ବିନା ତଦନ୍ତରେ ରାୟ ଶୁଣାଇଲେ ମହିଳା କମିଶନ!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବହୁଚର୍ଚ୍ଚିତ ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ଘଟଣାରେ ତଦନ୍ତ ଓ ବିଚାର ପୂର୍ବରୁ ରାଜ୍ୟ ମହିଳା କମିଶନ ଏକତରଫା ଭାବେ ତାଙ୍କର ରାୟ ଶୁଣାଇଛନ୍ତି। ଏହି ମାମଲାରେ ଗଣମାଧ୍ୟମରେ ମହିଳା କମିଶନଙ୍କ କାର୍ଯ୍ୟଶୈଳୀ ଉପରେ ପୂର୍ବତନ ରାଜ୍ୟ ମହିଳା କମିଶନ ସଦସ୍ୟା ତଥା ବିଶିଷ୍ଟ ସମାଜସେବୀ ନମ୍ରତା ଚଢ଼ା କଡ଼ା ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି। ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା ଆଜି ଏହି ପ୍ରସଙ୍ଗରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, […]

minati

minati

Manoranjan Sial
  • Published: Monday, 21 September 2020
  • Updated: 21 September 2020, 09:18 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବହୁଚର୍ଚ୍ଚିତ ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ଘଟଣାରେ ତଦନ୍ତ ଓ ବିଚାର ପୂର୍ବରୁ ରାଜ୍ୟ ମହିଳା କମିଶନ ଏକତରଫା ଭାବେ ତାଙ୍କର ରାୟ ଶୁଣାଇଛନ୍ତି। ଏହି ମାମଲାରେ ଗଣମାଧ୍ୟମରେ ମହିଳା କମିଶନଙ୍କ କାର୍ଯ୍ୟଶୈଳୀ ଉପରେ ପୂର୍ବତନ ରାଜ୍ୟ ମହିଳା କମିଶନ ସଦସ୍ୟା ତଥା ବିଶିଷ୍ଟ ସମାଜସେବୀ ନମ୍ରତା ଚଢ଼ା କଡ଼ା ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି।

ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା ଆଜି ଏହି ପ୍ରସଙ୍ଗରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, “ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପୁଲିସ ଡିସିପିଙ୍କୁ ଲେଖାଯାଇଛି। ଏହାସହିତ ପୀଡ଼ିତାଙ୍କୁ କ୍ଷତିପୂରଣ ଦେବାନିମନ୍ତେ ଜିଲ୍ଲା ଆଇନ ସେବା ପ୍ରାଧିକରଣ(ଡିଏଲଏସଏ)ଙ୍କୁ ମଧ୍ୟ ମହିଳା କମିଶନ ଚିଠି ଲେଖିଛନ୍ତି। ଓଟିଭି ପରିଚାଳନା ନିର୍ଦ୍ଦେଶିକା ଜଗୀ ମଙ୍ଗତ ପଣ୍ଡା ଆଜି ହାଜର ହୋଇଥିଲେ ବି ଶୁଣାଣିବେଳେ ଅନୁପସ୍ଥିତ ଥିବାରୁ ତାଙ୍କୁ ଡିସିପିଙ୍କ ମାଧ୍ୟମରେ ସପ୍ତାହକ ମଧ୍ୟରେ ନୋଟିସ୍ ଜାରି କରାଯିବ ଓ ହାଜର ହେବାକୁ କୁହାଯିବ।”

ମହିଳା କମିଶନ ଅଧ୍ୟକ୍ଷା ଶ୍ରୀମତୀ ବେହେରାଙ୍କ ଏହି ପ୍ରତିକ୍ରିୟା ହିଁ ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ ପଡ଼ୁଥିବା ଚାପ ଓ ସର୍ବବୃହତ୍ ଓଡ଼ିଆ ଟିଭି ନ୍ୟୁଜ୍ ଚ୍ୟାନେଲ ‘ଓଟିଭି’କୁ କିଭଳି ଭାବେ ସରକାରୀ ପ୍ରାୟୋଜିତ ହଇରାଣ ପାଇଁ ପ୍ରୟାସ କରାଯାଉଛି ତାହା ଜଳଜଳ ହୋଇ ଜଣାପଡ଼ୁଛି।

