ତିର୍ତ୍ତୋଲରେ ବିଜେଡିର ନୂଆ ରେକର୍ଡ, ସଫଳ ହେଲା ତ୍ରିମୂର୍ତ୍ତିଙ୍କ ରଣନୀତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଆସନ ପାଇଁ ଉପନିର୍ବାଚନରେ ବିଜେଡି ବାଜିମାତ୍ କରିଥିବାବେଳେ ତିର୍ତ୍ତୋଲ ଆସନରେ ଏକ ନୂଆ ରେକର୍ଡ ସ୍ଥାପନ ହୋଇଛି। ନିର୍ବାଚନମଣ୍ଡଳୀର ପୁର୍ନଗଠନ ପରଠୁ ଏହା ବିଜେଡିର ଗଡ଼ ଭାବେ ପରିଚିତ ହେଉଥିଲେ ମଧ୍ୟ ଚଳିତ ଉପନିର୍ବାଚନରେ ବିଜେଡିକୁ ଅଦ୍ୟାବଧିର ସବୁଠୁ ଅଧିକ ଭୋଟ୍ ମିଳିଛି। ବାଲେଶ୍ୱର ସଦର ଆସନରେ ପୁଳାପୁଳା ମନ୍ତ୍ରୀ ଓ ବିଧାୟକଙ୍କଠୁ ଆରମ୍ଭ କରି ଶାସକ ବିଜେଡିର ପ୍ରାୟ ୨୫୦ରୁ ଅଧିକ ନେତା ଉପନିର୍ବାଚନ ପରିଚାଳନା ଦାୟିତ୍ୱରେ […]

bjd

bjd

Manoranjan Sial
  • Published: Tuesday, 10 November 2020
  • Updated: 10 November 2020, 11:15 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଆସନ ପାଇଁ ଉପନିର୍ବାଚନରେ ବିଜେଡି ବାଜିମାତ୍ କରିଥିବାବେଳେ ତିର୍ତ୍ତୋଲ ଆସନରେ ଏକ ନୂଆ ରେକର୍ଡ ସ୍ଥାପନ ହୋଇଛି। ନିର୍ବାଚନମଣ୍ଡଳୀର ପୁର୍ନଗଠନ ପରଠୁ ଏହା ବିଜେଡିର ଗଡ଼ ଭାବେ ପରିଚିତ ହେଉଥିଲେ ମଧ୍ୟ ଚଳିତ ଉପନିର୍ବାଚନରେ ବିଜେଡିକୁ ଅଦ୍ୟାବଧିର ସବୁଠୁ ଅଧିକ ଭୋଟ୍ ମିଳିଛି।

ବାଲେଶ୍ୱର ସଦର ଆସନରେ ପୁଳାପୁଳା ମନ୍ତ୍ରୀ ଓ ବିଧାୟକଙ୍କଠୁ ଆରମ୍ଭ କରି ଶାସକ ବିଜେଡିର ପ୍ରାୟ ୨୫୦ରୁ ଅଧିକ ନେତା ଉପନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିବାବେଳେ ତିର୍ତ୍ତୋଲରେ ଦଳର ୩ ପ୍ରଭାବଶାଳୀ ନେତା(ତ୍ରିମୂର୍ତ୍ତି) ଅତନୁ ସବ୍ୟସାଚୀ ନାୟକ, ସଞ୍ଜୟ ଦାସବର୍ମା ଓ ଅରୁଣ ସାହୁଙ୍କ ବ୍ୟତୀତ ଜଗତସିଂହପୁର ଜିଲ୍ଲା ସଭାପତି ପ୍ରଶାନ୍ତ ମୁଦୁଲିଙ୍କ କାନ୍ଧରେ ନିର୍ବାଚନ ପରିଚାଳନା ଦାୟିତ୍ୱ ନ୍ୟସ୍ତ ହୋଇଥିଲା। ଆଉ ଏହି ୩ନେତାଙ୍କ ରଣନୀତି ଯୋଗୁ ଦଳ ୨୦୦୯ ମସିହା ପରଠୁ ସର୍ବାଧିକ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଛି।

ଦଳ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ୨୦୦୯ ସାଧାରଣ ନିର୍ବାଚନରେ ବିଜେଡି ପ୍ରାର୍ଥୀ ରବୀନ୍ଦ୍ର ଭୋଇ ନିଜର ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସର ରାଜକିଶୋର ବେହେରାଙ୍କଠୁ ୩୪୧୮୨ଖଣ୍ଡ ଭୋଟ(୨୪.୪%) ଭୋଟରେ ବିଜୟୀ ହୋଇଥିବାବେଳେ ୨୦୧୪ ନିର୍ବାଚନରେ ବିଜେଡି ପ୍ରାର୍ଥୀ ଡାକ୍ତର ରାଜଶ୍ରୀ ମଲ୍ଲିକ ନିଜର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ରାଜକିଶୋର ବେହେରାଙ୍କଠୁ ୩୫୪୪୮ଖଣ୍ଡ ଭୋଟ୍ (୨୨ %) ଏବଂ ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ପ୍ରାର୍ଥୀ ବିଷ୍ଣୁ ଦାସ ନିଜର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ରମାକାନ୍ତ ଭୋଇଙ୍କଠୁ ୪୦୩୮୬ ଖଣ୍ଡ ଭୋଟ୍ (୨୩.୨୮%) ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଥିଲେ।
କିନ୍ତୁ ଚଳିତ ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ବିଜୟଶଙ୍କର ଦାସ ନିଜର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପିର ରାଜକିଶୋର ବେହେରାଙ୍କଠୁ ୪୧୭୦୩ଖଣ୍ଡ ଭୋଟ (୨୪.୯୯%) ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଛନ୍ତି।

