାରେ ବସିଥିଲେ।  ଫଳରେ ଆଉଟଡୋର ସଂପୂର୍ଣ୍ଣ ବନ୍ଦ ରହିବା ସହ ରୋଗୀ ସେବା ବାଧାପ୍ରାପ୍ତ ହୋଇଥିଲା।  ତୁରନ୍ତ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ଡାକ୍ତର ଓ କର୍ମଚାରୀ।

ଘଟଣାସ୍ଥଳରେ ଉପଜିଲ୍ଲାପାଳ, ସିଡିଏମଓ, ଉପଖଣ୍ଡ ଚିକିତ୍ସା ଅଧିକାରୀ ଓ ସ୍ଥାନୀୟ ବିଧାୟକ ପ୍ରମୁଖ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ।  ଉଦଳା ଡାକ୍ତରଖାନା ପରିସରରେ ପୁଲିସ ଆଉଟପୋଷ୍ଟ ସ୍ଥାପନ ନେଇ ପ୍ରତିଶ୍ରୁତି ମିଳିବା ପରେ ଧାରଣା ହଟିଛି।ଏବେ ରୋଗୀ ସେବା ସ୍ୱାଭାବିକ ହୋଇଛି।

ସୂଚନାଯୋଗ୍ୟ, ଗତକାଲି ବିଳମ୍ୱିତ ରାତିରେ ତିନି ଜଣ ନିଶାଶକ୍ତ ଯୁବକ ଦୁର୍ଘଟଣାରେ ସାମାନ୍ୟ ଆହତ ହୋଇ  ଉଦଳା ଡାକ୍ତରଖାନାକୁ ଯାଇଥିଲେ। ଚିକିତ୍ସା ପରେ ଡାକ୍ତର ନାଁ ପଚାରିବାରୁ ଉତ୍ତ୍ୟକ୍ତ ହୋଇ ସେମାନେ ଡାକ୍ତରଙ୍କୁ ମାଡ଼ ମାରିଥିଲେ। ନିକଟରେ ଥିବା ଦୁଇ ଜଣ ସୁରକ୍ଷାକର୍ମୀ ବି ଏଥିରୁ ବର୍ତ୍ତି ନଥିଲେ।  ଏହି ତିନି ଯୁବକ ମାଡ଼ ମାରିବା ସହ ଡାକ୍ତରଖାନାର ବିଭିନ୍ନ ଆସବାବପତ୍ର ଭାଙ୍ଗିଦେଇଥିବା ଡାକ୍ତର ଅଭିଯୋଗ କରିଥିଲେ।

ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତମାନଙ୍କୁ ଅଟକ ରଖି ପଚରାଉଚରା କରୁଛି। ଏହି ତିନି ଯୁବକଙ୍କ ଘର ଉଦଳା ଅଞ୍ଚଳରେ ବୋଲି ଜଣାପଡ଼ିଛି।

Related story