ଏ ସମ୍ପର୍କରେ ପ୍ରତିକ୍ରିୟା ଦେଇ ପୂର୍ବତନ ରାଜ୍ୟ ମହିଳା କମିଶନ ସଦସ୍ୟା ତଥା ବିଶିଷ୍ଟ ସମାଜସେବୀ ନମ୍ରତା ଚଢ଼ା କହିଛନ୍ତି ଯେ, “ଏହି ମାମଲାରେ ମହିଳା କମିଶନ ଯେଉଁଭଳି ଆଭିମୁଖ୍ୟ ପୋଷଣ କରିଛନ୍ତି ସେପରି କରିବା ଉଚିତ୍ ନୁହେଁ। ଯେତେବେଳେ କୌଣସି ଅଭିଯୋଗ ଉପରେ ସିଆରପିସି ଓ ପୋକସୋ ଆଇନରେ ମାମଲା ରୁଜୁ ହୋଇସାରିଛି ଓ ତାହା ପୁଲିସର ତଦନ୍ତ ପରିସର ମଧ୍ୟରେ ରହିଛି, ସେହି ମାମଲାରେ ମହିଳା କମିଶନଙ୍କର କୌଣସି ଭୂମିକା ନଥାଏ। କିମ୍ବା ତାହା ତାଙ୍କର କ୍ଷମତା ପରିସରଭୁକ୍ତ ମଧ୍ୟ ନୁହେଁ। ଯଦି ପୁଲିସ୍ ଏହି ମାମଲାରେ ଏଫଆଇଆର ରଖିନଥାନ୍ତା ତା’ହେଲେ କମିଶନ ସେଥିରେ ହସ୍ତକ୍ଷେପ କରିଥାନ୍ତେ। ଏହି ମାମଲାରେ ମହିଳା କମିଶନ କିଭଳି ଓ କେଉଁ ଆଇନ ବଳରେ ଗୋଟିଏ ଟିଭି ଚ୍ୟାନେଲର ପରିଚାଳନା ନିର୍ଦ୍ଦେଶିକାଙ୍କୁ ନୋଟିସ୍ କଲେ ତାହା ତାଙ୍କୁ ଆଶ୍ଚର୍ଯ୍ୟ କରୁଛି। ତା’ଛଡ଼ା ଯଦି କୌଣସି ଅଭିଯୋଗ ଆସିବ ତା’ର ତଦନ୍ତ ପାଇଁ ପୁଲିସକୁ ନିର୍ଦ୍ଦେଶ ଦିଆଯିବ। ପୁଲିସ୍ ଏପର୍ଯ୍ୟନ୍ତ ଅଭିଯୋଗ ଉପରେ ତଦନ୍ତ ଜାରି ରଖିଥିବାବେଳେ କେଉଁ ରିପୋର୍ଟକୁ ଆଧାର କରି ପୀଡ଼ିତାଙ୍କୁ କ୍ଷତିପୂରଣ ବା ସହାୟତା ଦେବାକୁ ମହିଳା କମିଶନ ସୁପାରିସ୍ କଲେ? ଯେହେତୁ ପୁଲିସ୍ ଏହି ମାମଲାର ତଦନ୍ତ ଜାରି ରଖିଛି ଓ ଏପର୍ଯ୍ୟନ୍ତ ଚାର୍ଜସିଟ୍ ଦାଖଲ କରିନି, ତା’ହେଲେ ଦୁଷ୍କର୍ମ ହୋଇଛି ବୋଲି ମହିଳା କମିଶନ ଜାଣିଲେ କେମିତି? ବିନା ତଦନ୍ତରେ ଏଭଳି ମତାମତ ଦେବା କମିଶନଙ୍କ ପକ୍ଷେ ଅନୁଚିତ୍। ପୀଡ଼ିତାଙ୍କୁ କ୍ଷତିପୂରଣ ଦେବା ପାଇଁ କାହାରି ସୁପାରିସର ଆବଶ୍ୟକତା ମଧ୍ୟ ନଥାଏ। ଯଦି ତଦନ୍ତରେ ଦୁଷ୍କର୍ମ ହୋଇଥିବା ଜଣାପଡ଼େ, ତା’ହେଲେ ଡିଏଲଏସଏ ନିଜ ଆଡ଼ୁ ଏହି କ୍ଷତିପୂରଣ ଦେଇଥାନ୍ତି। ତେଣୁ ମହିଳା କମିଶନ ଅଧ୍ୟକ୍ଷା ଆଜି ଗଣମାଧ୍ୟମକୁ ଯେଉଁ ପ୍ରତିକ୍ରିୟା ଦେଇଛନ୍ତି ସେଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ରାଜନୀତିକ ଚାପ କିମ୍ବା ଅନ୍ୟ କୌଣସି ଚାପରେ ଏଭଳି କରାଯାଉଛି” ବୋଲି ଶ୍ରୀମତୀ ଚଢ଼ା କହିଛନ୍ତି।

ସୂଚନାଯୋଗ୍ୟ, ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲାର ୨୦ଦିନ ପରେ ମଧ୍ୟ ପୁଲିସ୍ ଏପର୍ଯ୍ୟନ୍ତ ସମସ୍ତ ଅଭିଯୁକ୍ତମାନଙ୍କ ପାଖରେ ପହଂଚି ପାରିନି। ଅଭିଯୋଗ ନଥିବା ଓଟିଭିର ବରିଷ୍ଠ ସମ୍ବାଦିକ ଓ ଏଚଆର ମୁଖ୍ୟଙ୍କୁ ଡାକି ଘନଘନ ଜେରା କରିବାରେ ଲାଗିଛି। ଏହି ମାମଲାରେ ତଦନ୍ତ ରିପୋର୍ଟ ଦାଖଲ ପାଇଁ ଅସମର୍ଥ ହୋଇଥିବା କମିଶନରେଟ ପୁଲିସ ଆଜି ପୁଣି ଆଉ ୩ ସପ୍ତାହ ସମୟ ନେଇଥିବା ମହିଳା କମିଶନଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story