ବିଜେଡିକୁ ଚଳିତଥର ତିର୍ତ୍ତୋଲରେ ସର୍ବାଧିକ ଭୋଟ୍ ମିଳିଛି। ତିର୍ତ୍ତୋଲ ନିର୍ବାଚନମଣ୍ଡଳୀରେ ତୀବ୍ର ଗୋଷ୍ଠୀକନ୍ଦଳ ଓ ଛକାପଞ୍ଝା ସତ୍ତେ୍ୱ ଦଳୀୟ ପ୍ରାର୍ଥୀ ଅଦ୍ୟାବଧିର ସର୍ବାଧିକ ଭୋଟ୍ ବ୍ୟବଧାନରେ ବିଜୟୀ କରାଇବାରେ ଏହି ତ୍ରିମୂର୍ତ୍ତି ସଫଳ ହୋଇଛନ୍ତି। ଯଦିଓ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ସାଂସଦ ରାଜଶ୍ରୀ ମଲ୍ଲିକଙ୍କର ରହିଥିବା ପୂର୍ବ ତିକ୍ତତା ଯୋଗୁ ତାଙ୍କର ବହୁ ସମର୍ଥକ ଦିବଂଗତ ବିଷ୍ଣୁ ଦାସଙ୍କ ପୁଅ ତଥା ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସଙ୍କ ସପକ୍ଷରେ ଭୋଟ୍ ଦେଇନଥିବା ଜଣାପଡ଼ିଛି। ସେହିପରି ପ୍ରଥମରୁ ଦଳର ଗୋଟିଏ ପ୍ରଭାବଶାଳୀ ଗୋଷ୍ଠୀ ବିଜୟଶଙ୍କର ପ୍ରାର୍ଥୀତ୍ୱକୁ ବିରୋଧ କରି ଅନ୍ୟଜଣକୁ ପ୍ରାର୍ଥୀ କରିବା ଉପରେ ଚାପ ପକାଉଥିବାର ଫଳ ମଧ୍ୟ ନିର୍ବାଚନ ସମୟରେ ଅନୁଭୂତ ହୋଇଥିଲା। ତା’ଛଡ଼ା ତୀବ୍ର ଗୋଷ୍ଠୀକନ୍ଦଳ ମଧ୍ୟ ଦଳରେ ଖୋଲାଖୋଲି ଦେଖିବାକୁ ମିଳିଥିଲା । ଯେଉଁଥିପାଇଁ ନିର୍ବାଚନବେଳେ ଜିଲ୍ଲାର ବିଜେଡି ପର୍ଯ୍ୟବେକ୍ଷକ ତଥା ବରିଷ୍ଠ ନେତା ଦେବାଶୀଷ ସାମନ୍ତରାୟଙ୍କୁ ହେଉଥିବା ବିରୋଧ ଯୋଗୁ ସେ ସକ୍ରିୟ ଭୂମିକାରେ ଅବତୀର୍ଣ୍ଣ ହୋଇପାରିନଥିଲେ। ବିଜେଡି ପ୍ରାର୍ଥୀ ଶ୍ରୀ ଦାସଙ୍କୁ ମଧ୍ୟ ଦଳୀୟ ମହଲରେ କେତେକ ସ୍ଥାନରେ ନାପସନ୍ଦ ବି କରାଯାଉଥିଲା।

ଏସବୁ ଭିତରେ ତିନି ନେତା ଅରୁଣ,ସଞ୍ଜୟ ଓ ଅତନୁ ତିର୍ତ୍ତୋଲରେ ନିର୍ବାଚନୀ ପରିଚାଳନାକୁ ସମ୍ପୂର୍ଣ୍ଣ ଭାବେ ନିଜ ନିୟନ୍ତ୍ରଣରେ ରଖିବା ପାଇଁ ଜିଲ୍ଲା ସଭାପତି ପ୍ରଶାନ୍ତ ମୁଦୁଲିଙ୍କ ସହ ମିଶି ଦଳୀୟ ଗୋଷ୍ଠୀକନ୍ଦଳକୁ ଏଡ଼ାଇ ନିର୍ବାଚନୀ ରଣନୀତି ପ୍ରସ୍ତୁତ କରିଥିବା ଜଣାପଡ଼ିଛି। ଯେଉଁଥିପାଇଁ ସେଠାରେ ଶାସକ ଦଳ କୌଣସି ମନ୍ତ୍ରୀ କିମ୍ବା ବିଧାୟକଙ୍କୁ ନିୟୋଜିତ କରିନପାରିନଥିଲା। ଜିଲ୍ଲାର ଏକମାତ୍ର ମନ୍ତ୍ରୀ ରଘୁନନ୍ଦନ ଦାସ ନିଜର ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଇ ନିର୍ବାଚନୀ କାର୍ଯ୍ୟରେ ସକ୍ରିୟ ହୋଇନଥିବାବେଳେ ବିଜେପିରୁ ରମାକାନ୍ତ ଭୋଇଙ୍କୁ ଆଣିବା ମଧ୍ୟ ବିଜେଡି ପାଇଁ ସେତେ ଫଳପ୍ରଦ ହୋଇନଥିବା ନିର୍ବାଚନୀ ଫଳାଫଳରୁ ସ୍ପଷ୍ଟ ହୋଇଛି।

ତିର୍ତ୍ତୋଲରେ ୨୦୧୯ ସାଧାରଣ ନିର୍ବାଚନରେ ମୋଟ ୧ଲକ୍ଷ ୭୩ହଜାର ୪୨୭ଟି ଭୋଟ୍ ପଡ଼ିଥିଲାବେଳେ ଏଥର ୧ଲକ୍ଷ ୬୬ ୯୨୧ ଖଣ୍ଡ ଭୋଟ୍ ପଡ଼ିଛି। ଗତଥର ତୁଳନାରେ ପ୍ରାୟ ସାଢେ଼ ୪ ପ୍ରତିଶତ ଭୋଟ୍ ପଡ଼ିଥିବାବେଳେ ୨୦୧୯ ନିର୍ବାଚନରେ ବିଜେଡିକୁ ବିରିଡ଼ିରେ ଅଧିକ ୧୩୧୯୩ ଖଣ୍ଡ, ରଘୁନାଥପୁରରେ ୭୧୮୧ଖଣ୍ଡ ଓ ତିର୍ତ୍ତୋଲରେ ୨୦୦୯୯ଖଣ୍ଡ ଭୋଟ୍ ମିଳିଥିଲା। ଚଳିତ ଉପନିର୍ବାଚନ ମତଦାନ ହାର ଏହି ସମସ୍ତ ୩ଟି ଯାକ ବ୍ଲକରେ କମିଥିବାବେଳେ ବିଜେଡିକୁ ବିରିଡିରେ ୧୩୪୧୧ଖଣ୍ଡ, ରଘୁନାଥପୁରରେ ୭୪୦୦ଖଣ୍ଡ ଓ ତିର୍ତ୍ତୋଲରେ ୧୯୩୭୯ଖଣ୍ଡ ଭୋଟ୍ ଅଧିକ ମିଳିଛି। ପୋଷ୍ଟାଲ ଭୋଟରେ ୧୫୧୩ଖଣ୍ଡ ଦଳ ସପକ୍ଷରେ ଯାଇଛି।

ଗତଥର ତୁଳନାରେ ଯଦିଓ ତିର୍ତ୍ତୋଲରେ ଦଳ ସପକ୍ଷରେ ଭୋଟ ବ୍ୟବଧାନ କମିଛି କିନ୍ତୁୂ ଦଳ ଭିତରେ ନିର୍ବାଚନ ପୂର୍ବରୁ ରହିଥିବା ତୀବ୍ର ଗୋଷ୍ଠୀକନ୍ଦଳର ପ୍ରଭାବ ସେତେଟା ଫଳାଫଳ ଉପରେ ଅନୁଭୂତ ହୋଇପାରିନି। ବିଶେଷକରି ତିର୍ତ୍ତୋଲ ବ୍ଲକରେ ନିଜର ସମ୍ମାନ ରକ୍ଷା ପାଇଁ କଂଗ୍ରେସର ପ୍ରଭାବଶାଳୀ ବିଶ୍ୱାଳ ପରିବାର ଲାଗି ପଡ଼ିଥିବାବେଳେ ବିଜେଡିର ଗୋଟିଏ ଗୋଷ୍ଠୀ ଅର୍ନ୍ତଘାତୀ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ। ଯାହାକି ଦଳପାଇଁ ସେଠାରେ ଚିନ୍ତାର କାରଣ ହୋଇଥିଲା। ତଥାପି ବିଜୟଙ୍କ ଭୋଟ୍ ବ୍ୟବଧାନ ନିଶ୍ଚିତ ଭାବେ ଦଳର ସମ୍ମାନ ରକ୍ଷା କରିଛି। ତାହା ସହିତ ଦଳର ଅନ୍ୟ ଆଗଧାଡ଼ିର ନେତା ଓ ମନ୍ତ୍ରୀଙ୍କ ଅନୁପସ୍ଥିତିରେ ବି ତ୍ରିମୂର୍ତ୍ତିଙ୍କ ଦ୍ୱାରା ନିର୍ବାଚନରେ ସଫଳତା ହାସଲ ଯେ କରିହେବ ସେଭଳି ସନେ୍ଦଶ ମଧ୍ୟ ଦଳ ପ୍ରଥମଥର ଅନୁଭବ କରିଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story