ଭଗବାନଙ୍କ ଭରସାରେ ରୋଗୀ; ବିନା ଅକ୍ସିଜେନରେ ଚାଲିଛି ମେଡ଼ିକାଲ କଲେଜ

ଜୟପୁର (ଓଡ଼ିଶା ରିପୋର୍ଟ): ପୁରା ଦକ୍ଷିଣ ଓଡ଼ିଶାର ଆରୋଗ୍ୟ କେନ୍ଦ୍ର ଭାବେ ପରିଚିତ କୋରାପୁଟର ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଅକ୍ସିଜେନ୍ ଅଭାବ। ଅକ୍ସିଜେନ୍ ନଥିବାରୁ ଗୁରୁତର ରୋଗୀଙ୍କୁ ଅନ୍ୟ ମେଡିକାଲକୁ ସ୍ଥାନାନ୍ତର ପାଇଁ ପରାମର୍ଶ ଦିଆଯାଉଥିବା ନେଇ ଆସିଛି ସଂଗୀନ ଅଭିଯୋଗ। ଗତ କିଛି ଦିନ ଧରି ଲଗାତାର ଛୁଟି ଥିବାରୁ ମେଡିକାଲକୁ ଅକ୍ସିଜେନ୍ ପହଞ୍ଚିବାରେ ବିଳମ୍ବ ହୋଇଥିବା ମେଡିକାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। କହିବାକୁ ଗଲେ ଏଠାରେ ରୋଗୀ ଭଗବାନଙ୍କ ଭରସାରେ ଚିକିତ୍ସିତ ହେଉଛନ୍ତି।

ଜୟପୁରର ଏକ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ଅମ୍ରିତ ଖାଲକୋ। ଅନ୍ୟ ଔଷଧପତ୍ର ଛଡ଼ା ଦିନକୁ ତାଙ୍କୁ ଦରକାର ହେଉଛି ପାଖାପାଖି ୨ ଅକ୍ସିଜେନ୍ ସିଲିଣ୍ଡର। ଗତ ଡିସେମ୍ବର ୩୧ ତାରିଖରେ ଏକ ରାସ୍ତା ଦୁର୍ଘଟଣାରେ ଗୁରୁତର ହୋଇଥିଲେ ଅମ୍ରିତ। ପରିବାର ଲୋକଙ୍କ ଅର୍ଥିକ ଅବସ୍ଥା ଭଲ ନଥିବାରୁ ଗଲା ୨ ମାସ ଭିତରେ ସେ ମେଡିକାଲରୁ ମେଡିକାଲକୁ ଘୂରି ବୁଲୁଛନ୍ତି। କିଛି ଦିନ ତଳେ ଜୟପୁରର ଏକ ଘରୋଇ ମେଡିକାଲରୁ ପୁଣି ସହିଦ ଲକ୍ଷ୍ମଣ ନାୟକ ମେଡିକାଲକୁ ଟ୍ରାନ୍ସଫର ହୋଇଥିଲେ। ହେଲେ ସେଠାରେ ଅକ୍ସିଜେନ୍ ନଥିବାରୁ ପୁଣି ୨ଦିନ ହେଲା ଜୟପୁର ଫେରିବାକୁ ପଡିଛି। ଦୋଳ ଓ ହୋଲି ଛୁଟି ଯୋଗୁଁ ବାହାରୁ ଅକ୍ସିଜେନ୍ ଆସିବାରେ ବିଳମ୍ବ ହୋଇଛି, ମଙ୍ଗଳବାର ଆଡ଼କୁ ସ୍ୱାଭାବିକ ହୋଇଯିବ ବୋଲି କହିଛନ୍ତି ମେଡିକାଲ ସୁପରିଟେଣ୍ଡେଣ୍ଟ ଡାକ୍ତର କାଳୀ ପ୍ରସାଦ ବେହେରା କହିଛନ୍ତି।

ସହିଦ ଲକ୍ଷ୍ମଣ ନାୟକ ମେଡିକାଲରେ ପୁଣି ନାହିଁ ଅକ୍ସିଜେନ୍?  ଏଥିପାଇଁ ମେଡିକାଲ କଲେଜ କର୍ତ୍ତୃପକ୍ଷଙ୍କ ଯେଉଁ କାରଣ ଦର୍ଶାଉଛନ୍ତି ତାହା ସତ ନା ରହିଛି ଅନ୍ୟ କିଛି ରହସ୍ୟ ? ଘରୋଇ ମେଡିକାଲ ପ୍ରତି କିଛି ଡାକ୍ତରଙ୍କ ଏହା ଅନୁକମ୍ପା ନୁହେଁ ତ ? ମେଡିକାଲରେ ଅକ୍ସିଜେନ୍ କେତେ ଦରକାର ତାହା କ’ଣ କର୍ତ୍ତୃପକ୍ଷ ଆଗୁଆ ଆକଳନ କରିପାରୁ ନାହାନ୍ତି, ନା ଜାଣିଶୁଣି ଏଭଳି ଅଭାବ ସୃଷ୍ଟି କରୁଛନ୍ତି ?

Ordigital Desk
• Published: Monday, 05 March 2018
• Updated: 05 March 2018, 09:31 PM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos